Categories
ଆଜିର ଖବର ରାଜ୍ୟ ଖବର

‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) କୁ ‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ପର୍ଯ୍ୟଟନ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ଶିଳ୍ପର ଉତ୍କର୍ଷତା, ବିକାଶ ଏବଂ ଆତିଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ହେତୁ ଏସ୍‌ଏଚ୍‌ଏମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଓଡିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍ ଆସୋସିଏସନ୍‌ର ସଭାପତି ସନ୍‌ତ କୁମାର ମିଶ୍ର ଓ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଇଞ୍ଜିନିୟରିଂ ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ଦିନରେ ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନଫରମେସନ ଟେକ୍‌ନୋଲୋଜି ଏବଂ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗରେ ୨୦୨୪ ଶିକ୍ଷା ବର୍ଷ ନିମନ୍ତେ ବି. ଟେକ୍ ଓ ଏମ୍‌.ଟେକ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଟିଇଆରର ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ କମ୍ପ୍ୟୁଟର ଆପ୍ଲିକେସନ୍ (ବିସିଏ ଓ ଏମ୍‌ସିଏ)ରେ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ନାତକୋତର ଡିଗ୍ରୀ ପ୍ରଦାନ କରାଯାଇଛି।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଦୃଷ୍ଟିରୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ସେହିଭଳି ଢ଼ଙ୍ଗରେ ପ୍ରତିଷ୍ଠିତ କରାଇବା ସହ ଗର୍ବିତ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ।

ପ୍ରତିଟି ଛାତ୍ରଛାତ୍ରୀ ଆମ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ। ନୂତନ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ପୁରାତନ ସେମାନେ ସୋଆ ସହିତ ଜଡିତ ହୋଇ ରହିବା ଆବଶ୍ୟକ ବୋଲି କୁଳପତି କହିଥିଲେ।

ସୋଆ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଯେ କୌଣସି ଅନୁଷ୍ଠାନରେ ଗବେଷଣା କାର୍ଯ୍ୟ କରିପାରିବେ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ଯେଉଁ ଶିକ୍ଷା ଲାଭ କରିଛନ୍ତି ତାହାକୁ ସମାଜର ହିତ ସାଧନ ନିମନ୍ତେ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଇଟିଇଆର୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ସହ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗବେଷଣା ଉପରେ ଜୋର ଦିଆଯାଉଥିବା କହିଥିଲେ। ତେବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଉପାଧି ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଏକ ଗୁୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଓ ସମୟାନୁବର୍ତିତାର ଫଳ ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ସମ୍ଭବପର ହୋଇପାରିଛି ବୋଲି ପ୍ରଫେସର ଦାସ କହିଥିଲେ।

ନିଜର କଠିନ ପରିଶ୍ରମ ଫଳରେ ନିଜର ସ୍ୱପ୍ନକୁ ସାକାର କରିବା ସମ୍ଭବ ହୋଇପାରେ। ସବୁବେଳେ ନିଜ କର୍ମକ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖି କାର୍ଯ୍ୟ କଲେ ସବୁ କାର୍ଯ୍ୟରେ ସଫଳତା ମିଳିପାରିବ ବୋଲି ସେ କହିଥିଲେ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଟିଇଆର୍ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ଡିନ୍ (ରିସର୍ଚ୍ଚ) ପ୍ରଫେସର ଜୟନ୍ତ କୁମାର ନାଥ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୪ ବ୍ୟାଚର ବି.ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍ ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍‌.ଏସ୍‌.ସି (ବାୟୋଟେକ୍ନୋଲୋଜି) ଓ ୨୦୧୯-୨୪ ବ୍ୟାଚର ଇନ୍‌ଂଟିଗ୍ରେଡ ଏମ୍‌.ଏସ୍‌.ସି ଇନ୍ ବାୟୋଟେକ୍ନୋଲୋଜି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ଏହି ଡିଗ୍ରୀ ଛାତ୍ରଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା, ସମୟାନୁବର୍ତିତା ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ଏହା ସମ୍ଭବପର ହୋଇପାରିଛି। ଫାର୍ମାସି ଓ ବାୟୋଟେକ୍ନନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ। ସୋଆ ବିଶ୍ୱବିଦ୍ୟାଳୟଏଥିପାଇଁ ଖୁବ୍ ସକ୍ରିୟ ଅଟେ।

ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ୨୦୨୪ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି। ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ।

ପ୍ରଫେସର ନନ୍ଦ କହିଥିଲେ ଯେ, ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ଏହି କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ଆଗ୍ରହ ରଖୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବାବେଳେ ଏସ୍‌ପିଏସ୍‌ର ପ୍ରଫେସର ଦିବ୍ୟଜ୍ୟୋତି ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ଭୁବନେଶ୍ୱର: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୪ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୩ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୨୨ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୪ ନିମନ୍ତେ ପ୍ରକାଶ ପାଇଥିବା ତାଲିକାରେ ସେମାନଙ୍କ ମଧ୍ୟରୁ ୨୦ ଜଣ ସ୍ଥାନ ପାଇଛନ୍ତି।

ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ର‌୍ୟାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକମାନଙ୍କୁ ସ୍ଥାନିତ କରିଥାଏ।

ଏହି ତାଲିକାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୧୪ ଜଣ ଗବେଷକ ସ୍ଥାନ ପାଇଥିବା ବେଳେ ସୋଆ ପକ୍ଷରୁ ସ୍ଥାପିତ ହୋଇଥିବା ୧୯ଟି ଗବେଷଣା କେନ୍ଦ୍ର ମଧ୍ୟରୁ ୬ଟି ଗବେଷଣା କେନ୍ଦ୍ରର ୧୧ ଜଣ ଗବେଷକ ସ୍ଥାନ ପାଇଛନ୍ତି।

ସୋଆ ଅଧିନସ୍ଥ ମଲ୍ଟିଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ ଏବଂ ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପତ୍ରଙ୍କ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଗବେଷକ ପୂର୍ବରୁ ସୋଆର କୁଳପତି ଦାୟିତ୍ୱ ବହନ କରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି (ସିଏନ୍‌ଏସ୍‌ଏନ୍‌ଟି)ର ୫ ଜଣ ବୈଜ୍ଞାନିକ ଏହି ତାଲିକାରେ ସାମିଲ ହୋଇଥିବା ବେଳେ ବାୟୋଫୁଏଲ୍ସ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ୨ ଜଣ ଗବେଷକ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ସେହିପରି ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌), ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍ (ଏମ୍‌ଡିଆର୍‌ସି), ସେଂଟର ଫର୍ ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ସିଆଇଓଟି) ଏବଂ ସେଂଟର ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରେଟିକାଲ ଆଣ୍ଡ ମ୍ୟାଥମେଟିକାଲ ସାଇନ୍‌ସେସ୍ (ସିଇଟିଏମ୍‌ଏସ୍‌)ର ଜଣେ ଲେଖାଏଁ ଗବେଷକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ସମ୍ମାନଜନକ ତାଲିକାରେ ସିଏନ୍‌ଏସ୍‌ଏନ୍‌ଟିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର୍ ଇଣ୍ଡଷ୍ଟ୍ରି୍ରଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ଏବଂ ସେଂଟର ଫର୍ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ସଂଘମିତ୍ରା ନାୟକ ସାମିଲ ହୋଇଛନ୍ତି।

ଆଇଟିଇଆର୍ ଗବେଷକ ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ମନୋହର ମିଶ୍ର, ପ୍ରଫେସର ରଶ୍ମି ଆଚାର୍ଯ୍ୟ, ପ୍ରଫେସର ଏସ୍‌.ଆର୍ ମିଶ୍ର, ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ, ଡଃ ଶୁଭଶ୍ରୀ ଚୌଧୁରୀ, ଡଃ ଅକ୍ଷୟ କୁମାର ବର୍ମା, ଡଃ ଶେଷଦେବ ସାହୁ, ଡଃ ସନ୍ତୋଷ କୁମାର ପରିଡା ଏବଂ ଡଃ ଅକ୍ଷୟ କୁମାର ପାତ୍ର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ସାମିଲ ହୋଇଥିବା ଅନ୍ୟତମ ଗବେଷକମାନେ ହେଉଛନ୍ତି ଫାର୍ମାସ୍ୟୁଟିକ୍‌ସର ପ୍ରଫେସର ଗୌତମ ରଥ, ଡଃ ଅମିତ କୁମାର ନାୟକ ଏବଂ ଡଃ ବିନୀତ କୁମାର ରାୟ, ସେଂଟ୍ରାଲ ରିସର୍ଚ୍ଚ ଲ୍ୟାବ୍‌ର ପ୍ରଫେସର ରବୀନ୍ଦ୍ର ନାଥ ପାଢ଼ୀ, ସିଏନ୍‌ଏସ୍‌ଏନ୍‌ଟିର ଡଃ ସୁସଙ୍ଗିନୀ ନାୟକ, ଡଃ ସୁଲଗ୍ନା ପଟ୍ଟନାୟକ, ଡଃ ସତ୍ୟବ୍ରତ ସୁବୁଦ୍ଧି ଏବଂ ଡଃ ଦିପ୍ତୀ ପ୍ରଭା ସାହୁ, ଏଗ୍ରିକଲ୍‌ଚରାଲ ସାଇନ୍‌ସେସର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ଡଃ. ଦେବବ୍ରତ ପ୍ରଧାନ, ସିଇଟିଏମ୍‌ଏସ୍‌ର ପ୍ରଫେସର ତାପସ ରଞ୍ଜନ ରାଉତରାୟ ଏବଂ ସିଆଇଓଟିର ଡକ୍ଟର ରାହୁଲ ପ୍ରିୟଦର୍ଶୀ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୧- ୨୪ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ), ୨୦୨୨- ୨୪ ବ୍ୟାଚର ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟ ଓ ୨୦୨୨- ୨୪ ବ୍ୟାଚର ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏ) ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ପ୍ରଫେସର ନନ୍ଦ କହିଥିଲେ ଯେ ଗୋଟିଏ ଛାତ୍ରଛାତ୍ରୀର ଜୀବନରେ ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ର୍ରାଜୁଏସନ୍ କାର୍ଯ୍ୟକ୍ରମ। ଶୃଙ୍ଖଳା, ସମୟାନୁବର୍ତିର୍ତା ଓ ଉତମ ମନୋଭାବ ଛାତ୍ର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ସେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ପ୍ରଫେସର ନନ୍ଦ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିବା ସହିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ।

ଏହି ଅବସରରେ ଆଇବିସିଏସ୍‌ର ସିନିୟର୍ ପ୍ରଫେସର ପି.କେ. ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ବିଗତ ବର୍ଷରେ ବିଶ୍ୱବିଦ୍ୟାଳୟରୁ ୨୦୨୦-୨୪ ବ୍ୟାଚର ବ୍ୟାଚେଲର୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି) ଓ ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର

ଭୁବନେଶ୍ୱର: ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି।

ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିୟନ ପକ୍ଷରୁ ମନୋନୀତ ହୋଇଥିବା ୭ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି।

ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ତାଓୟୁଆନ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କ୍ଲାସିକ, ଟ୍ରିପିଲ୍ସ ଓ ଡବଲ୍ସ ଭିତିରେ ଖେଳାଯିବ। “ଏହା ଖୁବ୍ ଆକର୍ଷଣୀୟ ଟୁର୍ଣ୍ଣାମେଂଟ ହେବ ଏବଂ ମୋ ପାଇଁ ଗୋଟିଏ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ” ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏହି ୬୪ ବର୍ଷୀୟ ପ୍ରଫେସର କହିଛନ୍ତି।

ଭାରତୀୟ ଦଳରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ପାତ୍ର ଅଧିନାୟକ ଏବଂ ଉମାକାନ୍ତ ପାଣି, ଶରତ କୁମାର ପାତ୍ର, ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଖେଳାଳୀ ଭାବେ ସାମିଲ୍ ହୋଇଥିବାବେଳେ ଦ୍ୱିୟପାୟନ ପଟ୍ଟନାୟକ ଉଭୟ ଖେଳାଳୀ ଓ ମ୍ୟାନେଜର୍ ଦାୟିତ୍ୱ ବହନ କରିବେ।

କ୍ରୋକେଟ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଗେଟ୍‌ବଲ୍ ଏକ ଗତିଶୀଳ ନନ୍ କଂଟାକ୍ଟ ଓ ହାଇଲି ଷ୍ଟାଟ୍ରେଜିକ୍ ଦଳଗତ କ୍ରୀଡା ଯାହାକି ଯେ କୌଣସି ବୟସରେ ଉଭୟ ପୁରୁଷ ଓ ମହିଳା ଖେଳି ପାରିବେ। ଏହି କ୍ରୀଡା ଜାପାନ, ଚୀନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ ଓ ତାଇୱାନରେ ଖୁବ୍ ଲୋକପ୍ରିୟ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଏଏସ୍‌ର ୨୦୨୦-୨୦୨୪ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୩ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସାରା ବିଶ୍ୱ ଜଳବାୟୁ ପରିବର୍ତନର ମୁକାବିଲା କରୁଥିବା ବେଳେ ଏଭଳି ଗୁରୁତର ସମସ୍ୟାର ସମାଧାନର ବାଟ ବାହାର କରିବା ନିମନ୍ତେ ସୋଆରୁ ଶିକ୍ଷା ସମାପ୍ତ କରୁଥିବା ଯୁବ କୃଷିବିଜ୍ଞାନୀମାନେ ଆଗଭର ହେବା ଆବଶ୍ୟକ।

ଜଳବାୟୁ ପରିବର୍ତନ ସହିତ ଖାଦ୍ୟ ସୁରକ୍ଷା ମଧ୍ୟ ବିଶ୍ୱରେ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏସବୁ କ୍ଷେତ୍ରରେ ସମାଜର ହିତ ନେଇ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଦେଶର ଶ୍ରେଷ୍ଠ ୧୪ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ବିଶ୍ୱରେ ଚାଟ୍ ଜିପିଟିର ଆବିର୍ଭାବ ହୋଇଛି। ମାତ୍ର ଗବେଷଣାରତ ଛାତ୍ରଛାତ୍ରୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ ବୋଲି ସେ ଉପଦେଶ ଦେଇଥିଲେ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)କୁ ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ‘ଆଉଟ୍‌ଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌’ରେ ସମ୍ମାନଜନକ ‘ଆଉଟଷ୍ଟାଣ୍ଡିଂ ଏଗ୍ରିକଲ୍‌ଚର ଇନ୍‌ଷ୍ଟିଚ୍ୟୁଟ୍ / ୟୁନିଭର୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଦେବେଶ ଚତୁର୍ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ।

କୃଷି ଶିକ୍ଷା, ଗବେଷଣା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଉଚ୍ଚକୋଟୀର ସଫଳତା ନିମନ୍ତେ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା ‘ଫ୍ୟୁଚର ଅଫ୍ ଫାର୍ମିଙ୍ଗ୍‌: ସୋଇଙ୍ଗ୍ ସିଡ୍‌ସ ଅଫ୍ ଚେଞ୍ଜ’।

ଏହି ଅବସରରେ ପ୍ରଫେସର ରାଉତ କହିଛନ୍ତି ଯେ ଏହି ସମ୍ମାନ କୃଷି ମହାବିଦ୍ୟାଳୟ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଂଟ।

ପୁରସ୍କାର ଗ୍ରହଣ କରିବା ପରେ ବୁଧବାର ପ୍ରଫେସର ରାଉତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ଏହି ସମ୍ମାନ ନେଇ ପ୍ରଫେସର ନାୟକ କୃଷି ମହାବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଓ ଡକ୍ଟର ଶୁଭପ୍ରଦ ଦାଶ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ: ବିଶେଷଜ୍ଞ

ଭୁବନେଶ୍ଵର: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି। ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆ (ଏଏସ୍‌ଏସ୍‌ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ ମେରୁଦଣ୍ଡ ଅସ୍ତ୍ରୋପଚାରକୁ ନେଇ ଆଦୌ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି।

ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ସ୍ପାଇନ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଆଚାର୍ଯ୍ୟ ଏହି ଅବସରରେ କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ବେଶ ଫଳପ୍ରଦ ଓ ସୁରକ୍ଷିତ। ବର୍ତମାନ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଉଥିବା ବେଳେ ଜୀବନଶୈଳୀରେ ପରିବର୍ତନ, ଖାଦ୍ୟ ଗ୍ରହଣ କରିବାରେ ଅନିୟମିତତା ଏବଂ ଶାରିରୀକ ବ୍ୟାୟାମରେ ଅବହେଳା ଯୋଗୁଁ ମେରୁଦଣ୍ଡ ଜନିତ ସମସ୍ୟା ଦେଖା ଦେଉଛି ବୋଲି ସେ କହିଛନ୍ତି। ପୁଷ୍ଟିହୀନତା ଏବଂ ମଧୁମେହ ଜନିତ ସମସ୍ୟା ମଧ୍ୟ ମେରୁଦଣ୍ଡରେ ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ତେବେ ମେରୁଦଣ୍ଡରେ ଦୁର୍ଘଟଣା ଜନିତ ଆଘାତ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଫେସର ଆଚାର୍ଯ୍ୟ। ରାସ୍ତା ଦୁର୍ଘଟଣାର ଶିକାର ହେବା ପରେ ଅନେକ କ୍ଷେତ୍ରରେ ମେରୁଦଣ୍ଡରେ ଆଘାତ ସମସ୍ୟାର କାରଣ ହେଉଛି। ବିଶେଷ ଭାବରେ ଯୁବପିଢ଼ିଙ୍କ ନିକଟରେ ଏହି ବିପଦ ବେଶୀ ଦେଖାଦେଉଥିବା ବେଳେ ବେପରୁଆ ଗାଡ଼ି ଚାଳନା ଏହାର ମୁଖ୍ୟ କାରଣ ପାଲଟିଛି। ତେଣୁ ଟ୍ରାଫିକ ନିୟମ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ମେରୁଦଣ୍ଡ ଆଘାତ ନିରାକରଣ ସପ୍ତାହ ଭାବେ ପାଳନ କରାଯାଉଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ପ୍ରଶିକ୍ଷଣ ଶିବିରରେ କିଭଳି ସୁବିଧାରେ ଓ କମ୍ ସମୟରେ ହସ୍ପିଟାଲ୍‌ରେ ରହି ମେରୁଦଣ୍ଡର ଅସ୍ତ୍ରୋପଚାର କରାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଉଛି।

କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅର୍ଥୋପେଡିକ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୁବ୍ରତ ମହାପାତ୍ର କହିିଥିଲେ ଯେ ଏଥିରେ ଯୋଗ ଦେଇଥିବା ଯୁବ ଡାକ୍ତରମାନଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାରର ନୂତନ ଓ ସୁରକ୍ଷିତ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ପାଇନ୍ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ମଦନମୋହନ ସାହୁ ଓ ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଶେକ ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍‌ରେ ଆୟୋଜିତ ହାକରୱାର ୫.୦ ରେ ୯୫ଟି ଟିମ୍‌ଙ୍କ ଯୋଗଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ନିକଟରେ ଆୟୋଜିତ ୨୪ ଘଂଟିଆ ହାକରୱାର ୫.୦ ର ଶିକ୍ଷାନୁଷ୍ଠାନର ୫୮୦ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୯୫ଟି ଟିମ୍ ଭର୍ଚୁଆଲି ସାମିଲ ହୋଇଥିଲେ।

ଭବିଷ୍ୟତର ବୈଷୟିକ ଜ୍ଞାନ ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ।

କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ(ସିଏସ୍‌ଇ) ବିଭାଗ ଦ୍ୱାରା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ  ଆୟୋଜନ କରିବାରେ ଶିକ୍ଷାନୁଷ୍ଠାନର କୋଡେକ୍ସ କ୍ଲବ୍‌, ସେଂଟର ଫର ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ ସିଆଇଆଇ) ଏବଂ ଅଟଳ ଇନୋଭେସନ୍ ସେଂଟର- ସୋଆ ଫାଉଣ୍ଡେସନ୍ (ଏଆଇସି ସୋଆ) ସହଯୋଗ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାର ମନୋଭାବ ଓ ଅଭିନବ ଢଙ୍ଗରେ ସମସ୍ୟା ସମାଧାନ କରିବା ର ଦକ୍ଷତା ବୃଦ୍ଧି କରିବା ହିଁ ଏହି ହାକରୱାର ୫.୦ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଏସ୍‌ଇ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଛନ୍ତି।

ଏହା ସହିତ ଏହି କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ଛାତ୍ରଛାତ୍ରୀମାନେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪(ଏସ୍‌ଆଇଏଚ୍‌-୨୦୨୪)ରେ ଯୋଗ ଦେଇ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିବେ ବୋଲି ସେ କହିଛନ୍ତି।

ପ୍ରତିଯୋଗୀମାନେ ଏସ୍‌ଆଇଏଚ୍‌-୨୦୨୪ର ଥିମ୍ ଯେପରିକି ସ୍ମାର୍ଟ ଅଟୋମେସନ୍‌, ଫିଟ୍‌ନେସ୍ ଆଣ୍ଡ ସ୍ପୋର୍ଟସ୍ , ହେରିଟେଜ୍ ଆଣ୍ଡ କଲ୍‌ଚର,  ମେଡଟେକ୍ / ବାୟୋଟେକ୍‌/ ହେଲଥ୍‌ଟେକ୍‌, ଏଗ୍ରିକଲ୍‌ଚର, ସ୍ମାର୍ଟ ଭେଇକଲ୍ସ , କ୍ଳିନ୍ ଆଣ୍ଡ ଗ୍ରିନ୍ ଟେକ୍‌ନୋଲୋଜି, ବ୍ଳକ୍ ଚେନ୍ ଓ ସାଇବର୍ ସିକ୍ୟୁରିଟି ପ୍ରୋଜେକ୍ଟ ରେ ପ୍ରତିଯୋଗୀମାନେ କାର୍ଯ୍ୟ କରିଥିଲେ।

ସିଏସ୍‌ଇ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଦିବ୍ୟ ସୁନ୍ଦର ଦାସଙ୍କ ନେତ୍ୱତୃରେ ୬୫ ଜଣ ଫ୍ୟାକଲ୍ଟି ମେମ୍ବର ଙ୍କୁ ନେଇ ଗଠିତ ଏକ ଟିମ୍ ଏହି ପ୍ରୋଜେକ୍ଟର ଗୁଡିକର ଆକଳନ କରିବା ସହ ଶ୍ରେଷ୍ଠ ୧୦ଟି  ଟିମ୍‌କୁ ତାଙ୍କର ଉଚ୍ଚକୋଟୀର କାର୍ଯ୍ୟ ଏବଂ ଗବେଷଣା ନିମନ୍ତେ ମନୋନୀତ କରାଯାଇଥିଲା ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଶୁକ୍ରବାର ଶିକ୍ଷାନୁଷ୍ଠାନରେ ଆୟୋଜିତ ଅନ୍ତିମ ଅକଳନରେ ଆସେନ୍ସର୍ ଟେକ୍‌ନୋଲୋଜିର ସିନିୟର୍ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶନୀ , ୱିପ୍ରୋ ଟେକ୍‌ନୋଲୋଜି ଲିମିଟେଡ୍‌ର ଟେକ୍ନିକାଲ୍ ହେଡ୍ ମଧୁଜ୍ୟୋସ୍ନା ସୋମ୍ ଏବଂ ଇନ୍‌ଫୋସିସ୍‌ର ଗ୍ରୁପ୍ ପ୍ରୋଜେକ୍ଟ ମ୍ୟାନେଜର ରାମକୃଷ୍ଣ ସାହୁ ପ୍ରୋଜେକ୍ଟ ଗୁଡିକୁ ଅନୁଧ୍ୟାନ କରିଥିଲେ।

ଶ୍ରେଷ୍ଠ ତିନିଜଣ ବିଜେତା ଟିମ୍‌ଙ୍କ ସମେତ ସାତଟି ଅତିରକ୍ତ ଟିମ୍‌କୁ ମଧ୍ୟ ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩୦ଟି ଟିମ୍ କୁ ଶିକ୍ଷାନୁଷ୍ଠାନ ତରଫରୁ ଅନ୍ତିମ ଏସ୍‌ଆଇଏଚ୍ -୨୦୨୪ରେ ଭାଗ ନେବା ପାଇଁ ମନୋନୀତ କରାଯିବ ବୋଲି ସେ କହିଛନ୍ତି।

ପ୍ରଫେସର ମିଶ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକଙ୍କୁ ଏହି କ୍ଷେତ୍ରରେ ଯୋଗାଇଥିବା ଦିଗ୍‌ଦର୍ଶନ ଓ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କ ସମେତ ପ୍ରଫେସର ଶାରଦା ପ୍ରସନ୍ନ ପତି, ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ, ଡକ୍ଟର ଦିବ୍ୟ ସୁନ୍ଦର ଦାସ , ଡକ୍ଟର ଆଦିତି ପଣ୍ଡା, ଡକ୍ଟର ଅନୁକମ୍ପା ବେହେରା ଏବଂ ଡକ୍ଟର ଶତରୂପା ଦାଶ ଯୋଗଦେଇଥିଲେ।

ବିଭିନ୍ନ ବିଭାଗର ଯଥା ସିଏସ୍‌ଇ ସମେତ କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନ୍‌ଫରମେସନ୍ ଟେକନୋଲୋଜି, କମ୍ପ୍ୟୁଟର ଆପ୍ଳିକେସନ୍ ,ସେଂଟର ଫର ଡାଟା ସାଇନସ୍‌, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ନିଂ ଆଣ୍ଡ ଇଂଟରନେଟ୍ ଅଫ୍ ଥିଙ୍ଗସ୍‌ର ଅଧ୍ୟାପିକା ମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ ହେଲା ସମ୍ ହସ୍ପିଟାଲ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି। ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍‌ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ।

ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି।

ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା ସ୍ୱାସ୍ଥ୍ୟସେବା ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହା ମଧ୍ୟ ୨୦୨୩ରେ ଇଂଟରନ୍ୟାସନାଲ ୍ ଡାଇବେଟିସ୍ ଫେଡେରେସନ୍ ସମ୍ମିଳନୀରେ ପ୍ରଥମ ପୁରସ୍କାର ଲାଭ କରିଥିଲା।

ଏହି ବିଭାଗରେ ଡାଇବେଟିସ୍ ଉପରେ ହେଉଥିବା ଗବେଷଣା ତଥା ଜଟିଳ ଚିକିତ୍ସା ନିମନ୍ତେ ଅଭିନବ ଉପାୟ ଅବଲମ୍ବନ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଶ୍ବବିଦ୍ୟାଳୟର ଖେଳାଳୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋଆରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଥିଲା।

ସୋଆ ଷ୍ଟାଡିୟମ୍‌ରୁ ଫ୍ଲାଗ୍‌ଅଫ୍ ହୋଇଥିବା ଏହି ମିନି ମାରାଥନ୍‌ରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍ ଅଫ କରି ମିନି ମାରାଥନର ଶୁଭାରମ୍ଭ କରିଥିଲେ।
ମାରାଥନ ଶେଷ ହେବା ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାକୁ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ବୋଲି କହିଥିଲେ। ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ସମ୍ପର୍କିତ ପାଠ୍ୟକ୍ରମକୁ ସାମିଲ କରାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରଫେସର ଦାସ ନିଜ ବକ୍ତବ୍ୟରେ ଭବିଷ୍ୟତରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକୁ ବ୍ୟାପକ କରାଯିବ ବୋଲି କହିଥିଲେ।
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମହିଳା ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ସମ୍ ନର୍ସିଂ କଲେଜର ଛାତ୍ରୀ ସୁମନ୍‌ପ୍ରଭା ସିଂଦେଓ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଜ୍ୟୋସ୍ନା ଦ୍ୱିତୀୟ ଏବଂ ରୁବି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ମହିଳା ନନ୍‌-ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ପୂଜାରାଣୀ ଦାସ ପ୍ରଥମ, କୁନ୍ତଳା ଦାସ ଦ୍ୱିତୀୟ ଏବଂ ମୋନାଲିସା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ଅବସରରେ ଆୟୋଜିତ ହୋଇଥିବା କ୍ରିକେଟ ମ୍ୟାଚ୍‌ରେ ଆଇଟିଇଆର୍‌-୧ ଚାମ୍ପିଅନ୍ ହୋଇଥିବା ବେଳେ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ରନର୍ସଅପ୍ ହୋଇଛି। ଆଇଟିଇଆର୍ -୧ ଟିମ୍‌ରେ ରାମ ଶଙ୍କର ତ୍ରିପାଠୀ, ଦିଲ୍ଲୀପ୍ ସିଂ, ବିଶ୍ୱାସ କୁମାର, ଅମରେନ୍ଦ୍ର ଦ୍ୱିବେଦୀ, ସୌଭାଗ୍ୟ ସାହୁ, ଅଭିନାଶ ବାରିକ, ଧବଳେଶ୍ୱର ମହାପାତ୍ର, ବିପିନ୍ କରଣ, ସୁମନ୍ତ ପରିଡା ଏବଂ ତନ୍ମୟ ପରିଡ଼ା ସାମିଲ ଥିବା ବେଳେ ଏସ୍‌ପିଏସ୍ ଟିମ୍‌ରେ ସ୍ମୃତିରଞ୍ଜନ ପାତ୍ର, ପ୍ରିତିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ବେହେରା, ତନ୍ମୟ ଜେନା, ସତ୍ୟଜିତ ମହାପାତ୍ର, ଗିରିଜା ଶଙ୍କର ପାତ୍ର, ସମ୍ବିତ ରାୟ, ତପନ ଶତପଥୀ, ଦୁଷ୍ମନ୍ତ ମହାପାତ୍ର ଏବଂ ସ୍ନେହାଂଶୁ ରଞ୍ଜନ ସାହୁ ସାମିଲ ଥିଲେ। ଫାଇନାଲ୍‌ରେ ପ୍ରଥମେ ଏସ୍‌ପିଏସ୍ ୬ ଓଭରରେ ସମସ୍ତ ୱିକେଟ୍ ହରାଇ ୬୦ ରନ୍ କରିଥିଲା।

ଏହି ସ୍କୋରକୁ ଆଇଟିଇଆର୍ -୧, ୫.୫ ଓଭରରେ ୮ଟି ୱିକେଟ୍ ହରାଇ ଅତିକ୍ରମ କରିଥିଲା। ଏହି କ୍ରିକେଟ ମ୍ୟାଚ୍‌ରେ ଡକ୍ଟର ତନ୍ମୟ ପରିଡ଼ା ମ୍ୟାନ୍ ଅଫ୍ ଦି ସିରିଜ ହୋଇଥିବା ବେଳେ ଏସ୍‌ପିଏସ୍‌ର ସତ୍ୟଜିତ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପୁରସ୍କୃତ ହୋଇଥିଲେ।

ସେହିପରି ମିନି ମାରାଥନ୍‌ରେ ସୋଆ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡ୍ରିର ଛାତ୍ର ସତ୍ୟରଞ୍ଜନ ସାହୁ ପ୍ରଥମ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଜିବେଶ ମିଶ୍ର ଦ୍ୱିତୀୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ସୁଜଲ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ସୋଆ କୁଳପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ: ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ

ଭୁବନେଶ୍ୱର: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆହୁରି ଉଚ୍ଚତର ସୋପାନକୁ ନେବ ବୋଲି କହିଛନ୍ତି।

ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି।

ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ଅବସରରେ ଶ୍ରୀମତି ପରିଡ଼ା କହିଥିଲେ ଯେ ଏହି ସମ୍ମିଳନୀ କେବଳ ଏକ ଶୈକ୍ଷିକ କାର୍ଯ୍ୟକ୍ରମ ନୁହେଁ ବରଂ ଗବେଷଣା କ୍ଷେତ୍ରରେ ନୈତିକ ଉତ୍କର୍ଷତା ନିମନ୍ତେ ଆଲୋଚନା, ସହଯୋଗିତା ଓ ଉଦ୍‌ଭାବନର ଦ୍ୱାରକୁ ଉନ୍ମୁକ୍ତ କରିଛି।

ଏଭଳି ପଦକ୍ଷେପ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ଉଦ୍ଦେଶ୍ୟ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ମେଳ ଖାଉଛି ବୋଲି ପ୍ରକାଶ କରି ଶ୍ରୀମତି ପରିଡ଼ା କହିଥିଲେ ଯେ ବର୍ତମାନ ଦେଶରେ ବିଭିନ୍ନ ପ୍ରସଙ୍ଗର ସମାଧାନର ବାଟ ବାହାର କରିବା ନିମନ୍ତେ ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ସ୍ପ୍ରିଞ୍ଜର ନେଚର, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଏବଂ ସୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅନେକ ଗବେଷକ ଏବଂ ଶିକ୍ଷାବିତମାନେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ, ସ୍ପ୍ରିଞ୍ଜର ନେଚର ଗ୍ରୁପ୍‌ର ସଭାପତି (ଗବେଷଣା) ଷ୍ଟିଭେନ୍ ଇନ୍‌ଚକୁମ୍ବେ, ବିଟ୍‌ସ ପିଲାନୀର ନିର୍ଦ୍ଦେଶକ ପ୍ରଫେସର ସୁଧୀର କୁମାର ବରାଇ, ଆଇସିଏସ୍‌ଏସ୍‌ଆର୍‌ର ମେମ୍ବର ସେକ୍ରେଟାରୀ ପ୍ରଫେସର ଧନଞ୍ଜୟ ସିଂ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସ୍ପ୍ରିଞ୍ଜର ନେଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭେଙ୍କଟେଶ ସର୍ବସିଦ୍ଧି, ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ସୋଆ ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତି ପରିଡ଼ା ସ୍ପ୍ରିଞ୍ଜର ନେଚର ସହ ମିଳିତ ଭାବେ ଏହି ସମ୍ମିଳନୀକୁ ଆୟୋଜନ କରିଥିବାରୁ ସୋଆକୁ ଶୁଭେଚ୍ଛା ଜଣାଇଥିଲେ। ପୂର୍ବ ଭାରତରେ ଉଚ୍ଚ ମାନ୍ୟତା ପାଇଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ଅନ୍ୟତମ ବୋଲି ପ୍ରକାଶ କରି ଏହାର ପ୍ରଶଂସା କରିଥିଲେ। ରାଜ୍ୟରେ ବୃତିଗତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଏକ ଉଜ୍ୱଳ ସ୍ୱାକ୍ଷର ବୋଲି ସେ କହିଥିଲେ।

ଶ୍ରୀମତି ପରିଡ଼ା କହିଥିଲେ ଯେ ସୋଆରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ଝିଅ ନ୍ୟୁୟର୍କର ପ୍ରସିଦ୍ଧ ଷ୍ଟୋନୀ ବ୍ରୁକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ସ୍ଥାନ ପାଇପାରିଥିଲେ। ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଚ୍ଚକୋଟୀର ପଦକ୍ଷେପ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ସେ ସ୍ପ୍ରିଞ୍ଜର ନେଚରର ଲ୍ୟାଣ୍ଡିଂ ପେଜ୍ ଏବଂ ଇଣ୍ଡିଆନ୍ ରିସର୍ଚ୍ଚ ଟୁର୍ ୨୦୨୪ର ଶୁଭାରମ୍ଭ କରି କହିଥିଲେ ଯେ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଏହି ଯାତ୍ରା ଆରମ୍ଭ ହୋଇ ଦେଶର ୧୦ଟି ରାଜ୍ୟ ଓ ୧୬ଟି ସହର ଅତିକ୍ରମ କରି ୨୮ଟି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରେରିତ ବାର୍ତା ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପାଠ କରିଥିଲେ। ଏହି ବାର୍ତ୍ତାରେ ଶ୍ରୀ ପ୍ରଧାନ ସ୍ପ୍ରିଞ୍ଜର ନେଚରର ଏହି କାର୍ଯ୍ୟକ୍ରମ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଅଭିହିତ କରି ଏହା ଭାରତର ଗବେଷଣା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ରାଇଜ କନ୍‌କ୍ଲେଭର ଲକ୍ଷ୍ୟ ଗବେଷକମାନଙ୍କୁ ଜ୍ଞାନ ମାଧ୍ୟମରେ ସଶକ୍ତ କରିବା ସହ ଏହି କ୍ଷେତ୍ରରେ ସଚ୍ଚୋଟତା ଆଣିବାକୁ ପ୍ରୋତ୍ସାହିତ କରିବ। ଏହି ସମ୍ମିଳନୀ ଦ୍ୱାରା ଗବେଷକମାନେ ବିଶ୍ୱ ସ୍ତରରେ ନିଜ ଗବେଷଣା ମାଧ୍ୟମରେ ପ୍ରତିଯୋଗିତା କରିବା ସହ ନୈତିକତା ଏବଂ ସଚ୍ଚୋଟତା ଭିତିକ ଉଚ୍ଚମାନର ଗବେଷଣା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ କହିଥିଲେ।

ଆସନ୍ତ ସେପ୍ଟେମ୍ବର ମାସ ୧୯ ତାରିଖରୁ ଦ ଇଣ୍ଡିଆନ୍ ରିସର୍ଚ୍ଚ ଟୁର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଯୁବ ଗବେଷକମାନଙ୍କୁ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା, ପ୍ରକାଶନର ସୁଯୋଗ, ବିଶ୍ୱସ୍ତରରେ ସେମାନଙ୍କ କାର୍ଯ୍ୟର ପରିପ୍ରକାଶ ନିମନ୍ତେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ସୋଆ ସହିତ ସ୍ପ୍ରିଞ୍ଜର ନେଚରର କ୍ୟୁରିୟସ୍ ଜର୍ନାଲ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ନିମନ୍ତେ ତଥା ଫୁଲ୍ଲି ଓପନ୍ ଆକ୍ସେସ୍ ଜର୍ନାଲ୍ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା।

ସମ୍ମିଳନୀରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ସୀତାରାମ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଦ ଇଣ୍ଡିଆ ରିସର୍ଚ୍ଚ ଟୁର ଏକ ଗୁରୁତ୍ୱପୂର୍ଣର୍ ପଦକ୍ଷେପ।

ବର୍ତ୍ତମାନ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଏବଂ ଚାଟ୍‌ଜିପିଟି ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉଦ୍‌ଭାବନ ସମଗ୍ର ଶିକ୍ଷା ଏବଂ ଗବେଷଣାର ମାନଚିତ୍ରକୁ ପରିବର୍ତ୍ତନ କରିଦେଇଥିବା ବେଳେ ଏହାକୁ ଅତ୍ୟନ୍ତ ଦାୟିତ୍ୱର ସହ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଆମେ ନୂତନ ଜ୍ଞାନ କୌଶଳକୁ ସ୍ୱାଗତ କରିବା ଜରୁରୀ ନଚେତ ଆମେ ପଛରେ ପଡ଼ିଯିବୁ କିନ୍ତୁ ଆମକୁ ନୈତିକ ନିୟମାବଳୀର ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ କହିିଥିଲେ।

ଏହି ଅବସରରେ ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ସ୍ପ୍ରି୍ରଞ୍ଜର ନେଚର ଶୈକ୍ଷିକ ତଥ୍ୟର ଜଗୁଆଳୀ ଭାବେ କାର୍ଯ୍ୟ କରିବା ସହ ଗବେଷଣା ପ୍ରକାଶନ କ୍ଷେତ୍ରରେ ଖୁବ୍ ସ୍ୱଚ୍ଛତା ଅବଲମ୍ବନ କରିଥାଏ ଫଳରେ ଗବେଷଣା ପ୍ରକ୍ରିୟା ଠିକ୍ ଭାବେ ପରିଚାଳିତ ହୋଇପାରେ।

ରାଇଜ ଏକ ସୁଚିନ୍ତିତ ପଦକ୍ଷେପ ଯାହାକି ଭାରତର ଗବେଷଣା ମାନଚିତ୍ର ଉପରେ ଦକ୍ଷତାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବା ସହ ଗବେଷଣାକୁ ଅଧିକ ଉନ୍ମୁକ୍ତ ଏବଂ ସ୍ୱଚ୍ଛ କରିବ ଏହାର ଗୁଣବତାକୁ ଏହା ବୃଦ୍ଧି କରିବା ନିମନ୍ତେ ମଧ୍ୟ ସାହାଯ୍ୟ କରିବ ବୋଲି ସେ କହିଥିଲେ।

ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ଚୀନ୍ ଏବଂ ଦ୍ୱିତୀୟ ସ୍ଥାନରେ ଯୁକ୍ତରାଷ୍ଟ ଆମେରିକା ରହିଛି। କିନ୍ତୁ ଗବେଷଣା କ୍ଷେତ୍ରରେ ନୈତିକ ମୂଲ୍ୟବୋଧ ଏବଂ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ଆଇସିଏସ୍‌ଏସ୍‌ଆର୍ ଦେଶରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ବେଶ ବଦ୍ଧପରିକର ଏବଂ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ଏହା କାର୍ଯ୍ୟ କରୁଛି।

ଭାରତରେ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଅନୁଦାନକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ମହିଳା ଗବେଷିକାମାନଙ୍କ କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।

ଶ୍ରୀ ସର୍ବସିଦ୍ଧି କହିଥିଲେ ଯେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଧିକ ସହଯୋଗ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଠାରେ ଗବେଷଣାରେ ସ୍ୱଚ୍ଛତା ଭଳି ପ୍ରସଙ୍ଗକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉତ୍ସାହିତ କରାଯାଉଛି। ସୋଆ ସହିତ ଆମର ସହଯୋଗିତା ଦ୍ୱାରା ଏହି କାର୍ଯ୍ୟକୁ ଅଧିକ ଉନ୍ମୁକ୍ତ, ସୁଗମ ଏବଂ ପ୍ରଭାବପୂର୍ଣ୍ଣ କରାଯାଇପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ସହ ରାଇଜ ପଦକ୍ଷେପ ଏବଂ ‘ଫୁଲ୍ଲୀ ଓପନ୍ ଆକ୍ସେସ୍‌’ ‘ବୁଝାମଣା ଦ୍ୱାରା ଗବେଷଣା କ୍ଷେତ୍ରରେ ଉତ୍କର୍ଷତାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଇପାରିବ।

ଏହି ପରିପ୍ରେକ୍ଷୀରେ ସୋଆର ୬ ଜଣ ମହିଳା ଗବେଷିକାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଗବେଷିକାମାନେ ହେଲେ ସୋଆର ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ମେଡିକାଲ୍ ରିସର୍ଚ୍ଚର ନିର୍ଦ୍ଦେଶିକା ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଗୋଏଲ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ଓ ପ୍ରଫେସର ନିହାରବାଳା ଦେବୀ ଏବଂ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର। ଏଥି ସମେତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର , ସୋଆର ଚିଫ୍ ଲଇବ୍ରେରିଆନ୍ ଡକ୍ଟର ଡି.ବି. ରମେଶ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ

ଭୁବନେଶ୍ୱର: ର‌୍ୟାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪ ରୁ ୧୮ ତାରିଖ ମଧ୍ୟରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ ହୋଇଯାଇଛି।

ୟୁଜିସିର ନିୟମାବଳୀ ଅନୁଯାୟୀ ସୋଆର ବିଭିନ୍ନ କ୍ୟାମ୍ପସ୍‌ରେ ଏହି ୫ ଦିନ ମଧ୍ୟରେ ବକ୍ତୃତା, ରଙ୍ଗୋଲି, ପ୍ରବନ୍ଧ, ସ୍ଲୋଗାନ୍ ଏବଂ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ର‌୍ୟାଗିଙ୍ଗ ଫ୍ରି କ୍ୟାମ୍ପସ୍‌ର ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ୪୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମଙ୍ଗଳବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ଫ୍ୟାକଲ୍ଟି କୋର୍ଡିନେଟର ଡକ୍ଟର ଅଂଶୁମାନ ଜେନା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସେମିକଣ୍ଡକ୍ଟର୍ସ କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ଭିଏସ୍‌ଆଇ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ବେଙ୍ଗାଲୁରୁ ସ୍ଥିତ ଭେରି ଲାର୍ଜ ସ୍କେଲ୍ ଇନ୍‌ଟିଗ୍ରେସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଭିଏସ୍‌ଆଇ) ମଧ୍ୟରେ ଶନିବାର ସେମିକଣ୍ଡକ୍ଟର୍ସ ଏବଂ ଭିଏଲ୍‌ଏସ୍‌ଆଇ ଡିଜାଇନ୍ କ୍ଷେତ୍ରରେ ଗବେଷଣା, ଷ୍ଟାର୍ଟଅପ୍‌ସ, ପ୍ରତିଭା ଓ ନିଯୁକ୍ତି ନିମନ୍ତେ ସୁଯୋଗ ବିକଶିତ କରିବା ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ଭିଏସ୍‌ଆଇ ପକ୍ଷରୁ ସାରା ବିଶ୍ୱରେ ସେମିକଣ୍ଡକ୍ଟର ଯୋଗାଣ ଚେନ୍ କାର୍ଯ୍ୟ କରୁଥିବା ବେଳେ ଏହା ନିକଟରେ ୫୦୦୦ ରୁ ଊର୍ଦ୍ଧ୍ୱ ସେମିକଣ୍ଡକ୍ଟର ବୃତିଧାରୀ ଓ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି।

ଏହି ବୁଝାମଣା ଦ୍ୱାରା ସୋଆ ବର୍ତମାନ ଓ ଭବିଷ୍ୟତରେ ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବୃଦ୍ଧି କରିବା ନିମନ୍ତେ ଉଦ୍‌ଭାବନ ଗବେଷଣା ଓ ପ୍ରତିଭାକୁ ବଳିଷ୍ଠ କରିପାରିବ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଭିଏସ୍‌ଆଇର ସଭାପତି ଡକ୍ଟର ସତ୍ୟ ଗୁପ୍ତା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ବୁଝାମଣା ଅନୁଯାୟୀ ସୋଆ ଏବଂ ଭିଏସ୍‌ଆଇ ଗବେଷଣା ଓ ଉଦ୍‌ଭାବନ କ୍ଷେତ୍ରକୁ ନେଇ ମିଳିତ ଭାବେ କାର୍ଯ୍ୟ କରିବେ। ସେହିପରି ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରର ବର୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିଏସ୍‌ଆଇ ଏବଂ ସୋଆ ମିଳିତ ଭାବେ ଗବେଷଣା କରିବେ।

ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ପାଇଁ ଆୟୋଜନ କରିବେ। ନିଜର ଇଣ୍ଡଷ୍ଟ୍ରି ଭଲ୍ୟୁଂଟର ନେଟୱାର୍କ ମାଧ୍ୟମରେ ଭିଏସ୍‌ଆଇ ବିଶେଷଜ୍ଞଙ୍କ ଦ୍ୱାରା ବକ୍ତୃତା, ପ୍ରୋଜେକ୍ଟ ଆୟୋଜନ କରିବା ସହ ସୋଆର ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରର ଛାତ୍ରଛାତ୍ରୀଙ୍କର ଇନ୍‌ଟର୍ଣ୍ଣସିପ୍ ସୁଯୋଗ ସୃଷ୍ଟି ଓ ପରାମର୍ଶ ଦ୍ୱାରା ସାହାଯ୍ୟ ପ୍ରଦାନ କରିବ।

ଦୁଇ ଅନୁଷ୍ଠାନ ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ପାଠ୍ୟକ୍ରମକୁ ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ କ୍ଷେତ୍ରରେ ସାମିଲ କରିବା ପାଇଁ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିରେ ଭିଏସ୍‌ଆଇ ସାହାଯ୍ୟ କରିବ।

ଏହାଛଡ଼ା ଭିଏସ୍‌ଆଇ ଏବଂ ସୋଆ ହାଇସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଯୁକ୍ତି ସୁଯୋଗ ତଥା ଏହି ବିଷୟକୁ ନିଜର ଇଞ୍ଜିନିୟରିଂ ବ୍ରାଂଚରେ ସାମିଲ କରାଇବା ନିମନ୍ତେ ସଚେତନତା ସୃଷ୍ଟି କରିବେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୩୭ତମ ସାପ୍ତାହିକ ବକ୍ତୃତାମାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ରେ ୩୭ତମ ସାପ୍ତାହିକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ର୍ରମରେ ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ତଥା ରିୱାର୍ଡ ପ୍ରୋଜେକ୍ଟର ପରାମର୍ଶଦାତା ଡକ୍ଟର ଭରତ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ରାଜ୍ୟ ତଥା ଜାତୀୟସ୍ତରରେ ରିମୋଟ ସେନ୍ସିଂ, କୃତ୍ରିମ ବୁଦ୍ଧିମତା ଆଦିର ବ୍ୟବହାରରେ ଜଳ ବିଭାଜିକା ସମୃଦ୍ଧିର ଯୋଜନା ବିଷୟରେ ଡକ୍ଟର ସାହୁ ସବିଶେଷ ଆଲୋଚନା କରିଥିଲେ। ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଏବଂ ବକ୍ତାଙ୍କ ସହିତ ସବିଶେଷ ପ୍ରଶ୍ନୋତର ଓ ଆଲୋଚନା କରିଥିଲେ।

ଏହି ସାପ୍ତାହିକ ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଯୋଜକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଉତ୍ସାହର ସହ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଉତ୍ସାହର ସହ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ସୋଆର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଏବଂ ସିକ୍ୟୁରିଟି ସୁରକ୍ଷା କର୍ମଚାରୀ ପରେଡ୍‌ରେ ସାମିଲ ହୋଇଥିବା ବେଳେ ପ୍ରଫେସର ମିଶ୍ର ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ଦେଶକୁ ସ୍ୱାଧୀନ କରିବାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ସମ୍ପର୍କରେ ବଖାଣି ପ୍ରଫେସର ମିଶ୍ର ନିଜ ଅଭିଭାଷଣରେ ସ୍ୱାଧୀନତା ଦାୟିତ୍ୱବୋଧତାର ଅନ୍ୟ ଏକ ଦିଗ ବୋଲି ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଭିତିକ ସଂଗୀତ ଓ ନୃତ୍ୟ ସମ୍ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ନିକଟରେ ପ୍ରକାଶିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ସ ୨୦୨୪ରେ ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟ ଭାବେ ନିଜର ସ୍ଥାନ ହାସଲ କରିଛି ସୋଆ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଓଏସ୍‌ଡି ପ୍ରହଲ୍ଲାଦ ମହାନ୍ତି, ଜଏଂଟ ରେଜିଷ୍ଟ୍ରାର ଭିଷ୍ମ ଚରଣ ଦାସ, ଡାଇରେକ୍ଟର (ରିସୋର୍ସ) ତଥା ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ, ଡାଇରେକ୍ଟର (ଲିଗାଲ ଆଫେୟାର୍ସ) ସଞ୍ଜୟ କୁମାର ସାହୁ, ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଆୟୋଜିତ ପରେଡ୍‌ରେ ସୋଆର ପ୍ଲସ୍ ଟୁ ସାଇନ୍ସ କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ (ଆଇଏଚ୍‌ଏସ୍‌ଇ)ର ଛାତ୍ରଛାତ୍ରୀ ପ୍ରଥମ ପୁରସ୍କାର ନେଇଥିବା ବେଳେ ଆଇଏଏସ୍‌ର ଛାତ୍ରଛାତ୍ରୀ ଦ୍ୱିତୀୟ ଏବଂ ଏନ୍‌ଏସ୍‌ଏସ୍‌ର ଛାତ୍ରଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସ୍ୱାଧୀନତା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଜାତୀୟ ପତାକା ଉତୋଳନ କରିଥିଲେ। ଏହି ଅବସରରେ ସୋଆର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର ଓ ସେଂଟର ଫର୍ କ୍ୱାଂଟମ୍ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ

ଭୁବନେଶ୍ୱର: ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଆଜି ଶେଷ ହୋଇଛି।

ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

ଏହି ଅବସରରେ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଡାଟା ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ଡାଓ ଭାନ ତୁଏଟ ମଧ୍ୟ ଉପସ୍ଥିତ ଥିଲେ।

ସୋଆର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପରିଦର୍ଶନ କରିବା ପରେ ଏଠାରେ ଥିବା ବ୍ୟବସ୍ଥା ଓ ସୁଯୋଗକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ପ୍ରତିନିଧି ଦଳ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ। ପ୍ରତିନିଧି ଦଳଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଆତିଥ୍ୟକୁ ନେଇ ମଧ୍ୟ ସେମାନେ ଖୁସି ବ୍ୟକ୍ତ କରିଥିଲେ।

ସୋଆର ମେଡିକାଲ୍ କଲେଜ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ଜେନୋମିକ୍ସ, ବାୟୋ-ଇନ୍‌ଫର୍ମାଟିକ୍ସ, ଫାର୍ମାସ୍ୟୁଟିକାଲ୍‌ସ, ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏସ୍‌ଆଇୟୁ ମଧ୍ୟ ଏହି ସବୁ ବିଷୟକୁ ନେଇ ସୋଆ ସହ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗିତା ନିମନ୍ତେ ଉତ୍ସୁକ ବୋଲି ଡକ୍ଟର ହିପ୍ କହିଥିଲେ।
ଭିଏତନାମ ପ୍ରତିନିଧି ଦଳ ସୋଆର ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିବା ସହ ପ୍ରଶିକ୍ଷଣ ସୁବିଧାଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ।

ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଏସ୍‌ଆଇୟୁ ସୋଆ ସହଯୋଗିତା ନେଇ ଏକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ ଏବଂ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ଡକ୍ଟର ହିପ୍ ଏବଂ ଅନ୍ୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚିବା ପରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ।

ଏହା ପ୍ରତିନିଧି ଦଳ ଭୁବନେଶ୍ୱର ବିଭିନ୍ନ ଐତିହାସିକ ସ୍ଥଳୀ ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭିଏତନାମର ସାଂସ୍କୃତିକ ଦଳ, ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ। ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ।
ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ଭାଇସ୍‌-ଡାଇରେକ୍ଟର ଭାନ୍ କୋଙ୍ଗ୍ ହୋଆଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ସନ୍ଧ୍ୟାରେ ସୋଆ ଅଡିଟରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି ଦଳର ସଦସ୍ୟମାନେ ଚାମ୍ ନୃତ୍ୟ (ଏହାକୁ ଅପ୍‌ସରା ନୃତ୍ୟ ମଧ୍ୟ କୁହାଯାଏ) ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ନୃତ୍ୟର ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି। ସେହିପରି ସେମାନଙ୍କର ଅନ୍ୟ ନୃତ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ପାଇକ ନୃତ୍ୟ ଭଳି ଜଣାପଡ଼େ।

ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ହୋଆ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସେହିପରି ତାଙ୍କ ଦଳର ସଦସ୍ୟମାନେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ।

ଅପରାହ୍ଣରେ ସେମାନେ ସୋଆର କ୍ୟାମ୍ପସ୍‌ଗୁଡ଼ିକୁ ପରିଦର୍ଶନ କରିବା ସହ ଆଇଟିଇଆର୍‌ର ସ୍ପୋର୍ଟ୍ସ ସେଂଟର ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅବପାତର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ଗତି ଉତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆଜି ରାତିରୁ ଉପକୂଳ, ଉତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ସେହିପରି ମଙ୍ଗଳବାର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି।

ଆସନ୍ତା ମଙ୍ଗଳବାର ଠାରୁ ଉତର ଓଡ଼ିଶା ଏବଂ ଝାଡଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଉତର ଓ ପଶ୍ଚିମ ଓଡ଼ିଶାରେ ତଥା ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯାହାକି ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ଅନୁଷ୍ଠିତ ହେବ ତିନି ଦିନିଆ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏକ ୩- ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ।

‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ଏହି ଆନ୍ତର୍ଜାତିକ କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି।

କୃତ୍ରିମ ବୁଦ୍ଧିମତା, ଡ୍ରୋନ୍‌, କୃଷି କ୍ଷେତ୍ରରେ ସ୍ୱୟଂଚାଳିତ ରୋଗ ଚିହ୍ନଟ ଓ ଚିକିତ୍ସା ପରି ଉପଲବ୍ଧ ବ୍ୟବସ୍ଥା ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନକୁ ଅଧିକ କରିବା ତଥା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ଆଲୋଚନା ସହିତ କ୍ଷେତ୍ର ନିର୍ଦ୍ଦିଷ୍ଟ ଜଳବାୟୁ ଅଂଚଳରେ ଫସଲ ଉତ୍ପାଦନର ବିକାଶ ଉପରେ ଚିନ୍ତନ ନିମନ୍ତେ ବୈଜ୍ଞାନିକ ସମୁଦାୟ ଓ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ଏକ ମଂଚ ପ୍ରଦାନ ନିମନ୍ତେ ଏହି ଉଦ୍ୟମ ସହାୟକ ହେବ ବୋଲି ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ୍ୟ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ପୃଥିବୀରେ ଜଳବାୟୁ, ଜଳସମ୍ପଦ ଏବଂ ପରିବେଶ ମିଳିତ ଭାବେ ସନ୍ତୁଳନ ରକ୍ଷା କରିଥାନ୍ତି। କିନ୍ତୁ ଦ୍ରୁତ ସହରୀକରଣ ଏବଂ ମାନବକୃତ କାର୍ଯ୍ୟକଳାପ ଯୋଗୁଁ ଏହି ସନ୍ତୁଳନ ଦୋହଲି ଯିବାରେ ଲାଗିଛି। ଏହାର ପ୍ରତିଫଳନ ପାଣିପାଗରେ ଅନିୟମିତତା ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଜଳର ଅଭାବ ଓ ଜଳ, ବାୟୁ ଓ ଭୂମିର ପ୍ରଦୂଷଣ ଭାବେ ପରିଲକ୍ଷିତ ହେଉଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହାର ସମାଧାନ ଆବଶ୍ୟକ କାରଣ ଏହା ପରିବେଶ ଉପରେ ବହୁଳ ପ୍ରଭାବ ପକାଇପାରେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କୃଷି ଜଳସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ଯାହା ଫଳରେ ଦୀର୍ଘମିଆଦି ଓ ସ୍ୱଳ୍ୱମିଆଦି ମରୁଡ଼ି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ।

ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ସମ୍ମିଳନୀରେ କୃଷି କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆମେରିକା ଓ ଭାରତର ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ସେମାନଙ୍କର ଉପଯୋଗୀ ମନ୍ତବ୍ୟ ରଖିବେ। ସେମାନଙ୍କ ମଧ୍ୟରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ, ଜୀବିକା ସନ୍ଧାନରେ ମହାରାଷ୍ଟ୍ରର ଗ୍ରାମାଂଚଳରୁ ସହରାଂଚଳକୁ ଚାଲି ଆସୁଥିବା ଲୋକଙ୍କୁ ପୁଣି ଥରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଥିବା ପାପଟରାଓ ପାୱାର ଓ ବିଶ୍ୱବ୍ୟାଙ୍କର କୃଷି ବିଶେଷଜ୍ଞ ଡକ୍ଟର ରଞ୍ଜନ ସାମନ୍ତରାୟ ଅଛନ୍ତି।