Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ ଠାରୁ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଟଙ୍କା ନିଅନ୍ତି ନାହିଁ: ମହମ୍ମଦ ରିଜୱାନ୍

ନୂଆଦିଲ୍ଲୀ: ପାକିସ୍ତାନୀ ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ପରେ ପାକିସ୍ତାନର ଦୋକାନୀମାନେ କୌଣସି ଜିନିଷ ପାଇଁ ଟଙ୍କା ନେଉନଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ ତାଙ୍କ ସହିତ ନୁହେଁ ବରଂ ଅଧିନାୟକ ବାବର ଆଜାମ ଏବଂ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ସହ ମଧ୍ୟ ହୋଇଥିଲା। ମାଇକେଲ୍ ଆଥର୍ଟନ୍ ଙ୍କ ସହ କଥାବାର୍ତ୍ତା ବେଳେ ସେ ଏହି ସବୁ ଜିନିଷ ପ୍ରକାଶ କରିଥିଲେ। ଏହି ସାକ୍ଷାତକାରର ଭିଡିଓକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସେୟାର କରିଛି।

ଏହି ବିଷୟରେ ରିଜୱାନ୍ କହିଛନ୍ତି ଯେ, “ଯେତେବେଳେ ଆମେ ଭାରତ ବିପକ୍ଷରେ ଜିତିଲୁ, ସେତେବେଳେ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ କେବଳ ଗୋଟିଏ ମ୍ୟାଚ୍ ଥିଲା। କିନ୍ତୁ ଯେତେବେଳେ ପାକିସ୍ତାନ କଥା ଆସେ, ସେତେବେଳେ ଆମର ଲୋକଙ୍କଠାରୁ ମୁଁ ପ୍ରେମ ଦେଖିଲି। ଏହା ପରେ ଯେତେବେଳେ ମୁଁ ଦୋକାନକୁ ଗଲି, ସେମାନେ ମୋଠାରୁ ଟଙ୍କା ନେଇ ନଥିଲେ। ସେମାନେ କହଥିଲେ, ‘ଆପଣ ଯାଅନ୍ତୁ। ଆମେ ଆପଣଙ୍କଠାରୁ ଟଙ୍କା ନେବୁ ନାହିଁ! ବାବର ଆଜାମ ଏବଂ ଶାହିନ୍ ଶାହା ଆଫ୍ରିଦିଙ୍କ ପାଇଁ ମଧ୍ୟ ସମାନ ଘଟଣା ଘଟିଥିଲା। “ଭାରତ ବିପକ୍ଷରେ ଖେଳାଯାଇଥିବା ସେହି ମ୍ୟାଚରେ ମହମ୍ମଦ ରିଜୱାନ ୫୫ ଟି ବଲରେ ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୭୯ ରନ ସଂଗ୍ରହ କରିଥିଲେ।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ ପର୍ଯ୍ୟାୟରେ ପାକିସ୍ତାନ ଭାରତୀୟ ଦଳ ବିପକ୍ଷରେ ଜିତିଥିଲା। ପାକିସ୍ତାନ ଏହି ମ୍ୟାଚକୁ ୧୦ ୱିକେଟରେ ଜିତିଥିଲା। ଏଥିରେ ପାକିସ୍ତାନୀ ଓପନିଂ ବ୍ୟାଟ୍ସମ୍ୟାନ୍ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଚମତ୍କାର ଇନିଂସ ଖେଳିଥିଲେ। ଦଳ କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ବୋର୍ଡରେ ୧୫୧ ରନ୍ କରିଥିଲେ। ଏହି ଟାର୍ଗେଟକୁ ପିଛା କରି ପାକିସ୍ତାନ ଦଳ ବିନା କୌଣସି ୱିକେଟ୍ ହରାଇ ୧୭.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।