Categories
ଆଞ୍ଚଳିକ

ସୁମଣ୍ଡଳରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ସୁମଣ୍ଡଳ ର ବିଭିନ୍ନ ଗ୍ରାମରେ ଭବ୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ କମଳଲୋଚନ ରାଉତ, ଶରତ ଚନ୍ଦ୍ର ପାଣ୍ଡି, ହର୍ଷ ବାରିକ, ଜ୍ଞାନ ପ୍ରସାଦ ପରିଡାଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।

ଏ ନେଇ ସୁମଣ୍ଡଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।