Categories
ଆଞ୍ଚଳିକ

ଟାଙ୍ଗୀ: ଷଣ୍ଢ ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଙ୍ଗଣା ପଲି ଗ୍ରାମର ଗୌରା ନାହାକ (୭୦) ଟାଙ୍ଗୀ ବାଇପାସ ନିକଟସ୍ଥ କାଳିଜାଇ ହୋଟେଲ୍ ମାଲିକଙ୍କ ଘରେ କାମ କରୁଥିଲେ। କାଳିଜାଇ ହୋଟେଲରୁ ଖାଦ୍ୟ ଆଣି ବସକୁ ଗଲା ବେଳେ ଗୌରାଙ୍କୁ ମାରଣା ଷଣ୍ଢ ଆକ୍ରମଣ କରିଥିଲା। ମାରଣା ଷଣ୍ଢଟି ତାଙ୍କୁ ଶିଙ୍ଘରେ ଫିଙ୍ଗିଦେଇଥିଲା। ଫଳରେ ଗୌରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଟାଙ୍ଗୀ ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।