Categories
ଆଜିର ଖବର ଆଞ୍ଚଳିକ

ବରୀ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରକୁ ଲୁଟ୍‌ କରି ନିଆଁ ଲଗାଇଲେ ଦୁର୍ବୃତ୍ତ

ଦେବାଶିଷ ପାଢୀ

ଯାଜପୁର: ବରୀ ଥାନା ଅଧୀନ କାଇପଡା ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଟଙ୍କା ଲୁଟି ନେବା ସହ ଉକ୍ତ କେନ୍ଦ୍ରରେ ନିଆଁ ଲଗାଇ ଦେଇଥିବା ବରୀ ଥାନାରେ ଅଭିଯୋଗ ହୋଇଛି। କଳାମାଟିଆ ପଞ୍ଚାୟତ କାଇପଡା ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ କିଶୋର ସାହୁଙ୍କ ପତ୍ନୀ ରଶ୍ମିତା ସାହୁ ଏକ ଗ୍ରାହକ ସେବା କେନ୍ଦ୍ରରେ ଲୋକଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିଲେ। ଗତକାଲି ରାତିରେ କେହି ଦୁର୍ବୃତ୍ତ କେନ୍ଦ୍ରର ସ୍କାଇଲାଇଟ ଭାଙ୍ଗି ପଶିବା ସହ କିଛି ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ଟଙ୍କା ଲୁଟିବା ସହିତ  ୪ଟି କମ୍ପ୍ୟୁଟର, ସିସିଟିଭି କ୍ୟାମେରା, ଜେରକ୍ସ ପ୍ରିଣ୍ଟର ମେସିନ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି।

ଗ୍ରାହକ ସେବା କେନ୍ଦ୍ରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକମାନେ ରଶ୍ମିତାଙ୍କୁ ଖବର ଦେଇଥିଲେ। ପରେ ବରୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।