Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋମାମାଡରେ ସଫେଇ କର୍ମଚାରୀ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ରେ ଗତକାଲି ରାତିରେ ବୋମାମାଡରେ ମାଲୁ ମହାନ୍ତି ନାମକ ଜଣେ ସଫେଇ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗଭୀର ଆଘାତ ହୋଇଛି।

ଘଟଣାରୁ ପ୍ରକାଶ ଯେ, ମାଲୁ ନିଜ ଘରକୁ ଯାଉଥିବା ବେଳେ ପୁର୍ବ ଶତ୍ରୁତାକୁ ନେଇ କିଛି ଯୁବକ ଅଚାନକ ତାଙ୍କ ଉପରକୁ ବୋମାମାଡ କରି ଚାଲିଯାଇଥିଲେ। ସୌଭାଗ୍ୟ ବଶତଃ ବୋମାମାଡ ତାଙ୍କର ଶରୀରର ଅନ୍ୟ କୌଣସି ସ୍ଥାନକୁ ନବାଜି କେବଳ ଗୋଡ଼ରେ ବାଜିଥିଲା, ଯାହା ଫଳରେ ସେ ବଞ୍ଚି ଯାଇଛନ୍ତି।

ଏ ସଂକ୍ରାନ୍ତରେ ବଡ଼ବଜାର ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ପୋଲିସ ଏତଲା ଗ୍ରହଣ କରି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।