Categories
ଆଜିର ଖବର ଜାତୀୟ ଖବର

ଟିକ୍ ଟାକ୍ ଷ୍ଟାର ପୂଜା ଚହ୍ଵାନଙ୍କ ଆତ୍ମହତ୍ୟା ମାମଲା: ଇସ୍ତଫା ଦେଲେ ମହାରାଷ୍ଟ୍ରର ମନ୍ତ୍ରୀ ସଞ୍ଜୟ ରାଠୋଡ

ମୁମ୍ବାଇ: ମହାରାଷ୍ଟ୍ରର ବନ୍ୟ ମନ୍ତ୍ରୀ ସଞ୍ଜୟ ରାଠୋଡ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଶ୍ରୀ ରାଠୋଡ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସଞ୍ଜୟ ରାଠୋଡ ନିଜର ଇସ୍ତଫାକୁ ସ୍ଵୀକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମନ୍ତ୍ରୀ ସଞ୍ଜୟ ରାଠୋଡ ଟିକ ଟାକ ଷ୍ଟାର ପୂଜା ଚହ୍ଵାନଙ୍କ ଆତ୍ମହତ୍ୟା ମାମଲାରେ ବିବାଦକୁ ଆସିଥିଲେ। ଆଜି ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣାକୁ ନେଇ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ରାଜଧର୍ମ ପାଳନ କରିବା ପାଇଁ ଟୁଇଟ କରିଥିଲେ। ଏହି ଟୁଇଟରେ ରାଜଧର୍ମକୁ ମନେ ପକାଇ ଛତ୍ରପତି ଶିବାଜୀଙ୍କ ଫଟୋ ସେୟାର କରିଥିଲେ।