Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବିଶାଳ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର: ଶିରିପୁର ସ୍ଥିତ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନ କ୍ରୀଡା ଓ ଯୁବସେବା ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଚେତନତା ମୂଳକ ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ସ୍ଥାନୀୟ କର୍ପୋରେଟର ବିନୟିନୀ ଜେନା ଓ ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଶୋଭାଯାତ୍ରାଟି ବିଦ୍ୟାଳୟରୁ ଆରମ୍ଭ ହୋଇ ସୌଭାଗ୍ୟ ନଗର, ନୂଆ ସାହି, ସବର ସାହି, ଓୟୁଏଟି, ସିରିପୁର ଦେଇ ଯାତ୍ରା କରିଥିଲା। ନୋଡାଲ ଅଫିସର ପୁଷ୍ପାଞ୍ଜଳି ମହାପାତ୍ର ଓ ସଂଯୋଜିକା ସୁରଭି ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରା ରେ ସହଯୋଗ କରିଥିଲେ।