ଶ୍ରୀଜୀଉଙ୍କ ସୁନାବେଶ :  ମହଣ ମହଣ ସୁନାରେ ବିଭୂଷିତ ହେଲେ ଚତୁର୍ଦ୍ଧାମୂର୍ତ୍ତି

Published: Jul 2, 2020, 6:21 pm IST

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି । ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି । ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା । ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।

ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି | କିନ୍ତୁ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରାଯାଉଛି । ଟେଲିଭିଜନ ପରଦାରେ ଭକ୍ତମାନେ ତାଙ୍କ ପ୍ରଭୁଙ୍କ ସୁନାବେଶକୁ ଦେଖୁଛନ୍ତି ।

Related posts