Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରୀ ଦିବସ ଓ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ସମାଲୋଚକ ଓ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୪ତମ ଜୟନ୍ତୀ,ପଦ୍ମଶ୍ରୀ ଲଷ୍ମୀନାରାୟଣ ସାହୁଙ୍କ ୫୯ତମ ତିରୋଧାନ ଦିବସ,ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ୬୪ତମ ଶ୍ରାଦ୍ଧୋତ୍ସଵ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ୧୦୯ତମ ଜୟନ୍ତୀ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୁସ୍ତକ ପ୍ରଦର୍ଶନ କରାଯାଇ ପୁସ୍ତକ ସମୀକ୍ଷା ହୋଇଥିଲା।ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା,ପଦ୍ମନାଭ ଜେନା,ବିଦ୍ୟାଧର ପଣ୍ଡା,ସଲିତା ପାତ୍ର,ଉପେନ୍ଦ୍ର କୁମାର ମୁଦୁଲି,ଅଜୟ କୁମାର ନନ୍ଦ ,ନିରୁପମା ବେହେରା ପ୍ରମୁଖ ବରପୁତ୍ରମାନଙ୍କ ଜୀବନ ଦର୍ଶନ ଓ ସମାଜ ପାଇଁ ସେମାନଙ୍କ ଅତୁଳନୀୟ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ।କଣ୍ଠମଣି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।