Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା 4ର୍ଥ ସ୍ଥାନ

ଭୁବନେଶ୍ୱର, ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣିଥରେ ଏକ ସଫଳତା ହାସଲ କରିଛି। ଏହା ସମଗ୍ର ଦେଶର ଶ୍ରେଷ୍ଠ ୧୦ଟି ଶ୍ରେଷ୍ଠ ଜୀବନ ଧାରଣ ବା ଲିଭେବୁଲ ସହର ମଧ୍ୟରେ ଭୁବନେଶ୍ବର ଚତୁର୍ଥ ସ୍ଥାନ ହାସଲ କରିଛି।  ଆଶ୍ଚର୍ଯ୍ୟର ବିଷୟ ହେଉଛି, ମନ୍ଦିର ମାଳିନୀ ସହର ସର୍ବମୋଟ 100 ମାର୍କ ମଧ୍ୟରୁ 94.8 ମାର୍କ ହାସଲ କରି Citizen Perception Survey ସର୍ଭେର ଶୀର୍ଷରେ ରହିଛି।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର ଦେଶର ଶ୍ରେଷ୍ଠ ଜୀବନଧାରଣ ସହର ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ହେଉଛି ଭାରତର ଟପ୍ ସହର। ଏହା ପରେ ଚେନ୍ନାଇ, ଶିମଲା ଏବଂ ଭୁବନେଶ୍ୱର ରହିଛି।

ଏହି ସ୍କୋର ପ୍ରଦାନ କରିବାକୁ ଚାରୋଟି ପାରାମିଟରକୁ ଦୃଷ୍ଟିକେ ରଖି ବିଚାର କରାଯାଇ ଥିଲା। ସେଗୁଡିକ ମଧ୍ୟରେ ରହିଛି ଜୀବନଧାରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା, ଅର୍ଥନୈତିକ କ୍ଷମତା, ସ୍ଥିରତା ଏବଂ ନାଗରିକଙ୍କ ଜୀବନ ଧାରଣା ପାଇଁ ସୁଯୋଗ। 100 ରୁ ଏହି ଚାରୋଟି ପାରାମିଟରରେ ସହରଗୁଡିକ ଚୟନ କରାଯାଇଥିଲା। ଏହି ସୂଚକାଙ୍କରେ ଚାରୋଟି ରାଜଧାନୀ ସହର ଦିସପୁର, ଦାମନ, ଅମରାବତୀ ଏବଂ କୋଲକାତା କୌଣସି ମାନ୍ୟତା ପାଇ ନାହାଁନ୍ତି।

ସେହିପରି ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ଅଧୀନରେ ଭୁବନେଶ୍ବର ମୁମ୍ବାଇ ଏବଂ ଦିଲ୍ଲୀ ଭଳି ସହରକୁ ପଛରେ ପକାଇ ଦେଇଛି।  ଇଜି ଅଫ୍ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ୱର 59.85 ସ୍କୋର କରିଥିବାବେଳେ ମୁମ୍ବାଇ 58.23 ଏବଂ ଦିଲ୍ଲୀ 57.56 ସ୍କୋର କରିଛନ୍ତି। ସେହିପରି ବେଙ୍ଗାଲୁରୁ 66.7, ଚେନ୍ନାଇ 62.61,  ଏବଂ ଶିମଲା 60.90 ସ୍କୋର କରିଛି।

ଭୁବନେଶ୍ବରର ଏପରି ସଫଲତାରେ ଖୁସି ପ୍ରକଟ କରିଛନ୍ତି ବିଏମସି କମିଶନର ସଂଜୟ ସିଂ। ସେ କହିଛନ୍ତି ଯେ, ଭୁବନେଶ୍ବର ବାସୀଙ୍କ ଜୀବନ ଧାରଣର ମାନ ଆହୁରି ବୃଦ୍ଧି କରାଯିବ। ସେହିପରି ବିଭିନ୍ନ କାର୍ଯ୍ୟକ୍ରମକେ ନାଗରିକଙ୍କ ସଂପୃକ୍ତିକୁ ଜୋରଦାର କରାଯିବ।