Categories
ଆଞ୍ଚଳିକ ରାଜ୍ୟ ଖବର

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ଏନଏସଏସର ଶୀତକାଳୀନ ଶିବିର ଉଦଯାପିତ

ସମୀକ୍ଷାବ୍ୟୁରୋ

ସାନଖେମୁଣ୍ଡି,(୨୮/୧୨): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ ଏନଏସଏସ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି। ବିଗତ ସାତ ଦିନ ଧରି କଙ୍କୋରଡା ମହାବିଦ୍ୟାଳୟରେ ଚାଲିଥିବା ଏହି ଶିବିରରେ ୭୫ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ଅଂଶଗ୍ରହଣକାରୀମାନେ ସ୍ବଚ୍ଛ ଭାରତ, ସଚେତନତା, ନଗର ପରିକ୍ରମା ସହ ସାଂସ୍କୃତିକ ଆଦି କାର୍ଯ୍ୟକ୍ରମ କରିଥିଲେ।

ଶିବିରର ଅନ୍ତିମ ଦିନରେ କଲେଜ କକ୍ଷରେ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଯାଇଛି। ଏଥିରେ ଅଧ୍ୟାପକ ସନ୍ତୋଷ ପାଢୀ ଓ ସୁଶାନ୍ତ କୁମାର ପଣ୍ଡା ସେବାର ମହତ୍ତ୍ବ ଓ ଉପକାରିତା ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଆଲୋକପାତ କରିଥିଲେ। ଉକ୍ତ ଶିବିରକୁ ତୀର୍ଥବ୍ରତ ସାହୁ,ସସ୍ମିତା ସାହୁ,ଆଶାଲତା ପଟ୍ଟନାୟକ ଆଦି ଅଧ୍ୟାପକ,ଅଧ୍ୟାପିକା ସଂଯୋଜନା କରିଥିଲେ।