Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ସିଧା ପ୍ରସାରଣ ହେଲା ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ପୌର ପରିଷଦ ତରଫରୁ ହାଭେଳି ପଡିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମର ଏଲଇଡି ପ୍ରୋଜେକ୍ଟରରେ ଲାଇଭ ଟେଲିକାଷ୍ଟ ହୋଇଯାଇଛି। ଏଥିସହିତ ଲୋକଙ୍କ ମନୋରଞ୍ଜନ ପାଇଁ ଓଡିଶା ନୃତ୍ୟ ଏବଂ ମେଲୋଡି ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ପଡ଼ିଆରେ ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସିଧା ପୁରୀରୁ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ସୁଯୋଗ ପାଇ ଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଥିଲେ। ସେମାନଙ୍କ ପାଇଁ ବସିବା ଏବଂ ଖାଇବା ବ୍ୟବସ୍ଥା ରହିଥିଲା।

ଏହି କାର୍ଯ୍ୟକ୍ରମରେ ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ମାନନୀୟା ଅଧ୍ୟକ୍ଷା, ପୌର ପରିଷଦ ଖୋର୍ଦ୍ଧା, କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ, ପୌର ପରିଷଦ ଖୋର୍ଦ୍ଧା, ସୂର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତି, ଅଧିକାରୀ ଉପସ୍ଥିତ ଥିଲେ।