Categories
ଆଜିର ଖବର ଜାତୀୟ ଖବର

କୃଷକ ଆନ୍ଦୋଳନ ନିକଟରେ ମିଳିଲା ସନ୍ଦିଗ୍ଧ ବ୍ୟାଗ: ଘଟଣାସ୍ଥଳରେ ପହଞ୍ଚିଲା ବୋମା ନିରୋଧ ବାହିନୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଟ୍ରାକ୍ଟର ପରେଡ ଲାଗି ଅନୁମତି ମିଳିଛି। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଦିଆଯାଇଛି। ହେଲେ ଦିଲ୍ଲୀର ସିନ୍ଧୁ ସୀମାରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଯାହାଦ୍ୱାରା ଅଞ୍ଚଳରେ ଭୟାର ବାତାବରଣ ସୃଷ୍ଟି ହୋଇଯାଇଛି। ବାହାର ଦିଲ୍ଲୀର ନରେଲା ନିକଟରେ ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଛନ୍ତି।

ପୋଲିସ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଛି ତଦନ୍ତ ଆରମ୍ଭ କରିଦେଇଛି। ଏହାର ସ୍ୱଳ୍ପ ଦୂରରେ କୃଷକ ଆନ୍ଦୋଳନ ଚାଲିଛି। ସୂଚନା ମିଳିଲା ପରେ ବୋମା ନିରୋଧ ବାହିନୀ ଏବଂ ଦମକଳ ଗାଡି ପହଞ୍ଚିଯାଇଛି।

ଏହା ଭିତରେ ଆଜି ମଧ୍ୟ ମୁମ୍ବାଇରେ ମଧ୍ୟ କୃଷକ ଆନ୍ଦୋଳନ ଆରମ୍ଭ ହେବ, ଯେଉଁଥିରେ ହଜାର ହଜାର କୃଷକ ସାମିଲ ହେବେ।