ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

Published: Aug 14, 2020, 11:42 am IST

ପୁରୀ:  ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀଜୀଉମାନେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହିକ୍ରମରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବନଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଆଜି ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ଅନୁଷ୍ଠିତ ହେବ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇ ବନଭୋଜି ବେଶ କରାଯାଏ । ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଦଉଡ଼ି ଧରନ୍ତି।

Related posts