Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କଲେନରଓ୍ୱେ ରାଷ୍ଟ୍ରଦୂତ

ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଳେଭ-୨୦୨୨ରେ ଯୋଗ ଦେବାକୁ ଆସିଥିବାରୟାଲ ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ, ନରୱେର ସଂମ୍ମାନସ୍ପଦ ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ ଜୋହନ ଥୋମାସ ଜେରକମ ଆଜି ସଂଧ୍ୟାରେ ଲୋକସେବା ଭବନ ଠାରେ ଓଡିଶାର ଶିଳ୍ପ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କୁ ଆମ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଓଡିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି,ଖଣିଜ ସଂପଦ, ଜଳ ସଂପଦ, ଶକ୍ତି ଉତ୍ପାଦନ କ୍ଷେତ୍ର, ପର୍ଯ୍ୟଟନ ବିଭବ ଆଦି ସାଙ୍ଗକୁ ଏହାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି।

କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ରସାୟନ କ୍ଷେତ୍ରରେ ମଧ୍ୟ ସୁବିଧା ରହିଛି। ଏହି ଦୃଷ୍ଟିରୁ ଓଡିଶାରେ ବିଭିନ୍ନ ଶିଳ୍ପ ଗଢିଉଠିଛି ଓ ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଆମର ଲକ୍ଷ୍ୟ ରହିଛି ।

ନରୱେ ମେକ୍ ଇନ୍ ଓଡିଶା-୨୦୨୨ ଆୟୋଜନର ଅନ୍ୟତମ ଅଂଶୀଦାର ହୋଇଥିବା ବେଳେ ଆଗାମୀ ଦିନରେ ଓଡିଶାରେ ଥିବା ଶିଳ୍ପାନୁକୂଳ ବାତାବରଣକୁନରୱେ ଦେଶ ତରଫରୁ ସ୍ୱତନ୍ତ୍ର ଭାବେ ପ୍ରତିନିଧି ଆସିଭଲଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ନରୱେ ତରଫରୁ ବିଶେଷ କରି ବିଭିନ୍ନ କ୍ଷେତ୍ର ସହିତ ଓଡିଶାରେ ରହିଥିବା ଅକ୍ଷୟ ଶକ୍ତିର ବିକାଶ, ମହିଳା ଓ ଶିଶୁ ବିକାଶ, ଧାବତ ଓ ଖଣିଜ ସଂପଦ ପ୍ରଭୃତି କ୍ଷେତ୍ରରେ ରହିଥିବା ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ସାକ୍ଷାତ ସମୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।

ଓଡିଶା ତରଫରୁ ମନ୍ତ୍ରୀ ଶ୍ରୀ ଦେବ ନରୱେ ରାଷ୍ଟ୍ରଦୂତଙ୍କୁ ରୂପା ତାରକସୀ କାରୁକାର୍ଯ୍ୟର ଏକ କୋଣାର୍କ ଚକ୍ର ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଡ୍‌କୋର ‘ଓ’ ହବ୍‌ ଟାୱାରରେ ଷ୍ଟାର୍ଟଅପ୍‌ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଶିଖରଚଣ୍ଡିଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଇଡ୍‌କୋର ‘ଓ’ ହବ୍‌ ଅଟ୍ଟାଳିକାରେ ଷ୍ଟାର୍ଟଅପ୍‌ ପାଇଁ ନିର୍ମାଣ ଚାଲିଥିବା ଏନ୍‌କୁ୍ୟବେସନ୍‌ କେନ୍ଦ୍ର, କାର୍ଯ୍ୟାଳୟ, ତାଲିମ ଗୃହ, ପ୍ରେକ୍ଷାଳୟ, ବୈଠକ ଖାନା ପ୍ରଭୃତି ବୁଲି ଦେଖିଥିଲେ ।

ଏଠାରେ ପ୍ରାରମ୍ଭିକ ଭାବେ ୨୦୦ଟି ଷ୍ଟାର୍ଟଅପ୍‌ ପାଇଁ ସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ପରେ ନିର୍ମାଣଶୈଳୀ ଏବଂ ସାଜସଂରଞ୍ଜାମ ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତାରେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ ବୋଲି କହିଛନ୍ତି । ସେ ସେଠରେ ଉପସ୍ଥିତ ଥିବା ସମସ୍ତ ଯନ୍ତ୍ରୀ ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡ଼ିତ କର୍ମଚାରୀଓ କାରିଗରମାନଙ୍କୁ ଏହି ଉନ୍ନତ ମାନର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ । ଏହି ନୂତନ ଅଟ୍ଟାଳିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ରେଢ଼ାଖୋଲ ବିଧାୟକ ଶ୍ରୀ ରୋହିତ ପୂଜାରୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲମ୍‌, ଇଭାନ୍‌ଞ୍ଜେଲିଷ୍ଟ ସୁଶ୍ରୀ ସଂଯୁକ୍ତା ବଢ଼ାଇ, ଇଂଜିନିୟର ବିଜୟ ତ୍ରିପାଠୀ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।