Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ନିୟତି’

ଭୁବନେଶ୍ଵର: ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ସୁଧାଂଶୁ ନାରାୟଣ ଦାଶ (ସାନୁ), ପ୍ରେମଲଥା ରାଉତରାୟ, ଦିବ୍ୟା ମହାନ୍ତି, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ଉଦିତ, କେକେ, ବିଷାନ, ଅଭିଜିତ, ଅଙ୍କିତ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟି ର ନିର୍ଦ୍ଦେଶନା ଭାର ଜଣେ ଯୁବ ନିର୍ଦ୍ଦେଶକ ଙ୍କ କାନ୍ଧରେ ଥିବା ବେଳେ ଏକ ନିଚ୍ଛକ ମୌଳିକ କାହାଣୀକୁ ନେଇ ନିର୍ମାଣ କରିଛନ୍ତି। ଗତାନୁଗତିକ ସମାଜ ର ଘଟଣାବଳୀ କୁ ନେଇ ଯୁବ ସମାଜ ଙ୍କ ଉପରେ ଗୁରୁତ୍ୱ ଦେଇ ନିର୍ମିତ ଚଳଚ୍ଚିତ୍ର ନିୟତି।

କିଛି ବର୍ଷ ହେବ ଓଡ଼ିଆ ସିନେମା ର ଧାରା ବଦଳି ଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ମଧ୍ୟ ଏହି ସିନେମା ମାଧ୍ୟମରେ ସେଇ ପ୍ରୟାସ ଜାରି ରଖିଛନ୍ତି। ବଳିଷ୍ଠ କାହାଣୀ ସହିତ ପ୍ରବୀଣ ନୂଆ ପୁରୁଣା କଳାକାର ଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନିୟତି। ସମସ୍ତ ସିନେ ପ୍ରେମୀ ତଥା କଳାକାର ମାନେ ଏହି ଚଳଚ୍ଚିତ୍ର ଦେଖିବା ସହିତ ଉତ୍ସାହିତ କରିବା ଉଚିତ ବୋଲି ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ

ଭୁବନେଶ୍ଵର: ସମରେଶ ରାଉତରାୟଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ନିୟତି” ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ଚଳଚ୍ଚିତ୍ର “ନିୟତି” ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାର ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ – ଅକ୍ଷୟ କୁମାର ନାୟକ, ସମ୍ପାଦନା – କେଡ଼ି ସିପୁନ, ଡି.ଆଇ – ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ ରେ ଜେନା ବ୍ରଦର୍ସ ରହିଛନ୍ତି। ଚଳଚ୍ଚିତ୍ର “ନିୟତି” ର ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଏବଂ ଆଗଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି। ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି। ଅନୁରାଗ ପଟ୍ଟନାୟକ ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ତଥା ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ, ଗୀତ୍ , ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନଃରୁଦ୍ଧାର ହୋଇଥିବା ବେଳେ ଚଳଚ୍ଚିତ୍ର ନିୟତି ର କାହାଣୀ ଓଡ଼ିଆ ଦର୍ଶକ ଙ୍କୁ ଏକ ଭିନ୍ନ ସ୍ୱାଦ ଦେବ। ଚଳଚ୍ଚିତ୍ରର ଶୀର୍ଷକରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି। ଚଳଚ୍ଚିତ୍ର “ନିୟତି” କୁ ଓଡିଆ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ୍ ଘୋଷଣା

ଭୁବନେଶ୍ବର: ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗ ସହିତ ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଘୋଷଣା ହୋଇଯାଇଛି। ଚଳଚ୍ଚିତ୍ରର କାହାଣୀ ଅମ୍ରିତା ସେନଗୁପ୍ତା ଲେଖିଥିବା ବେଳେ ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଛନ୍ତି l ସଂଳାପ ରଚନା କରିଛନ୍ତି ଅମିତ ତାଳୁକଦାର। ଠିକ ସେହିପରି ଡିଓପି – ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ।

ଚଳଚ୍ଚିତ୍ର “Operation ଅପହରଣ” ଟାଇଟେଲ ଘୋଷଣା ଉତ୍ସବ ରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ର ଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଳୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ,ଅଭିନେତ୍ରୀ ତମନ୍ନା ଭ୍ୟାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର “Operation ଅପହରଣ” ଏକ ଭିନ୍ନ ଧରଣର ସସପେନ୍ସ ସହିତ ଭିନ୍ନଧରଣର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର l ଯାହା ସବୁବର୍ଗ ର ଦର୍ଶକମାନଙ୍କ ମନକୁ ଛୁଇଁବ। ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନା ଙ୍କ ଯୋଡି ଦେଖିବାକୁ ପାଇବେ।

ଚଳଚ୍ଚିତ୍ର “Operation ଅପହରଣ” ସହରଠୁ ଗାଁ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକମାନଙ୍କ ମନକୁ ଛୁଇଁବା ଭଳି କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।  ଚଳଚ୍ଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ଗୀତ ଓ ସଙ୍ଗୀତ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଚଳଚ୍ଚିତ୍ର ଟି ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଥିବା ବେଳେ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ଘୋଷଣା କରିଛନ୍ତି।