ସବୁଜ ଭାରତ ତରଫରୁ ବୃକ୍ଷରୋପଣ

Published: Dec 26, 2021, 6:50 pm IST

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ତରଫରୁ ଭୁବନେଶ୍ୱରସ୍ଥିତ ୟୁ.ପି.ଏଚ୍‌.ସି. ହସ୍ପିଟାଲଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହରିଜନ ସେବକ ସଂଘ ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଯୋଗଦେଇ ବିଭିନ୍ନ ଫୁଲଚାରା ରୋପଣ କରିବା ସହିତ ସବୁଜ ଭାରତର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ମନୁଷ୍ୟ ଓ ବୃକ୍ଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି। ବୃକ୍ଷ ବିନା ମଣିଷ ବଞ୍ôଚବା ଅସମ୍ଭବ। କିନ୍ତୁ ଆଜିର ସମାଜରେଭ ମନୁଷ୍ୟମାନେ ଗଛଟିଏ ଲଗାଇବା ବଦଳରେ ବୃକ୍ଷକୁ ଛେଦନ କରିବାରେ ଲାଗିଛନ୍ତି। ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଘୋର ସଙ୍କଟ ଦେଖା ଦେଉଛି। ତେଣୁ ବୃକ୍ଷ ଛେଦନ କିରବା ପରିବର୍ତ୍ତେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ଦରକାର। ସମ୍ମାନିତ ଅତିଥି ଭାବେ ୟୁ.ପି.ଏଚ୍‌.ସି. ମେଡ଼ିକାଲ ଇନ୍‌ଚାର୍ଜ ଡଃ ପୂର୍ଣ୍ଣଚନ୍ଦ୍ର ରଥ ଯୋଗଦେଇ କହିଲେ, ସବୁଜ ଭାରତ ଅନୁଷ୍ଠାନ ଓ ଏହାର କର୍ମକର୍ତ୍ତାମାନେ ହେଲେ ମୋ ବାମ ଓ ଡ଼ାହାର ହାତ। ସେମାନଙ୍କ ବିନା ମୁଁ ପାଦେ ଆଗକୁ ବଢିପାରିବି ନାହିଁ। ସୋମନେ ମୋତେ ଓ ମୋ ଅନୁଷ୍ଠାନକୁ ଯେତେ ସାହାଯ୍ୟ କରୁଛନ୍ତି, ତାକୁ ମୁଁ କେବେ ଭୁଲିପାରିବି ନାହିଁ।

ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବିତାରାଣୀ ମିଶ୍ର, ଆସ ପଢାଇବାର ଆବାହକ ପ୍ରତ୍ୟୟ ପ୍ରଶାନ୍ତ ମହାନ୍ତି, ପ୍ରଫେସର ରମେଶ ଚନ୍ଦ୍ର ପାତାଳସିଂ, ମୁକ୍ତେଶ୍ୱର କଳାକାରର ଉପସଭାପତି ବୈକୁଣ୍ଠ ଭୋଇ, ସୁଶ୍ରୀ ସଙ୍ଗୀତା ଦାସ, ରଶ୍ମିତା ମୁଖୀ, ପୁଷ୍ପାଞ୍ଜଳି, ପ୍ରଶାନ୍ତ ଭୋଇ, ପ୍ରଫେସର ରୁପାଲି ସାହୁ, ନୀଳମଣି ମିଶ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଯୋଗଦେଇ ବିଭିନ୍ନ ଫୁଲଗଛ ରୋପଣ କରିଥିଲେ।

Related posts