Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଫେଵୃୟାରୀ ୨ ରେ ଶୁଭମୁକ୍ତି କରିବ ଓଡ଼ିଆ ଚଳଚ୍ଚିତ୍ର “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ଵର: “ଶାନ୍ତି ଆପାର୍ଟମେଣ୍ଟ” ଏକ ଭିନ୍ନ ଧରଣର ନାଁ ଆଉ ଭିନ୍ନ ଧରଣର ଓଡିଆ ଚଳଚ୍ଚିତ୍ର। ନିକଟରେ “ଶାନ୍ତି ଆପାର୍ଟମେଣ୍ଟର” ଫାଷ୍ଟଲୁକ୍ ରିଲିଜ୍ ହୋଇଯାଇଛି।

ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ଆସୁଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ଙ୍କର ନିର୍ଦ୍ଦେଶନାରେ ନିର୍ମିତ ହୋଇଛି “ଶାନ୍ତି ଆପାର୍ଟମେଣ୍ଟ”। “ଡେଲିଭରୀ ବୟ”, “ଡଟପେନ” ଚଳଚ୍ଚିତ୍ରର ସଫଳତା ପରେ ଆସନ୍ତା ଫେବୃଆରୀ ୨ ତାରିଖ ରେ ମୁକ୍ତିଲାଭ କରିବ “ଶାନ୍ତି ଆପାର୍ଟମେଣ୍ଟ”।

ବିକ୍ରମ ଶଙ୍କରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ, କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନ ତ୍ରିପାଠୀ। ସଂଳାପ ଡଃ ଦୀପକ ଜେନା, ସହଯୋଗୀ ନିର୍ଦ୍ଦେଶନା ଆଶିଷ ବେହେରା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ପଣ୍ଡା, ଗୀତ ସନ୍ଦୀପ ପଣ୍ଡା, ଡ଼ଃ ନିର୍ମଳ ନାୟକ ରଚନା କରିଛନ୍ତି।

କଣ୍ଠଦାନ ସନ୍ଦୀପ ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଏବଂ ସ୍ୱୟଂ ପାଢ଼ୀ କରିଛନ୍ତି। ନୃତ୍ୟ ନିର୍ଦ୍ଦେଶନା ଅମିତ ନାୟକ ଦେଇଛନ୍ତି। ଚିତ୍ରତ୍ତୋଳନ ପ୍ରତାପ ରାଉତ ଏବଂ ସମ୍ପାଦନା କରିଛନ୍ତି ବିଶ୍ୱରଞ୍ଜନ ସୁବୁଦ୍ଧି। ଏହାର ପ୍ରଚାର ପ୍ରସାର ଦାୟିତ୍ବ ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।

ଅଭିନୟରେ ଅଛନ୍ତି ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ରାଗିଣୀ ସୂତ୍ରଧର, ଆଲିଆ ନନ୍ଦ, ବରଦା ପାତ୍ର, ସନ୍ତୁ ନିଜେ, ପ୍ରସନଜିତ ମହାପାତ୍ର, ପ୍ରୀତି ବିଶ୍ୱାଳ, ଅଭିଷେକ ପାତ୍ର, ଶକ୍ତି ବରାଳ, ରାକ୍ଷୀ ଦାଶ, ଆଇମୋନ ପ୍ରଧାନ, ଅନୁଷ୍କା ରାଉତରାୟ, ବିକ୍କୀ ମିଶ୍ର ଏବଂ ଅମିତାଭ।
କିଛି ସସ୍ପେନ୍ସ ଏବଂ ଥ୍ରୀଲର ର କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ର “ଶାନ୍ତି ଆପାର୍ଟମେଣ୍ଟ”।

ତେବେ ୨୦୨୪ ମସିହା ର ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଯାହା ନୂଆବର୍ଷ ଉପଲକ୍ଷେ ମୁକ୍ରିଲାଭ କରିବାକୁ ଯାଉଛି। ପୂର୍ବରୁ ଦର୍ଶକ ଯେମିତି ଯେତିକି ଭଲ ପାଇବା ଦେଇଥିଲେ ତା’ଠୁ ଅଧିକ ଶାନ୍ତି ଆପାର୍ଟମେଣ୍ଟ କୁ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

ଭୁବନେଶ୍ଵର: ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି। ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ।

ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ। ତେବେ ଆଜି ସିନେପଲିସ ପ୍ରେକ୍ଷାଳୟରେ ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ କେତେ ଉଚ୍ଚରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବଖାଣି ଥିଲେ।

ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା। ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା।

ନିର୍ଦ୍ଦେଶକ କେ ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା।  ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।
ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି।

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି। ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି। ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅର୍ଣ୍ଣବ ପ୍ରଡ଼କସନ୍ସର ଦୁଇଟି ନୂଆ କମେଡି ୱେବ ସିରିଜ୍ ର ଶୁଭମୁକ୍ତି

ଭୁବନେଶ୍ଵର: ଚିରାଚରିତ ଧାରା ଠାରୁ ଟିକେ ଅଲଗା ଚିନ୍ତା କରିବା, ଯାହା ଚାଲିଛି ତା’ଠାରୁ ଟିକେ ଅଲଗା ଦେଖାଯିବା, ଏମିତି ଏକ ଚିନ୍ତାଧାରାକୁ ନେଇ ଅର୍ଣ୍ଣବ ପ୍ରଡ଼କସନ୍ସର ପ୍ରଯୋଜକ ଅଶୋକ ଦାସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି।

ଅର୍ଣ୍ଣବ ପ୍ରଡ଼କସନ୍ସ ସବୁବେଳେ ନୂଆ ଚିନ୍ତାଧାରାର କଥାକୁ ବିଶ୍ୱାସ କରେ। ସେଇ ମାନସିକତାରେ ସେ ଆରମ୍ଭ କରିବାକୁ ଯାଉଛନ୍ତି ଦୁଇଟି ନୂଆ ୱେବ ସିରିଜ୍ ଯାହା ଟିଭିରେ ପ୍ରସାରିତ ହେଉଥିବା ମେଗା ସିରିଏଲ ଭଳି ୱେବ ଚାନେଲରେ ଚାଲିବ ଏବଂ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଲେଖାଏଁ ଅଧ୍ୟାୟ ଆସିବ। ଯାହାର ପରିକଳ୍ପନା ଏବଂ ଡିଜାଇନ କରିଛନ୍ତି ଓଡ଼ିଶାର କମେଡି କିଙ୍ଗ ପପୁ ପମ୍ ପମ୍।

ଏକ ସମ୍ପୂର୍ଣ୍ଣ କମେଡି ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ କଳାଧଳା କମେଡି, ସାଇଲେଣ୍ଟ କମେଡି, ଚାର୍ଲି ଚାପ୍ଲିନ୍ କିମ୍ବା ମିଷ୍ଟର ବିନ୍ ଙ୍କ ଭଳିଆ, ଲରେନ୍ସ ଏବଂ ହାର୍ଡି ଙ୍କ କମେଡି ଭଳିଆ ଇଣ୍ଟରନେସନାଲ ସ୍ତରରେ ଯେମିତି ହେଇଥିଲା, ଓଡ଼ିଶାରେ କେବେ ବି ସେମିତି ହେଇନଥିଲା। ଓଡିଶାର ଜଣେ ପ୍ରମୁଖ ଅଭିନେତା ରାଜୀବ ଲୋଚନ ଓଝା ଯିଏ ଅଭିନୟ ପପୁ ପମ୍ ପମ୍ ଙ୍କ ସହିତ ଅଭିନୟ କରନ୍ତି, ବହୁତ ପତଳା ଶରୀରର ମଣିଷ ଏବଂ ତାଙ୍କ ସାଙ୍ଗକୁ ଖାପ ଖୁଆଇଲା ଭଳିଆ ଆଉ ଜଣେ ଆଜିକା ଜମାନାର କଳାକାର ଗଣେଶ, ଯିଏ କି ସିନେମା ଜଗତର ଜଣେ କଳା ନିର୍ଦ୍ଦେଶକଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ୱେବ ସିରିଜ୍ ଯାହାର ନାଁ ହେଉଛି “ଟିଙ୍ଗା ଟେରୁ”।

ଦୁଇ ଜଣ ଭିନ୍ନ ଚେହେରାର କଳାକାର ଦୁହିଁଙ୍କୁ ନେଇ ପ୍ରତ୍ୟେକ ଅଧ୍ୟାୟରେ ନୂଆ ନୂଆ ହାସ୍ୟରସ ଭରା ଯାହା ସାତରୁ ସତୁରି ବର୍ଷ ବୟସର ଲୋକଙ୍କୁ ଭଲ ଲାଗିବ। ପରବର୍ତ୍ତୀ ମାସରେ ଆଉ ଏକ ୱେବ ସିରିଜ୍ ଆରମ୍ଭ ହେବ ଯାହାର ନାଁ ରଖାଯାଇଛି “ଓଡି ମ୍ୟାନ”।

ପ୍ରଥମ ଥର ପାଇଁ ଓଡ଼ିଆରେ ଏକ ସୁପରମ୍ୟାନ ଆସୁଛି ଯେଉଁଥି ପାଇଁ ତାର ନାଁ ରଖାଯାଇଛି ଓଡି ମ୍ୟାନ। ଶକ୍ତିମ୍ୟାନ, ସୁପରମ୍ୟାନ, ଆଇରନ୍ ମ୍ୟାନ୍ ଭଳିଆ ଚିନ୍ତାଧାରାରେ ନିର୍ମାଣ ହେଉଚି ଓଡି ମ୍ୟାନ ୱେବ ସିରିଜ୍। ଏହା ଆଉ ଏକ ଭିନ୍ନ ଚିନ୍ତାଧାରାର ୱେବ ସିରିଜ୍। ତେଣୁ ଦୁଇଟି ଯାକ ନୂଆ ଚିନ୍ତାଧାରାର କଥା ଏବଂ କମେଡିର ଗୋଟିଏ ନୂଆ ଦିଗ ଦେଖାଇବ ଯାହା ଆମ ମାଟିର ବାସ୍ନା ରହି ନିର୍ମାଣ ହୋଇଛି।

ଦୁଇଟି ଯାକ ୱେବ ସିରିଜ୍ ର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟାଂଶ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ନନ୍ଦିଘୋଷ ଟିଭିର ଚିଫ ଏଡିଟର ଶିଶିର ଭଟ୍ଟ ମିଶ୍ର, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ଅଶୋକ ଦାସ, ଓଡ଼ିଶାର ଆଗ ଧାଡ଼ିର କମେଡି ଅଭିନେତା ପପୁ ପମ୍ ପମ୍ ଙ୍କ ସମେତ ୱେବ ସିରିଜ୍ ର ସମସ୍ତ କଳାକାର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

ପପୁ ପମ୍ ପମ୍ ଙ୍କ ଚିନ୍ତାଧାରାକୁ ଅର୍ଣ୍ଣବ ପ୍ରଡ଼କସନ୍ସ ପ୍ରଯୋଜନା ସଂସ୍ଥା ଦ୍ୱାରା ଦୁଇଟି ନୂଆ ଟିମ୍ କୁ ନେଇ ନିର୍ମିତ ହେବାକୁ ଯାଉଛି। ଓଡି ମ୍ୟାନ ଟିମ୍ ର ଦାୟିତ୍ୱରେ ଅଛନ୍ତି ଟୁକୁନା ଷ୍ଟାଇଲିଷ୍ଟ ଏବଂ ଟିଙ୍ଗା ଟେରୁ ର ଦାୟିତ୍ୱ ରେ ଅଛନ୍ତି ମନୋଜ କୁମାର ସ୍ୱାଇଁ।

ନିର୍ଦ୍ଦେଶନା ଦେଉଛନ୍ତି ଆଶିଷ କେ. ଆର। ଏହି ଦୁଇ ଟି ୱେବ ସିରିଜ୍ ଆଗାମୀ ଦିନରେ ସବୁ ଦର୍ଶକଙ୍କ ମନରେ ଘର କରିବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ। ଏହାର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।