Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଣ୍ଣବ ପ୍ରଡ଼କସନ୍ସର ଦୁଇଟି ନୂଆ କମେଡି ୱେବ ସିରିଜ୍ ର ଶୁଭମୁକ୍ତି
ଆଜିର ଖବର

ଅର୍ଣ୍ଣବ ପ୍ରଡ଼କସନ୍ସର ଦୁଇଟି ନୂଆ କମେଡି ୱେବ ସିରିଜ୍ ର ଶୁଭମୁକ୍ତି

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚିରାଚରିତ ଧାରା ଠାରୁ ଟିକେ ଅଲଗା ଚିନ୍ତା କରିବା, ଯାହା ଚାଲିଛି ତା’ଠାରୁ ଟିକେ ଅଲଗା ଦେଖାଯିବା, ଏମିତି ଏକ ଚିନ୍ତାଧାରାକୁ ନେଇ ଅର୍ଣ୍ଣବ ପ୍ରଡ଼କସନ୍ସର ପ୍ରଯୋଜକ ଅଶୋକ ଦାସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି।

ଅର୍ଣ୍ଣବ ପ୍ରଡ଼କସନ୍ସ ସବୁବେଳେ ନୂଆ ଚିନ୍ତାଧାରାର କଥାକୁ ବିଶ୍ୱାସ କରେ। ସେଇ ମାନସିକତାରେ ସେ ଆରମ୍ଭ କରିବାକୁ ଯାଉଛନ୍ତି ଦୁଇଟି ନୂଆ ୱେବ ସିରିଜ୍ ଯାହା ଟିଭିରେ ପ୍ରସାରିତ ହେଉଥିବା ମେଗା ସିରିଏଲ ଭଳି ୱେବ ଚାନେଲରେ ଚାଲିବ ଏବଂ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଲେଖାଏଁ ଅଧ୍ୟାୟ ଆସିବ। ଯାହାର ପରିକଳ୍ପନା ଏବଂ ଡିଜାଇନ କରିଛନ୍ତି ଓଡ଼ିଶାର କମେଡି କିଙ୍ଗ ପପୁ ପମ୍ ପମ୍।

ଏକ ସମ୍ପୂର୍ଣ୍ଣ କମେଡି ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ କଳାଧଳା କମେଡି, ସାଇଲେଣ୍ଟ କମେଡି, ଚାର୍ଲି ଚାପ୍ଲିନ୍ କିମ୍ବା ମିଷ୍ଟର ବିନ୍ ଙ୍କ ଭଳିଆ, ଲରେନ୍ସ ଏବଂ ହାର୍ଡି ଙ୍କ କମେଡି ଭଳିଆ ଇଣ୍ଟରନେସନାଲ ସ୍ତରରେ ଯେମିତି ହେଇଥିଲା, ଓଡ଼ିଶାରେ କେବେ ବି ସେମିତି ହେଇନଥିଲା। ଓଡିଶାର ଜଣେ ପ୍ରମୁଖ ଅଭିନେତା ରାଜୀବ ଲୋଚନ ଓଝା ଯିଏ ଅଭିନୟ ପପୁ ପମ୍ ପମ୍ ଙ୍କ ସହିତ ଅଭିନୟ କରନ୍ତି, ବହୁତ ପତଳା ଶରୀରର ମଣିଷ ଏବଂ ତାଙ୍କ ସାଙ୍ଗକୁ ଖାପ ଖୁଆଇଲା ଭଳିଆ ଆଉ ଜଣେ ଆଜିକା ଜମାନାର କଳାକାର ଗଣେଶ, ଯିଏ କି ସିନେମା ଜଗତର ଜଣେ କଳା ନିର୍ଦ୍ଦେଶକଙ୍କୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ୱେବ ସିରିଜ୍ ଯାହାର ନାଁ ହେଉଛି “ଟିଙ୍ଗା ଟେରୁ”।

ଦୁଇ ଜଣ ଭିନ୍ନ ଚେହେରାର କଳାକାର ଦୁହିଁଙ୍କୁ ନେଇ ପ୍ରତ୍ୟେକ ଅଧ୍ୟାୟରେ ନୂଆ ନୂଆ ହାସ୍ୟରସ ଭରା ଯାହା ସାତରୁ ସତୁରି ବର୍ଷ ବୟସର ଲୋକଙ୍କୁ ଭଲ ଲାଗିବ। ପରବର୍ତ୍ତୀ ମାସରେ ଆଉ ଏକ ୱେବ ସିରିଜ୍ ଆରମ୍ଭ ହେବ ଯାହାର ନାଁ ରଖାଯାଇଛି “ଓଡି ମ୍ୟାନ”।

ପ୍ରଥମ ଥର ପାଇଁ ଓଡ଼ିଆରେ ଏକ ସୁପରମ୍ୟାନ ଆସୁଛି ଯେଉଁଥି ପାଇଁ ତାର ନାଁ ରଖାଯାଇଛି ଓଡି ମ୍ୟାନ। ଶକ୍ତିମ୍ୟାନ, ସୁପରମ୍ୟାନ, ଆଇରନ୍ ମ୍ୟାନ୍ ଭଳିଆ ଚିନ୍ତାଧାରାରେ ନିର୍ମାଣ ହେଉଚି ଓଡି ମ୍ୟାନ ୱେବ ସିରିଜ୍। ଏହା ଆଉ ଏକ ଭିନ୍ନ ଚିନ୍ତାଧାରାର ୱେବ ସିରିଜ୍। ତେଣୁ ଦୁଇଟି ଯାକ ନୂଆ ଚିନ୍ତାଧାରାର କଥା ଏବଂ କମେଡିର ଗୋଟିଏ ନୂଆ ଦିଗ ଦେଖାଇବ ଯାହା ଆମ ମାଟିର ବାସ୍ନା ରହି ନିର୍ମାଣ ହୋଇଛି।

ଦୁଇଟି ଯାକ ୱେବ ସିରିଜ୍ ର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟାଂଶ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ନନ୍ଦିଘୋଷ ଟିଭିର ଚିଫ ଏଡିଟର ଶିଶିର ଭଟ୍ଟ ମିଶ୍ର, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ଅଶୋକ ଦାସ, ଓଡ଼ିଶାର ଆଗ ଧାଡ଼ିର କମେଡି ଅଭିନେତା ପପୁ ପମ୍ ପମ୍ ଙ୍କ ସମେତ ୱେବ ସିରିଜ୍ ର ସମସ୍ତ କଳାକାର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

ପପୁ ପମ୍ ପମ୍ ଙ୍କ ଚିନ୍ତାଧାରାକୁ ଅର୍ଣ୍ଣବ ପ୍ରଡ଼କସନ୍ସ ପ୍ରଯୋଜନା ସଂସ୍ଥା ଦ୍ୱାରା ଦୁଇଟି ନୂଆ ଟିମ୍ କୁ ନେଇ ନିର୍ମିତ ହେବାକୁ ଯାଉଛି। ଓଡି ମ୍ୟାନ ଟିମ୍ ର ଦାୟିତ୍ୱରେ ଅଛନ୍ତି ଟୁକୁନା ଷ୍ଟାଇଲିଷ୍ଟ ଏବଂ ଟିଙ୍ଗା ଟେରୁ ର ଦାୟିତ୍ୱ ରେ ଅଛନ୍ତି ମନୋଜ କୁମାର ସ୍ୱାଇଁ।

ନିର୍ଦ୍ଦେଶନା ଦେଉଛନ୍ତି ଆଶିଷ କେ. ଆର। ଏହି ଦୁଇ ଟି ୱେବ ସିରିଜ୍ ଆଗାମୀ ଦିନରେ ସବୁ ଦର୍ଶକଙ୍କ ମନରେ ଘର କରିବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ। ଏହାର ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।

ଶୁଭମୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026
Latest News

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.