Categories
ଆଜିର ଖବର ଜାତୀୟ ଖବର

ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡିକୁ ଘେରିଲେ ଚାଷୀ, କ୍ଷମା ମାଗିବାକୁ କରିଲେ ଦାବି

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡିକୁ ଆଜି ଶ୍ରୀ କିରତପୁର ସାହିବର ବୁଙ୍ଗା ସାହିବରେ କୃଷକମାନେ ଘେରି ରହିଥିଲେ। ଏହା ପରେ ଚଣ୍ଡିଗଡ଼-ଉନା ରାଜପଥରେ ଏକ ଜାମ୍ ଲାଗିଯାଇଥିଲା। କୃଷକ ଓ ମହିଳାମାନଙ୍କ ନିକଟରେ କ୍ଷମା ମାଗିବା ପାଇଁ କଙ୍ଗନା ରନାୱତଙ୍କୁ ବିକ୍ଷୋଭକାରୀମାନେ ଜିଦ୍ ଧରିଥିଲେ। କଙ୍ଗନା ଆମ ମହିଳାମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଉଚିତ୍। ତା’ପରେ ତାଙ୍କୁ ଏଠାରୁ ଯିବାକୁ ଦିଆଯିବ ବୋଲି ସେମାନେ କହିଥିଲେ। କିନ୍ତୁ ପୋଲିସ ସେଠାରେ ପହଞ୍ଚିବା ପରେ କଙ୍ଗନାକୁ ବିକ୍ଷୋଭକାରୀମାନେ ଛାଡି ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, କୃଷକ ଆନ୍ଦୋଳନ ସମୟରେ, କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆନ୍ଦୋଳନକୁ ଆସୁଥିବା ମହିଳାମାନେ ଟଙ୍କା ପାଇ ସେଟାକୁ ଆସୁଛନ୍ତି ବୋଲି କଙ୍ଗନା କହିଥିଲେ। ଏହି କାରଣରୁ କୃଷକମାନେ କଙ୍ଗନାଙ୍କ ଉପରେ କ୍ରୋଧିତ ଅଛନ୍ତି।