Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵକପ-୨୦୨୩: ନେଦରଲ୍ୟାଣ୍ଡ ସମ୍ମୁଖରେ ଭାରତର ବିଶାଳ ସ୍କୋର, ଶ୍ରେୟସ, ରାହୁଲଙ୍କ ଶତକୀୟ ପାଳି

ଭୁବନେଶ୍ବର: ବିଶ୍ଵକପ-୨୦୨୩ ର ଅନ୍ତିମ ଲିଗ ମ୍ୟାଚ ଆଜି ଭାରତ-ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪୧୦ ରନ ବିଶାଳ ସ୍କୋର କରିଛି। ନେଦରଲ୍ୟାଣ୍ଡ ପାଇଁ ୪୧୧ ରନର ଲକ୍ଷ୍ୟ। ଭାରତ ପକ୍ଷରୁ ଆଜି ଶ୍ରେୟସ ଆୟର ସର୍ବାଧିକ ୧୨୮ ରନ ପାଳି ଖେଳିଥିବା ବେଳେ କେଏଲ ରାହୁଲ ୬୨ ଟି ବଲରେ ଦୃତ ଶତକୀୟ ପାଳି ଖେଳିଛନ୍ତି।

ଏହା ପୂର୍ବରୁ ଟିମ ଇଣ୍ଡିଆର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଓ ଶୁବମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଧିନାୟକ ୫୪ ବଲରେ ୬୧ ରନ କରିଥିବା ବେଳେ ଶୁବମନ ୩୨ ବଲରେ ୫୧ ରନ କରିଥିଲେ। ସେହିଭଳି ବିରାଟ କୋହିଲି ୫୬ ବଲରେ ୫୧ ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ।