Categories
ଆଜିର ଖବର ଜାତୀୟ ଖବର

ଆଜି ତିନିଜଣ ଓଡିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କଲେ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଏହି ପର୍ଯ୍ୟାୟରେ ତିନିଜଣ ଓଡିଆଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ସମାଜ ସେବା ପାଇଁ ବାବାବଳିଆ, ସଂଗୀତ ପାଇଁ ଶ୍ୟାମାମଣି ଦେବୀ ଏବଂ ସାହିତ୍ୟ ପାଇଁ ନୃସିଂହ ପ୍ରସାଦ ଗୁରୁ।

ତେବେ ସଦ୍ୟତମ ସୂଚନା ଅନୁସାରେ ଏହି ତିନିଜଣଙ୍କ ସହ ଆଜି ମୋଟ ପାଞ୍ଚଜଣ ଓଡିଆଙ୍କୁ ଏହି ସମ୍ମାନ ଦିଆଯାଇଛି। ଆଉ ଦୁଇଜଣ ହେଲେ ପୂର୍ବତନ ପ୍ରଶାସକ ସ୍ବର୍ଗତ ଗୁରୁପ୍ରସାଦ ମହାପାତ୍ର ଏବଂ ବୈଜ୍ଞାନିକ ପ୍ରଫେସର ଡ ଆଦିତ୍ୟପ୍ରସାଦ ଦାସ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହାଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।