Categories
ଆଜିର ଖବର ଜାତୀୟ ଖବର

କଳି ଯୁଗ ଶେଷ ଏବଂ ସତ୍ୟ ଯୁଗ ଆରମ୍ଭ ହେବ କହି ନିଜ ଦୁଇ ଝିଅଙ୍କୁ ହତ୍ୟା କଲେ ପିତା ମାତା

ଚିତ୍ତୁର: କଳି ଯୁଗ ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ କହି ଏକ ପ୍ରିନ୍ସିପାଲ ଦମ୍ପତ୍ତି ନିଜ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ଵାସର ଚକ୍କରରେ ପଡି ମା’ ବାପା ନିଜର ଦୁଇ ଝିଅଙ୍କୁ ହତ୍ୟା କରିଦେଇଛନ୍ତି। ଏହି ଘଟଣା ଚିତ୍ତୁର ଜିଲ୍ଲାର ମଦନାପଲ୍ଲେ କସ୍ବେରେ ରବିବାର ରାତିରେ ହୋଇଛି।

ଅଭିଯୁକ୍ତ ମାତା ପିତା ଦୁହେଁ ଉଚ୍ଚ ଶିକ୍ଷିତ ଅଟନ୍ତି। ମା ପଦ୍ମଜା ଏବଂ ପିତା ପୁରୁଷୋତ୍ତମ ନାୟୁଡୁ ପ୍ରିନ୍ସିପାଲ କାର୍ଯ୍ୟ କରନ୍ତି। ବଡ ଝିଅ ଭୋପାଳରେ ମାଷ୍ଟର ଡିଗ୍ରୀ ହାସିଲ କରିଥିଲେ। ସାନ ଝିଅ ସାଇ ଦିବ୍ୟା ବିବିଏ ପଢିଥିଲେ। ସାନ ଝିଅ ମୁମ୍ବାଇର ଏଆର ରହମାନ ମ୍ୟୁଜିକ ସ୍କୁଲର ଛାତ୍ରୀ ଥିଲେ ଏବଂ ଲକଡାଉନ ସମୟରେ ଘରକୁ ଫେରିଥିଲେ।

ପୋଲିସ କହିବା ମୁତାବକ, ଏହି ପରିବାର କୋଭିଡ଼-୧୯ ଲକଡାଉନ ସମୟରେ ଅଲଗା ପ୍ରକାରର ବ୍ୟବହାର କରୁଥିଲେ। ରବିବାର ରାତିରେ ତାଙ୍କ ଘର ଭିତରୁ ଏକ ଗହଳି କରୁଥିବା ଶବ୍ଦ ଶୁଣି ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ଯେବେ ପୋଲିସ ଘର ଭିତରକୁ ପ୍ରବେଶ କରିଥିଲେ, ସେତେବେଳ  ଅଭିଯୁକ୍ତ ଦମ୍ପତ୍ତି ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଭିତରକୁ ଯାଇ ସେଠାରେ ଅବସ୍ଥା ଦେଖି ଚକିତ ହୋଇଯାଇଥିଲେ।

ଗୋଟିଏ ଝିଅର ମୃତ ଦେହ ପୂଜା ଗୃହରେ ଦେଖିବାକୁ ମିଳିଥିବା ବେଳେ ଆଉ ଗୋଟିଏ ଝିଅର ମୃତ ଦେହ ଅନ୍ୟ ଏକ ଗୃହରେ ମିଳିଥିଲା। ଦୁଇ ଝିଅଙ୍କ ମୃତ ଦେହ ନାଲି କନାରେ ଘୋରାଇ ଦିଆଯାଇଥିଲା। ଏଭଳି ଅପରାଧ କରି ମଧ୍ୟ ଅଭିଯୁକ୍ତ ପତି ପତ୍ନୀ ବିଚଳିତ ନଥିଲେ।

ପୋଲିସ ଯେତେବେଳେ ଏହି ଅପରାଧ ବିଷୟରେ ପଚାରିଲା, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ କଳା ଭଳି ଉତ୍ତର ରଖିଥିଲେ। ସୂର୍ଯ୍ୟ ଉଦୟ ହେବା ପରେ ଦୁଇ ଝିଅ ଜୀବିତ ହୋଇଯିବେ। କାରଣ କଳି ଯୁଗ ସମାପ୍ତ ହୋଇଯିବ ଏବଂ ସୋମବାର ଠାରୁ ସତ୍ୟ ଯୁଗ ଆରମ୍ଭ ହେବ ବୋଲି ଦୁହେଁ କହିଥିଲେ। ପୋଲିସ ଉଭୟଙ୍କୁ ଗିରଫ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।