ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ ୧୦ ଏବଂ ୧୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ ୧୦ ଏବଂ ୧୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ଵର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠପୂଜା କାର୍ଯ୍ୟ ଧାର୍ମିକତା ତଥା ନିଷ୍ଠା ପୂର୍ବକ ସମ୍ପନ୍ନ ହୋଇଛି। ଏହି ପରିପେକ୍ଷୀରେ, ପୁରୀରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରଥ ଯାତ୍ରା ନିମନ୍ତେ ଶ୍ରୀଜୀଉ ମାନଙ୍କ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ ଡ଼ିଭିଜନରୁ ୮୧୪ଖଣ୍ଡ ଅଶନ, ଧଉରା, ଫାଶି ଏବଂ ଶିମିଳି କାଠ ପଠାଯିବାର କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀ ଜୀଉଙ୍କ ଠାରୁ ମହାର୍ଦ, ଅଜ୍ଞାମାଳ, ପାଟପତନି, ଖଣ୍ଡୁଆପାଟ, ମହାପ୍ରସାଦ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ଇତ୍ୟାଦି ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପାରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା।
ପରବର୍ତ୍ତୀ ସମୟରେ, ନିକଟବର୍ତ୍ତୀ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁଯାୟୀ ଆନୁଷ୍ଠାନିକ ଭାବେ ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଦଶପଲ୍ଲାର ରେଞ୍ଜର ସୁଦର୍ଶନ ଦେହୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜା କାର୍ଯ୍ୟରେ ପୁରୀରୁ ଆସିଥିବା ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେଳାପ,ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ ଏବଂ ରାଜେଶ କୁମାର ରାୟଙ୍କ ସମେତ ବନବିଭାଗର ଅନ୍ୟ ପଦାଧିକାରୀ ମାନେ ଯୋଗଥିଲେ।
ସୂଚନା ଯୋଗ୍ୟ ଯେ, ପୁରୀରେ ଚଳିତ ଚର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ରୁ ୮୧୪ଖଣ୍ଡ ଅଶନ,ଧଉରା,ଫାଶି ଏବଂ ଶିମିଳି କାଠ ପଠାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ଡ଼ିଏଫଓଙ୍କୁ ନିର୍ଦେଶ ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ, ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର ଜଠର ଆବଶ୍ୟକତା ପଡ଼ିଥାଏ।
ଗତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ଖଣ୍ଡ ଚଳକା କାଠ ରହିଥିବାରୁ ଆସନ୍ତା ବର୍ଷ ରଥନିର୍ମାଣ ପାଇଁ ଅବଶିଷ୍ଟ ୮୧୪ଖଣ୍ଡ କାଠର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ,ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର କାଠର ଆବଶ୍ୟକତା ପଡ଼ିଥାଏ। ୮୧୪ ଖଣ୍ଡ କାଠ ମଧ୍ୟରୁ ପୁରୀର ଶ୍ରୀଖଳାକୁ ୪୧୮ଖଣ୍ଡ କାଠ ଏବଂ ଅବଶିଷ୍ଟ ୩୯୬ ଖଣ୍ଡ କାଠ କଟଜ ଖପୁରିଆ ଠାରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର ଜରତ ଜଳକୁ ପଠାଯିବା ପାଇଁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।ତେବେ ମରାମତି ସମୟରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।
ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତ୍ୟେକ ଦିନର ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ସମୟକୁ ଦେଖି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତିଦିନ ପ୍ରାୟ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ ରଖାଯାଇଥିବା ବେଳେ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ନେଇ ଲକ୍ଷ ରଖାଯାଇଛି। ପ୍ରତ୍ୟେହ ଦିନ ୧୨ଟା ୩୦ କିମ୍ବା ୧ ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବା ନେଇ ଧାର୍ଯ୍ୟ କରାଯାଇଅଛି।
ତେବେ ଆଜି ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ ପରବର୍ତ୍ତୀ ସମୟରେ ଡି ପ୍ଲାଷ୍ଟରିଂ କରାଯିବ। ଏହା ପରେ ପୁରୁଣା ଲୁହା ବିମ୍ ଓ ପଥର ମରାମତି କାର୍ଯ୍ୟ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର କରାଯିବ।
ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ବାରା ଦୀର୍ଘସ୍ଥାୟୀ ମରାମତି ନେଇ ମତ ରଖିଛନ୍ତି ସେବାୟତ।
ପୁରୀ: ଆଜି ଜଣେ ଦାତା ଶ୍ରୀଜୀଉଙ୍କୁ ୪ କେଜିରୁ ଉର୍ଦ୍ଧ୍ଵ ସ୍ଵର୍ଣ୍ଣ ଅଳଙ୍କାର ଦାନ କରିଥିବା ସୂଚନା ମିଳିଛି। ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଜଣେ ଦାତା ଏହି ସୁନା ଅଳଙ୍କାର ଶ୍ରୀଜୀଉଙ୍କୁ ଦାନ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପାଇଁ ୪୦ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ ଶ୍ରୀମୁଖ ପଦ୍ମା ଦାନ କରିଛନ୍ତି। ସେହିପରି ସୁଭଦ୍ରାଙ୍କ ପାଇଁ ୨ଟି କିରିଟ ଓ ୨ ଟି ଝୋବା ପ୍ରଦାନ କରିଛନ୍ତି। ସେ ମୋଟ ୪ କେଜି ୮୫୮ ଗ୍ରାମ ଓଜନର ସୁନା ଦାନ କରିଥିବା ଜଣାପଡିଛି।
ଦାତା ତାଙ୍କର ପ୍ରତିନିଧି ମାଧ୍ୟମରେ ଏହିସବୁ ସୁନା ଅଳଙ୍କାର ତିନି ଠାକୁରଙ୍କ ଲାଗି ଦାନ କରିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହା ଦାନ କରିଛନ୍ତି। ତେବେ ଏହି ସବୁ ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି।
ପୁରୀ: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀଜୀଉମାନେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହିକ୍ରମରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବନଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଆଜି ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ଅନୁଷ୍ଠିତ ହେବ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇ ବନଭୋଜି ବେଶ କରାଯାଏ । ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଦଉଡ଼ି ଧରନ୍ତି।
ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି । ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି । ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା । ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।
ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍ ଅଧିକ ରହିଛି | କିନ୍ତୁ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରାଯାଉଛି । ଟେଲିଭିଜନ ପରଦାରେ ଭକ୍ତମାନେ ତାଙ୍କ ପ୍ରଭୁଙ୍କ ସୁନାବେଶକୁ ଦେଖୁଛନ୍ତି ।