Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ସବୁଜ ଭାରତ ତରଫରୁ ନିକୋ ପାର୍କ ଛକ ହୋଣ୍ଡା ସୋରୁମ୍ ସମ୍ମୁଖରେ ଏକ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଶିବିରକୁ ଉଦ୍‌ଘାଟନ କରି କହିଲେ ଯେ, ବର୍ତ୍ତମାନ ସାରା ରାଜ୍ୟରେ ଯେଉଁଭଳି ଭାବରେ ରୌଦ୍ରତାପ ବୃଦ୍ଧି ପାଉଛି, ତାହା ସାଧାରଣ ଜନତାଙ୍କ ଜୀବନ ଧାରଣ ଉପରେ ପ୍ରଭାବ ପକାଉଛି। ତଥାପି ଲୋକମାନେ ଖରାକୁ ଖାତିର ନକରି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି।

ଅନେକ ଲୋକ ରାସ୍ତାରେ ଯାଉଥିବା ବେଳେ ପାନୀୟ ଜଳର ଘୋର ସଙ୍କଟ ଯୋଗୁଁ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଥଚାରୀମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସବୁଜ ଭାରତ ତରଫରୁ ଏହି ଜଳସେବା ଶିବିର ଅନୁଷ୍ଠିତ ହୋଇଥିବାରୁ ସେ ସବୁଜ ଭାରତ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ। ରାଜଧାନୀରେ ପ୍ରତି ୱାର୍ଡ଼ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ସେବା ଶିବିର ଖୋଲିଲେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ୩୫ ନମ୍ବର ୱାର୍ଡ଼ର କର୍ପୋରେଟର ରଞ୍ଜୁଲତା ରାୟ, ୩୬ ୱାର୍ଡ଼ର କର୍ପୋରେଟର ଅଲ୍ଲିଅଳୀ ମଲ୍ଲିକ, ବିଜୁ ଜନତା ଦଳର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ପ୍ରବୀର ମହାନ୍ତି, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ, ଡଃ ଜୀବନ ଦୀକ୍ଷିତ, କ୍ଲାପର ପ୍ରତିଷ୍ଠାତା ବିକାଶ ଦାଶ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପାନୀୟ ଜଳ ବଣ୍ଟନ କରିଥିଲେ।

ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଜଳସେବା ଶିବିରରେ ଅନିଲ୍ କୁମାର ଦାସ, ଜି. ରାମଚନ୍ଦ୍ର, ହେମନ୍ତ କୁମାର ମୁଦୁଲି, ଅଜିତ କୁମାର ଜେନା ଓ ରଶ୍ମିରଞ୍ଜନ ପଣ୍ଡା, ମିଥୁନ ଭୋଇ, ଶକ୍ତି ମିଶ୍ର ପ୍ରମୁଖ ଜଳଛତ୍ର ଶିବିରକୁ ପରଚାଳନା କରିଥିଲେ। ସବୁଜ ଭାରତରର ସଭାପତି ସତ୍ୟବ୍ରତ ଜେନା କହିଛନ୍ତି ଯେ, ସମ୍ପ୍ରତି ରାଜ୍ୟରେ ଦିନକୁ ଦିନ ରୌଦ୍ରତାପ ବଢି ବଢି ଚାଲିଛି। ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି।

କ୍ରମାଗତ ଭାବେ ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ପାନୀୟ ଜଳର ଅଭାବରୁ ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପଥଚାରୀମାନେ ତୃଷ୍ଣା ମେଣ୍ଟାଇବାକୁ ପାଣି ମୁନ୍ଦିଏ ପିଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖିବ ଆମ ଅନୁଷ୍ଠାନ ଲୋକମାନଙ୍କୁ ଜଳସେବା ଯୋଗଇ ଦେବା ପାଇଁ ଏହି ଜଳସେବା ଶିବିରର ଆୟୋଜନ କରାଯାଇଛି। ଅନୁଷ୍ଠାନର ଏପରି ପ୍ରୟାସକୁ ସାଧାରଣ ଜନତା ସାଧୁବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ବୃକ୍ଷରୋପଣ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ତରଫରୁ ଭୁବନେଶ୍ୱରସ୍ଥିତ ୟୁ.ପି.ଏଚ୍‌.ସି. ହସ୍ପିଟାଲଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହରିଜନ ସେବକ ସଂଘ ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଯୋଗଦେଇ ବିଭିନ୍ନ ଫୁଲଚାରା ରୋପଣ କରିବା ସହିତ ସବୁଜ ଭାରତର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ମନୁଷ୍ୟ ଓ ବୃକ୍ଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି। ବୃକ୍ଷ ବିନା ମଣିଷ ବଞ୍ôଚବା ଅସମ୍ଭବ। କିନ୍ତୁ ଆଜିର ସମାଜରେଭ ମନୁଷ୍ୟମାନେ ଗଛଟିଏ ଲଗାଇବା ବଦଳରେ ବୃକ୍ଷକୁ ଛେଦନ କରିବାରେ ଲାଗିଛନ୍ତି। ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଘୋର ସଙ୍କଟ ଦେଖା ଦେଉଛି। ତେଣୁ ବୃକ୍ଷ ଛେଦନ କିରବା ପରିବର୍ତ୍ତେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ଦରକାର। ସମ୍ମାନିତ ଅତିଥି ଭାବେ ୟୁ.ପି.ଏଚ୍‌.ସି. ମେଡ଼ିକାଲ ଇନ୍‌ଚାର୍ଜ ଡଃ ପୂର୍ଣ୍ଣଚନ୍ଦ୍ର ରଥ ଯୋଗଦେଇ କହିଲେ, ସବୁଜ ଭାରତ ଅନୁଷ୍ଠାନ ଓ ଏହାର କର୍ମକର୍ତ୍ତାମାନେ ହେଲେ ମୋ ବାମ ଓ ଡ଼ାହାର ହାତ। ସେମାନଙ୍କ ବିନା ମୁଁ ପାଦେ ଆଗକୁ ବଢିପାରିବି ନାହିଁ। ସୋମନେ ମୋତେ ଓ ମୋ ଅନୁଷ୍ଠାନକୁ ଯେତେ ସାହାଯ୍ୟ କରୁଛନ୍ତି, ତାକୁ ମୁଁ କେବେ ଭୁଲିପାରିବି ନାହିଁ।

ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବିତାରାଣୀ ମିଶ୍ର, ଆସ ପଢାଇବାର ଆବାହକ ପ୍ରତ୍ୟୟ ପ୍ରଶାନ୍ତ ମହାନ୍ତି, ପ୍ରଫେସର ରମେଶ ଚନ୍ଦ୍ର ପାତାଳସିଂ, ମୁକ୍ତେଶ୍ୱର କଳାକାରର ଉପସଭାପତି ବୈକୁଣ୍ଠ ଭୋଇ, ସୁଶ୍ରୀ ସଙ୍ଗୀତା ଦାସ, ରଶ୍ମିତା ମୁଖୀ, ପୁଷ୍ପାଞ୍ଜଳି, ପ୍ରଶାନ୍ତ ଭୋଇ, ପ୍ରଫେସର ରୁପାଲି ସାହୁ, ନୀଳମଣି ମିଶ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଯୋଗଦେଇ ବିଭିନ୍ନ ଫୁଲଗଛ ରୋପଣ କରିଥିଲେ।

Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ୟୁପିଏସ୍ ହସ୍ପିଟାଲ ପରିସରରେ ବୃକ୍ଷରୋପଣ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ପକ୍ଷରୁ ସହିଦ ନଗରସ୍ଥିତ ୟୁପିଏସ୍ ହସ୍ପିଟାଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଉପସ୍ଥିତି ନିତାନ୍ତ ଜରୁରୀ। ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କଲେ ଏହା ପରିବେଶ ପ୍ରଦୂଷଣକୁ ଦୂର କରିବା ସହିତ ଅମ୍ଲାଜନର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ପୂର୍ବତନ କର୍ପୋରେଟର ଶାଶ୍ୱତୀ ମିଶ୍ର, ପ୍ରଫେସର ରୁପା ସାହୁ, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ, ବିଶିଷ୍ଟ ସମାଜସେବୀ ବାବା ପଞ୍ଚଦେବ, ସମାଜସେବୀ ଲୁଲୁ ସାମନ୍ତ, ଏସ୍‌.ଆଇ ଏ.ବି. ମେଘାଲି, ଏସ୍‌.ଏଚ୍‌.ଜି ସାଇକୃପା, କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ, ରୁପାଲି ସାହୁ, ଜୟନ୍ତୀ ପଣ୍ଡା, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ନାୟକ, ସାମ୍ବାଦିକ ଅଖିଳ ନାୟକ, ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା।