Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ସଂସ୍କାରକୁ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ: ୧୮ ମୃତ, ୫ ଆହତ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

କୋଲକୋତା: ପଶ୍ଚିମବଙ୍ଗର ନାଦିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘାଟିଯାଇଛି। ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଦୁଃଖଦ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି। ଏଥି ସହ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟପାଳ ଜଗଦୀପ ଧନଖଡ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ରାତିରେ ଉତ୍ତର ୨୪ ପରଗାନାର କିଛି ଲୋକ ବଗଦା ଠାରୁ ଏକ ମାଟାଡୋର ଯୋଗେ ନବଦ୍ଵୀପ ଶ୍ମଶାନକୁ ଶବଦାହ ପାଇଁ ଯାଉଥିଲେ। ଫୁଲବାଡି ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ସହିତ ମାଟାଡୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନାନୁସାରେ, ଘନ କୁହୁଡ଼ି ଏବଂ ଗାଡିର ଉଚ୍ଚ ଗତି ହେତୁ ଏହି ସଡକ ଦୁର୍ଘଟଣା ଘଟିଛି। ପୋଲିସ ଏହି ଘଟଣାର ତଦନ୍ତରେ ଆରମ୍ଭ କରିଦେଇଛି। ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।