Categories
ଆଜିର ଖବର ଜାତୀୟ ଖବର

ଘୋଷଣା ହୋଇପାରେ ସିବିଏସଇ 10ମ ଏବଂ 12ଶ ବୋର୍ଡ ପରୀକ୍ଷା ତାରିଖ, ଆଜି ଶିକ୍ଷକଙ୍କ ସହ ଅଛି ଆଲୋଚନା

ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ସିବିଏସଇର 10 ଏବଂ 12ଶ ବୋର୍ଡ ପରୀକ୍ଷା ସଂପର୍କରେ ଘୋଷଣା କରିପାରନ୍ତି। ଆଜି  ନିଶଙ୍କ ଦେଶର ସିବିଏସଇ ଶିକ୍ଷକଙ୍କ ସହିତ ଭିଡିଓ କନଫ୍ରେସିମୃଂ ମାଧ୍ୟମରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାପାଇଁ କେତେ ପ୍ରସ୍ତୁତ ସେ ନେଇ ବିସ୍ତୁତ ଆଲୋଚନା କରାଯିବ।

ଏହା ପୂର୍ବରୁ ସିବିଏସଇ ଶିକ୍ଷକମାନଙ୍କର ଶିକ୍ଷା ବିଭାଗ ମତ ସଂଗ୍ରହ କରିଥିଲା। ସେହି ମତାମତକୁ ତର୍ଜମା କରାଯିବା ପରେ ଆଜି ଶିକ୍ଷାମନ୍ତ୍ରୀ ଶିକ୍ଷକଙ୍କ ସହିତ ସିଧା ଆଲୋଚନା କରିବେ। ଏହାପରେ ବୋର୍ଡ ପରୀକ୍ଷା ନେଇ ମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ସିବିଏସଇ ପରୀକ୍ଷା ହେବ କି ନାହିଁ ସେ ନେଇ ବିଭିନ୍ନ ଗୁଜବ ପ୍ରଚାର ହେଉଛି।