Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିଷୟରେ ଅଶାଳୀନ ଭାଷଣ ଦେଇଥିଲେ। ଝାପରେ କଂଗ୍ରେସ ନେତାଙ୍କ ବିରୋଧରେ ବିଜେପି ଆପତ୍ତି ଉଠାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ବର୍ତ୍ତମାନ କଂଗ୍ରେସ ନେତାଙ୍କୁ ଗିରଫ କରିଛି।

ଇନ୍ଦୋର ଡିସିପି ସମ୍ପତ ଉପାଧ୍ୟାୟ କହିଛନ୍ତି ଯେ, ଏକ ବିରୋଧ ପ୍ରଦର୍ଶନ ସମୟରେ ଏହି ମନ୍ତବ୍ୟ ଦିଆଯାଇଛି। ଏହା ପରେ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି। ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖର ପଟେଲଙ୍କ ଉପରେ ବିଜୟନଗର ପୋଲିସ ଷ୍ଟେସନରେ ଧାରା ୩୪୧, ୫୦୫ ଏବଂ ୨୯୪ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ବାଗେଶ୍ୱର ଧାମ ​​ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ମଞ୍ଚର ଗୋଟିଏ ପଟେ ସରକାର ଅନ୍ୟ ପଟେ ସାଧୁ, ମଝିରେ ଧିରେନ୍ଦ୍ର ଶାସ୍ତ୍ରୀ

ଭୋପାଳ: ଆଜି ମଧ୍ୟପ୍ରଦେଶର ଛତ୍ରପୁରର ବାଗେଶ୍ୱର ଧାମରେ ସାମୁହିକ କନ୍ୟା ବିବାହ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ବ୍ୟତୀତ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ତାଙ୍କର ଅନେକ ମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ବର୍ତ୍ତମାନ ବାଗେଶ୍ୱର ଧାମରେ ​​ଆସ୍ଥାର ମହାକୁମ୍ଭ ଆୟୋଜିତ ହେଉଛି ଏବଂ ମହାଶିବରାତ୍ରୀ ଅବସରରେ ୧୨୫ କନ୍ୟାଙ୍କର ବିବାହ କରିବେ। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ମଧ୍ୟ ଏହି ଅବସରରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି।

ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ଆଜି ସମସ୍ତ ତୀର୍ଥ ବାଗେଶ୍ୱର ଧାମରେ ​​ଏକାଠି ହୋଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେ କୌଣସି ଦଳର ନୁହେଁ, କିନ୍ତୁ ଏହି ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ତୀବ୍ର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ତେଣୁ ସେଠାରେ ସେ ଶିବରାଜ ସିଂଙ୍କୁ କନ୍ୟାମାନଙ୍କୁ ପ୍ରଣାମ କରିବାକୁ କହିଛନ୍ତି। ଏହା ସହ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ହିନ୍ଦୁ ରାଷ୍ଟ୍ର ବିଷୟରେ କହିଛନ୍ତି ଯେ, ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବାକୁ ପଡିବ।

ସେହିଭଳି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜର ଭାଷଣ ଆରମ୍ଭ କରିବା ପୂର୍ବରୁ ଜୟ ଶ୍ରୀ ରାମ, ହର ହର ମହାଦେବ ଏବଂ ଜୟ ବଜରଙ୍ଗବାଲିଙ୍କ ସ୍ଲୋଗାନ ଦେଇଛନ୍ତି। ଏହା ବ୍ୟତୀତ ସେ ରାମାୟଣର ଚୌପାଇ ମଧ୍ୟ ପାଠ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ତାଙ୍କ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ବାବା ବାଗେଶ୍ୱର ଧାମଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଶିବରାଜ ସିଂ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମହାରାଜ ଜୀ ବୋଲି ସମ୍ବୋଧନ କରିଛନ୍ତି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ ଘୋଷଣା: ବିଦ୍ୟାଳୟରେ ଗୀତା ଏବଂ ରାମାୟଣ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ ଘୋଷଣା କରିଛନ୍ତି ଯେ, ଗୀତା ଏବଂ ରାମାୟଣଙ୍କ ସହ ବିଦ୍ୟାଳୟରେ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ପୁସ୍ତକ ଶିକ୍ଷା ଦିଆଯିବ। ସୋମବାର ଦିନ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମର ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ ଅମୂଲ୍ୟ ଗ୍ରନ୍ଥ ଅଟେ। ଏହି ଗ୍ରନ୍ଥଗୁଡିକ ମଣିଷକୁ ନୈତିକ ଏବଂ ସଂପୂର୍ଣ୍ଣ କରିବାର କ୍ଷମତା ରଖିଛି। ଏହି ପବିତ୍ର ଗ୍ରନ୍ଥଗୁଡ଼ିକ ମାଧ୍ୟମରେ ଆମେ ପିଲାମାନଙ୍କୁ ସଂପୂର୍ଣ୍ଣ ଏବଂ ନୈତିକ ଶିକ୍ଷା ଦେବୁ।

ଭୋପାଳରେ ବିଦ୍ୟା ଭାରତୀ ଦ୍ୱାରା ଆୟୋଜିତ ସୁଘୋଶ ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ବର୍ତ୍ତମାନ ମାତୃଭାଷାରେ ଶିକ୍ଷା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରଦେଶରେ ହିନ୍ଦୀରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରାଯିବ। ସେ ଅଭିଯୋଗ କରିଛନ୍ତି ଯେ ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସଂସ୍କୃତି, ଆଧ୍ୟାତ୍ମିକତା, ଧର୍ମ ଏବଂ ମହାନ ବ୍ୟକ୍ତିମାନଙ୍କୁ ସମାଲୋଚନା କରିବାରେ ଆନନ୍ଦିତ ହୁଅନ୍ତି। ଏଭଳି ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଦେଶ ପାଇଁ କେତେ କ୍ଷତି କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗ୍ୱାଲିଅରରେ ନିର୍ମାଣ ହେବ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ: ଶିବରାଜ ସିଂ ଚୌହାନ

ଗ୍ୱାଲିଅର୍: ସ୍ମୃତି ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସହିତ ଗ୍ୱାଲିଅରରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଘୋଷଣା କରିଛନ୍ତି। ଦିବଙ୍ଗତ ରାଜନେତାଙ୍କ ୯୮ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହୋଇଥିବା ‘ଗ୍ୱାଲିଅର୍ ଗୌରବ ଦିବସ୍’ କାର୍ଯ୍ୟକ୍ରମରେ ଚୌହାନ୍ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଅଂଶଗ୍ରହଣ କରିଥିଲେ।

ସମାବେଶକୁ ଚୌହାନ କହିଛନ୍ତି ଯେ, ଗ୍ୱାଲିଅରରେ ଏକ ମହାନ ବାଜପେୟୀ ସ୍ମାରକୀ ନିର୍ମାଣ କରାଯିବ, ଯେଉଁଥିରେ ଅଡିଓ ଭିଡିଓ ମାଧ୍ୟମରେ ସ୍ୱର୍ଗତ ନେତାଙ୍କ ଜୀବନ ଏବଂ କାର୍ଯ୍ୟକୁ ଆଲୋକିତ କରିବା ପାଇଁ ଏକ ଇ-ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର ରହିବ। ଏହି ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୋଖରାନ୍ ଆଣବିକ ପରୀକ୍ଷଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଚୌହାନ କହିଛନ୍ତି ଯେ, ଆମେରିକା ଭଳି ରାଷ୍ଟ୍ର ପ୍ରତି ଦୃଷ୍ଟି ନଦେଇ ଏକ ସାହସିକ ପଦକ୍ଷେପ ଭାରତକୁ ଆଣବିକ ଶକ୍ତିରେ ପରିଣତ କରିଛି।

ସିନ୍ଧିଆ ଏବଂ ତୋମାର ମଧ୍ୟ ଗ୍ୱାଲିଅର ସହ ବାଜପେୟୀଙ୍କ ସଙ୍ଗଠନକୁ ମନେ ପକାଇ ଦେଶରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ୨୫ ଡିସେମ୍ବର ୧୯୨୪ ରେ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କାଲିଘାଟ ମନ୍ଦିରରେ ପୂଜା କଲେ ଶିବରାଜ, କହିଲେ ଦିଦିଙ୍କ ବିଦାୟ ନିଶ୍ଚୟ

କଲିକତା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାବି କରିଛନ୍ତି ଯେ, ଦିଦିଙ୍କ (ମମତା ବାନାର୍ଜୀ) ପଶ୍ଚିମ ବଙ୍ଗରୁ ବିଦାୟ ନିଶ୍ଚିତ। ସେ କହିଛନ୍ତି ଯେ, ଆସନ୍ତା ଉବ ୨ ତାରିଖରେ ବଙ୍ଗଳଦେଶର କ୍ଷମତା ହାସଲ କରିବାରେ ବିଜେପି ସଫଳ ହେବ।

ରାଜ୍ୟର ଭାରତୀୟ ଜନତା ପାର୍ଟିର ପରିବର୍ତନ ଯାତ୍ରାରେ ଯୋଗଦେବା ପାଇଁ ଶନିବାର ରାତିରେ କଲିକତାରେ ପହଂଚିଥିବା ଶିବରାଜ ଚୌହାନ ରବିବାର ସକାଳେ କାଲିଘାଟ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପରିବର୍ତନର ଲହରୀ ଖେଳିଯାଇଛି। ରାଜ୍ୟ ସରକାର ଗରୀବ ଏବଂ କୃଷକ ମାନଙ୍କୁ କେନ୍ଦ୍ର ଯୋଜନାରୁ ବଂଚିତ କରିବାପାଇଁ ଏଠାରେ କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି ଯେ, ହିଂସା ଏବଂ ଭ୍ରଷ୍ଟାଚାର ପଶ୍ଚିମବଙ୍ଗଳରେ ପ୍ରାଧାନ୍ୟ ରହିଛି। ପ୍ରଥମେ କମ୍ୟୁନଷ୍ଟ ଏବଂ କଂଗ୍ରେସ ରାଜ୍ୟକୁ ଧ୍ୱଂସ କରିଦେଲେ ଏବଂ ବର୍ତମାନ ଏହି କାର୍ଯ୍ୟ ତୃଣମୂଳ ଦ୍ୱାରା କରାଯାଉଛି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା ୨ରେ ଘୋଷଣା କରାଯିବ ଏବଂ ସେହି ଦିନ ଦିଦି ଦିଦି ବିଦାୟ ନେବେ ଏବଂ ବିଜେପି କ୍ଷମତାକୁ ଆସିବ।