Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ : ଜାଗା ଚିହ୍ନଟ କଲେ କେନ୍ଦ୍ରିୟ ଟିମ୍

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କୁରୁମ ଟିକିରାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ପାଇଁ ଜମି ଚିହ୍ନଟ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଆଜି ସକାଳେ ଭୁବନେଶ୍ବର ଓ ସମ୍ବଲପୁରରୁ ଆସିଥିବା ଏକ ସ୍ବତନ୍ତ୍ର ୫ ଜଣିଆ କେନ୍ଦ୍ରିୟ ଟିମ୍ କ୍ଷେତ୍ର ପରିଦର୍ଶନ କରି କୁରୁମ ଟିକିରାରେ ଏକ ସ୍ଥାୟୀ ଜାଗା ଚିହ୍ନଟ କରିଛନ୍ତି।

ଏଥି ସହିତ ଅସ୍ଥାୟୀ କ୍ୟାମ୍ପସ ପାଇଁ ମଧ୍ୟ ଭୀମଭୋଇ କଲେଜର ଶ୍ରେଣୀ ଗୃହ ବୁଲି ଦେଖିଛନ୍ତି। କୁରୁମ ଟିକିରାରେ ୧୦ ଏକର ଜମିରେ ତିଆରି ହେବ କେନ୍ଦ୍ରୀୟ ବିଦ୍ୟାଳୟ। ଜାଗା ଚିହ୍ନଟ ସମୟରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ରେଢ଼ାଖୋଲ ତହସିଲଦାର ଙ୍କ ସମେତ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଅଧ୍ୟାପକ ପ୍ରଶାନ୍ତ ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ରୀ ତେଜସ୍ମିତା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ବରିଷ୍ଠ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଞ୍ଜୀବ ଦାଶ ଓ ପ୍ରଗତି ଅନୁଷ୍ଠାନର ନିର୍ଦ୍ଦେଶିକା ବନ୍ଦିତା ଦାଶ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ଦାଶଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପୁଷ୍ପ ଚନ୍ଦନ ଦେଇ ଗୁରୁ ପାଦ ପୂଜା ପର୍ବ ପାଳନ କରି ଥିଲେ। ସଭାରେ ନମିତା, ସରୋଜିନୀ, ରଚନା, ରେଣୁବାଳା, ସୁମିତ୍ରା, ମାନସ, ରୋହନ, ମୀନକେତନ, ପ୍ରତାପ ଓ ରାଜେଶ୍ ପ୍ରମୁଖ ଅଧ୍ୟାପକଙ୍କ ସ୍ମୃତିଚାରଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଏହି ଅବସରରେ ଉପହାର ପ୍ରଦାନ କରି ଗୁରୁଙ୍କର ଆଶୀର୍ବାଦ ଲାଭ କରିଥିଲେ।ପରିଶେଷରେ ରେଣୁବାଳା ଧନ୍ୟବାଦ୍ ଅର୍ପଣ କରି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିଠିରେ ଲଙ୍ଗଳ ପଶି ବୃଦ୍ଧା ଗୁରୁତର, ବୁର୍ଲା ସ୍ଥାନାନ୍ତର

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ବଡବାହାଳ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ଜନୈକା ବୃଦ୍ଧାଙ୍କ ପିଠି ପାଖରେ ଲଙ୍ଗଳ ପଶି ଯିବାରୁ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ବୃଦ୍ଧା ଜଣଙ୍କ ହେଲେ ଝାଙ୍କରପଡ଼ା ଗ୍ରାମର ବିଲ ଦେହୁରୀ।

ସୂଚନା ଯୋଗ୍ୟ ଯେ, ରବିବାର ଦିନ ସକାଳୁ ବିଲ ଦେହୁରୀ ଓ ତାଙ୍କ ସ୍ବାମୀ ଦୁହେଁ ହଳ ଲଙ୍ଗଳ ଧରି ନିଜ ଚାଷଜମିକୁ ହଳ କରିବାକୁ ଯାଇଥିଲେ। ହଳ ଠିଆକରି ଆଗରେ ଏକ ବାଡିଧରି ବିଲ ଦେହୁରୀ ଠିଆହୋଇଥିଲେ। ହେଲେ ହଠାତ୍ ବଳଦ ଗୁଡିକ ଦଉଡିବାରୁ ବିଲ ତଳେ ପଡିଯାଇଥିଲେ। ଫଳରେ ଲାଗିଥିବା ଲଙ୍ଗଳର ଲୁହା ତାଙ୍କ ପିଠି ପଛପଟେ ପଶିଯାଇଥିଲା। ସେ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏ ନେଇ ପରିବାର ଲୋକେ ବ୍ୟସ୍ତ ହେଇ ପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କଲେ

ରେଙ୍ଗାଲି/ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଆୟକୁ ବଢାଇବା ସହ ସବୁ ପ୍ରକାର ଚାଷର ଉତ୍ପାଦନ ବଢାଇବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଚାଷ ଉତ୍ପାଦର ଉତ୍ପାଦନ ବଢାଇବା ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଆରମ୍ଭ କରିଛନ୍ତି, ଯାହା ସାଧୁ ଉଦ୍ୟମ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୭୦୦ ଜିଲ୍ଲାରେ ୨୦୦୦ରୁ ଅଧିକ ବୈଜ୍ଞାନିକ ଦଳ ଗାଁ ଗାଁକୁ ଯାଇ ୧.୫ କୋଟିରୁ ଅଧିକ ଚାଷୀ ଭାଇଭଉଣୀମାନଙ୍କ ସହ ସିଧାସଳଖ କଥା ହେବେ। ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଓଡ଼ିଶାରେ ମଧ୍ୟ କୃଷି ପରାମର୍ଶ ଓ ସୂଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ଅନ୍ନଦାତାଙ୍କ ହାତମୁଠାକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର।

ସମ୍ବଲପୁର ଚଷା ଚାଷୀମାନଙ୍କର ଅଞ୍ଚଳ। ଏଠାରେ ମୂଳ ଜୀବିକା ହେଉଛି ଚାଷ।  ଚାଷ ବେଉସା ଏହି ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ। ସମ୍ବଲପୁରରେ ଚାଷ କ୍ଷେତ୍ରରେ ଅନେକ ସମ୍ଭାବନା ଅଛି । ଏଠାରେ ଉତ୍ପାଦିତ ଆମ୍ବ ବାହାର ଦେଶକୁ ରପ୍ତାନୀ ହେଉଛି। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ,  ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ କୃଷି ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ହେବ । ବିଶେଷ ଭାବରେ ଆଳୁ ଓ ଡାଲି ଉପରେ ଆମେ ନିର୍ଭରଶୀଳ ଥିବା ବେଳେ ଏହି ଚାଷ କିପରି ସମ୍ବଲପୁରରେ ଅଧିକ ଉତ୍ପାଦନ କରାଯିବ, ସେ ଦିଗରେ ଯୋଜନା ହେବ ।  ଗାଁ ଗାଁ ବୁଲି ଚାଷୀମାନଙ୍କ ମଧ୍ୟରେ ପନିପରିବା ଓ ଅନ୍ୟାନ୍ୟ ଫଳ ଉତ୍ପାଦନ ପାଇଁ ସଚେତନତା ସୃଷ୍ଟି କରାଯିବ। ସମ୍ବଲପୁରରେ ଉତ୍ପାଦିତ ହେଉଥବା ଫଳ ଓ ପନିପରିବାକୁ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ହେବ । ‘ନଗର ବନ ଯୋଜନା’ରେ ସମ୍ବଲପୁରର ପରିବେଶକୁ ସୁରକ୍ଷା ଦେବା ପାଇଁ ସାମୂହିକ ଉଦ୍ୟମ ହେବ । ଏଥିପାଇଁ ବୃକ୍ଷରୋପଣ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କରିଥିଲେ ।

***

 

 

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ: ସ୍ୱାମୀ ଆହତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଭାଲୁଗାଡ଼ିଆ ଗାଁରେ ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ୍ୟୁ ହୋଇ ଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଭାଲୁଗାଡ଼ିଆ ଗ୍ରାମର ସନ୍ତୋଷ ଶତପଥୀଙ୍କ ପତ୍ନୀ ଅନିତା ପୁରୋହିତ କୂଅରୁ ଟୁଲୁ ମୋଟର ସାହାଯ୍ୟରେ ପାଣି ସଂଗ୍ରହ ପାଇଁ ପମ୍ପ ସ୍ଵିଚ ଦେବା ସମୟରେ ବିଦ୍ୟୁତ ଆଘାତରେ ସେ ପଡି ଯାଇଥିଲେ। ସ୍ୱାମୀ ଅନିତା ପଡିଥିବାର ଦେଖି ତାଙ୍କୁ ଯାଇ ଉଠାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ବିଦ୍ୟୁତ ଆଘାତ ପାଇ ପଡିଯାଇଥିଲେ। ପଡିଶା ଘର ଲୋକ ପାଟି ଶୁଣି ପାରି ଦୌଡ଼ି ଆସି ବିଦ୍ୟୁତ ସଂଯୋଗ କାଟି ଉଭୟଙ୍କୁ ଉଦ୍ଧାର କରି ଥିଲେ ମଧ୍ୟ ଅନିତା ଙ୍କର ପ୍ରାଣ ବାୟୁ ଚାଲି ଯାଇଥିଲା। ସଂଗେ ସଂଗେ ନାକଟିଦେଉଳ ଡାକ୍ତର ଖାନାକୁ ଉଭୟ ଙ୍କୁ ନିଆ ଯାଇଥିଲା।

ଡାକ୍ତର ଅନିତାର ମୃତ୍ୟୁ ହୋଇ ଥିବା ଘୋଷଣା କରିଥିବା ବେଳେ ଆହତ ସନ୍ତୋଷଙ୍କୁ ଚିକିତ୍ସା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଖଳାଶୁଣି ବନ୍ୟ ପ୍ରାଣୀ ବନାଞ୍ଚଳରେ ମାଈ ହାତୀର ମୃତ୍ୟୁ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଖଳାସୁଣି ବନ୍ୟପ୍ରାଣୀ ବନାଞ୍ଚଳ ପେଣ୍ଡରାଖୋଲ ବନ୍ୟପ୍ରାଣୀ ବିଟ୍ ର ଖଳାସୁଣୀ ରିଜର୍ଭ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟ ହୋଇଥିବା ଜଣା ପଡିଛି. ହାତୀ ଟି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଜରା ବ୍ୟାଧି ଜନିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ମଇ ରେ ହାତୀଟି ଖଳା ସୁଣି ରିଜର୍ଭ ଜଙ୍ଗଲର କମ୍ପାଟମେଣ୍ଟ ନଂ ୨୪ରେ ଚଲାବୁଲା କରୁଥିବାର ବନବିଭାଗ ଦେଖିଥିଲା। ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣି ପାରି ହାତୀ ସ୍କ୍ୱାର୍ଡ ମାନେ ପ୍ରତିଦିନ ତାକୁ ନିରୀକ୍ଷଣ କରୁଥିଲେ। ହାତୀଟି ଚରା ବୁଲା କରୁଥିବା ସମୟରେ ଏକ ଖାଲରେ ଖସି ପଡିଥିଲା। ସେ ଉଠି ନ ପାରିବାରୁ ରେଞ୍ଜ ଅଫିସକୁ ହାତୀ ସ୍କ୍ୱାଡ଼ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଦେବଗଡ଼ ମୋବାଇଲ୍ ପ୍ରାଣୀ ଚିକିତ୍ସକ ଟିମ୍ ସହ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଚିକିତ୍ସା କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦିନ ୨ ଘଟିକା ସମୟରେ ମାଈ ହାତୀଟି ମୃତ୍ୟୁ ବରଣ କରିଥିଲା। ଆଜି ଡ଼ିଏଫଓ ବାମରାସମୀର କୁମାର ସାହୁ, ଏସିଏଫ ଆଲୋକ ଷଡ଼ଙ୍ଗୀ, ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ଙ୍କ ଉପସ୍ଥିତିରେ ବିଭିଓ ନାକଟିଦେଉଳ,ବିଭିଓ ରେଢ଼ାଖୋଲ ଓ ଭିଏ ଏସ ଭୋଜପୂର୍ ଶବ ବ୍ୟବଚ୍ଛେଦ କରିଥିଲେ।

ବ୍ୟବଚ୍ଛେଦ ପରେ ଘଟଣା ସ୍ଥଳରେ ଦେହାବଶେଷ କୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତି ଦିଆଯାଇଥିବା କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱ ରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସରେ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ବକ୍ତା ଭାବରେ ଯୋଗଦେଇ ପଞ୍ଚାୟତ ରାଜ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା ଅତିଥିଭାବରେ ଯୋଗଦେଇଥିଲେ।

ଏହି ଦିବସ ଅବସରରେ ନାକଟିଦେଉଳ ଗ୍ରାମପଂଚାୟତ ଉତ୍ତମ ସେବା ପାଇଁ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କୁ ୫ ଲକ୍ଷ ୭୯ ହଜାର ୭୧୦ଟଙ୍କା ପୁରସ୍କାର ଦିଆଯାଇଥିଲା।

ଓଡ଼ିଶାରେ ୬୧୩ ପଂଚାୟତ ଉତ୍ତମ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ସମନ୍ୱିତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା ଆଦି ବିଭାଗର କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ପଂଚାୟତରାଜ ଦିବସ ପାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁବେଦାର ମେଜର ଗୌରଚନ୍ଦ୍ର ପ୍ରଧାନଙ୍କ ବିୟୋଗ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଡ଼ଇଁଚା ଗ୍ରାମର ଅବସର ପ୍ରାପ୍ତ ସୁବେଦାର ମେଜର ଗୌର ଚନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରର ଏକ ଡାକ୍ତର ଖାନାରେ କାଲି ଅପରାହ୍ନରେ ବିୟୋଗ ଘଟିଛି। ସେ ଦୀର୍ଘ ଦିନ ହେଲା ହୃଦଘାତ ସମସ୍ୟାରେ ପୀଡିତ ଥିଲେ।

ଆଜି ତାଙ୍କର ମର ଶରୀରକୁ ନିଜସ୍ୱ ଗ୍ରାମ ଡ଼ଇଁଚାକୁ ଅଣାଯାଇ ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କର ୨ ପୁତ୍ର ଏବଂ ବିଧବା ପତ୍ନୀ ରହିଛନ୍ତି।

ସେ ୧୯୮୧ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ମେଜର ଭାବରେ ଓଡିଶା ବାହାରେ ଚାକିରୀ କରି ପ୍ରଶଂସାର ପାତ୍ର ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରେସ କ୍ଲବ୍ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳି ସ୍ଥଗିତ ଦାବିରେ ଦାବୀ ପତ୍ର ପ୍ରଦାନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବ୍ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳି ସ୍ଥଗିତ କରିବା ପାଇଁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀଙ୍କ ଇତି ମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛି। ବର୍ତ୍ତମାନ ରେଢ଼ାଖୋଲ ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀଙ୍କ ପଦ ଦୀର୍ଘ ମାସ ହେବ ଖାଲି ପଡ଼ିଛି। ଯାହା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।

ଏଭଳି ପରିସ୍ଥିତିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବଦଳି ହେବା ଯୋଗୁଁ ଗଣମାଧ୍ୟମ ଏବଂ ସରକାରୀ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି କରିବ। ତେଣୁ ନୁତନ ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ସ୍ଥଗିତ କରିବାକୁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ଏଥିରେ ରେଢ଼ାଖୋଲ ପ୍ରେସ କ୍ଲବ୍ ସଭାପତି ରମାକାନ୍ତ ମହାନନ୍ଦ, ସମ୍ପାଦକ ତପନ କୁମାର ବିଶ୍ବାଳ, କୋଷାଧ୍ୟକ୍ଷ ଯଶୋବନ୍ତ ନାରାୟଣ ସାହୁ, ବରିଷ୍ଟ ସାମ୍ବାଦିକ ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, କନ୍ଦର୍ପ ବେହେରା, ଶରତ ପ୍ରଧାନ, ଅନିଲ ପୃଷ୍ଟି, ରୋହିତ ଭୋଇ, ମମତା ପାତ୍ର, ରଶ୍ମିତା ରାଉତ, ସରୋଜ ରାଉତ, ସୁଧିର ସୁନା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝି, ମଦନ ବେହେରା ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧା ଲୋକାର୍ପିତ

ସମ୍ବଲପୁର: ପବିତ୍ର ‘ରାମ ନବମୀ’ ଅବସରରେ ସମ୍ବଲପୁର ଠାରେ ଗୃହ ବିଭାଗ ଉଦ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶୁଭାରମ୍ଭ ହୋଇଥିବା ୧୫ଟି ଅତ୍ୟାଧୁନିକ ନୀରିକ୍ଷଣ ବାହାନରେ ଥିବା ଗେଜେଟ୍, ୩୬୦ ଡିଗ୍ରୀ ପିଟିଜେଡ୍ କ୍ୟାମେରା, ଜିପିସ୍, ଏବଂ ଆନୁଷଙ୍ଗିକ ସୁବିଧା ରହିଛି। ଏହି ଭ୍ୟାନ ସମ୍ବଲପୁରରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଲୋକାର୍ପିତ ବାହାନ ମଧ୍ୟରୁ କେବଳ ୧୨ଟି ଗାଡି ସହର ଭିତରେ ରହିବ। ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନେ କରୁଥିବା ଅଭିଯୋଗ ସ୍ଥାନ ଖୁବ ଶୀଘ୍ର ଚିହ୍ନଟ କରିହେବ। ଜନସାଧାରଣଙ୍କ ଅଭିଯୋଗ କ୍ରମେ ତୁରନ୍ତ ପଦକ୍ଷେପ ନିଆଯିବ।

ଓଡ଼ିଶାରେ ଆଇନଶୃଙ୍ଖଳାକୁ ଆହୁରି ମଜଭୂତ୍ କରିବା ତଥା ସମ୍ବଲପୁର ସହରରେ ଅପରାଧିକ ଘଟଣାବଳୀକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବିଶେଷ ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ଲୋକାର୍ପିତ ସୁବିଧା ଗୁଡ଼ିକ ମାଧ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦିଗରେ ଅଧିକ ସହଯୋଗୀ ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ଵର: ଦୁଇ ଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଗତକାଲି ସମ୍ବଲପୁର ପହଂଚି ଏମସିଏଲ ଗେଷ୍ଟ ହାଉସରେ ରାତ୍ରୀ ଯାପନ ପରେ ଆଜି ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି। ପରେ ଉତ୍କଳ ବାଳାଶ୍ରମ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। କେମିତି ଉତ୍ତମ ସେବା ମିଳିବ ସେନେଇ ସେଠାରେ ଥିବା କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ପରେ ଜିଲ୍ଲା ସଦର ହସ୍ପିଟାଲରେ ଥିବା ଏମସିଏଚ ପରିଦର୍ଶନ କରି ପ୍ରସୂତିଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ପ୍ରଚଳିତ ଥିବା ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବାର ଯୋଜନା ରହିଛି। କୁପୋଷଣ ଦୂର କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି।

ଆଜିକାର ଦିନରେ ପରିବର୍ତ୍ତିତ ଚଳଣି, ମହିଳାଙ୍କ କମ୍ ପରିଶ୍ରମ ଯୋଗୁଁ ଅସ୍ତ୍ରୋପଚାର ଜନିତ ପ୍ରସୂତି ହାର ବଢୁଛି ବୋଲି ମନ୍ତ୍ରୀ କହିଛନ୍ତି। ପରେ ଜିଲ୍ଲା ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗରୁତର, ମେଡିକାଲରେ ଭର୍ତ୍ତି

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଆଜି ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ବୃଦ୍ଧ ଜଣକ ହେଲେ ବରହମପୁରା ଗ୍ରାମର ରୋହିତ ଶବର (୫୫)।‌

ସେ ଆଜି ସକାଳେ ଜଂଗଲକୁ ଝୁଣା ସଂଗ୍ରହ କରିବାକୁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ହାବୁଡରେ ପଡ଼ିଯାଇଥିଲେ।‌ ଭାଲୁଟି ରୋହିତ ଶବରକୁ ଆକ୍ରମଣ କରିଥିଲା। ଫଳରେ ବାମ ଜଙ୍ଘ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କ ସହ ଗ୍ରାମର ହର ଶବର ମଧ୍ୟ ଯାଇଥିଲେ l ସେ ଭାଲୁ ଆକ୍ରମଣ ରେ ସାମାନ୍ୟ ଆହତ ହୋଇ ଥିବା ଜଣା ପଡିଛି। ଭାଲୁ ଆକ୍ରମଣ କରୁଥିବା ସମୟରେ ବୃଦ୍ଧ ଜଣକ ପାଟି କରିବାରୁ ନିକଟରେ ଥିବା ଗ୍ରାମର ଅନ୍ୟ ଦୁଇ ଜଣ ବ୍ୟକ୍ତି ଆସି ଭାଲୁ କବଳରୁ ରକ୍ଷା କରି ଜଂଗଲ ଭିତରୁ ଏକ ଭାର ଯୋଗେ ବାହାର କୁ ବୋହି ଆଣି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।‌

ଖବର ପାଇ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ଦିନକୁ ଦିନ ରେଢ଼ାଖୋଲ ବନଖଣ୍ଡ ରେ ହାତୀ, ଭାଲୁ ଆକ୍ରମଣ ରେ ବହୁ ଧନ ଜୀବନ ଯାଉଛି।

Categories
ଆଞ୍ଚଳିକ

ରେଢ଼ାଖୋଲ ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବୈଠକ: ସଭାପତି ହେଲେ ରମାକାନ୍ତ ମହାନନ୍ଦ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବୈଠକ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଚମ୍ପାଳୀ ବନବିଭାଗ ନର୍ସରୀ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ପ୍ରେସ କ୍ଲବର ସାମ୍ବାଦିକ ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ସଂଗଠନ କୁ ସୁଦୃଢ କରିବା ସହ ଆଗକୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରେସ କ୍ଲବ୍ ର ନୃତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ପ୍ରେସ କ୍ଲବ୍ ର ସଭାପତି ରମାକାନ୍ତ ମହାନନ୍ଦ, ଉପସଭାପତି ପ୍ରସନ୍ନ ପ୍ରଧାନ, ସମ୍ପାଦକ ତପନ କୁମାର ବିଶ୍ବାଳ, ସହ ସମ୍ପାଦକ ଶଙ୍କର ପୃଷ୍ଟି, କୋଷାଧ୍ୟକ୍ଷ ଯଶବନ୍ତ ନାରାୟଣ ସାହୁ ପ୍ରମୁଖ ଙ୍କୁ ମନୋନିତ କରାଯାଇଥିଲା।

ଏହି ବୈଠକରେ ବରିଷ୍ଟ ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜୟନ୍ତ ଖଡିରତ୍ନ, ରୋହିତ ଭୋଇ, ଶରତ ପ୍ରଧାନ, ସୁଶାନ୍ତ କୁମାର ନାଗ, ସୁଧୀର ସୁନା, କନ୍ଦର୍ପ ବେହେରା, ଅରୁଣ କୁମାର ପ୍ରଧାନ,ଅନିଲ ପୃଷ୍ଟି, ସରୋଜ ସାହୁ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ପ୍ରଧାନ, ଗଜାନନ ଭେସରା, ମଦନ ବେହେରା ପ୍ରମୁଖ ସହ ନୂତନ ଭାବେ ରଶ୍ମି ରଞ୍ଜନ ଖଡ଼ିରତ୍ନ ଓ ସନ୍ତୋଷ ବଘାର ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଷ ପିଆଇବା ସହ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା!: ସ୍ବାମୀ ଅଟକ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ୍ କିସିଣ୍ଡା ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କୁଟ୍ରାଖୋଲ ଠାରେ ଜଣେ ଆଦିବାସୀ ମହିଳାକୁ ପ୍ରଥମେ ବିଷ ପିଆଇ ଦେବା ପରେ ତାଙ୍କର ସ୍ବାମୀ ନିସ୍ତୁକ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଏନେଇ ୧୧ ବର୍ଷର କୁନି ଝିଅ ଦୀପ୍ତି ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛି।

ମୃତ ମହିଳା ଜଣଙ୍କ ହେଲେ କୁଟ୍ରାଖୋଲ ଗ୍ରାମର ପଙ୍କ କାଲୋ (୩୮)। ତେବେ ଶୁକ୍ରବାର ରାତିରେ ରୁଦ୍ର କାଲ୍ଲୋ ତାଙ୍କ ସ୍ତ୍ରୀ ପଙ୍କକୁ ବିଷ ପିଇବା ପାଇଁ ବାଧ୍ୟ କରିଥିଲା। ବିଷ ପାନ କରିବାରୁ ମୁହଁରେ ଫେଣ ବାହାରୁଥିବା ଝିଅ ପ୍ରକାଶ କରିଛି। ରୁଦ୍ରର ପୁଅ ରୁପନ୍ କାଲ୍ଲୋ ଭୁବନେଶ୍ୱର ଠାରେ କୌଣସି ଏକ ଇଟା ଭାଟିରେ କାମ କରୁଥିଲେ। ହଠାତ୍ ଖବର ପାଇ ଆଜି ଭୋର୍ ସକାଳେ ୫ଟାରେ ଘରକୁ ପହଞ୍ଚି ଦେଖିବାରୁ ମାଁ ମୁର୍ମୁଷୁ ଅବସ୍ଥାରେ ପଡ଼ିଛି।

ସକାଳ ୯ ଟାରେ ଆମ୍ବୁଲାନ୍ସ ଡାକି ନେବା ପୂର୍ବରୁ ମାଁ ମୃତ ବୋଲି ପୁଅ ନିଜେ ଜାଣିଲେ ଓ ପୋଡଶୀ ଲୋକଙ୍କୁ ଡାକି ଥିଲେ। ପରେ କିସିଣ୍ଡା ପୋଲିସ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚି ସ୍ବାମୀ ରୁଦ୍ର କାଲୋଙ୍କୁ ଗିରଫ କରିଛି। ଏବେ ୧୬ ବର୍ଷର ପୁଅ ରୂପନ୍ ତିନି ଭଉଣୀ ଦୀପ୍ତି, ବିବିକା, ସୁନେଲିଙ୍କୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲୋଇ ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଥିଲେ। ସୂଚନା ଅନୁସାରେ ମଙ୍ଗଳବାର କିଛି ସ୍ଥାନୀୟ ଲୋକ ବାରହା ଶିକାର ପାଇଁ ନେଭାରାପାଳ -ବସାଲୋଇ ରାସ୍ତା କଡ କ୍ଷେତ ପାଖରେ ବିଦ୍ୟୁତ ତାର ଟାଣି ଥିଲେ। ରାତିରେ ସେହି ରାସ୍ତା ଦେଇ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଯାଉଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଭକ୍ତ ନାଏକ (୪୫) ଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ।

ତେବେ ଆହତ ହୋଇଥିବା କିଶୋରୀ ଗଡ଼ନାୟକ ଏବଂ ବାସୁ ଗରିଆଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଖବର ପାଇ ରାତିରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ନିଜ ପୋଲିସ ଗାଡ଼ିରେ ଆଣି ନାକଟିଦେଉଳ ମନ୍ଦିର ଛକରୁ ଶବ ବାହକ ଗାଡ଼ିରେ ବ୍ୟବଛେଦ ପାଇଁ ରାତାରାତି ରେଢ଼ାଖୋଲ ଡାକ୍ତରଖାନା ପଠେଇ ଥିଲେ।

ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ ପରେ ଶବକୁ ମୃତକଙ୍କ ନିଜ ଘର ନେଭ୍ରାପାଳକୁ ନେବାବେଳେ ଗ୍ରାମବାସୀମାନେ ବସାଲୋଇ ଛକରେ ଶବ ଗାଡିକୁ ଅଟକାଇ କ୍ଷତି ପୂରଣ ଓ ତାର ବିଛେଇଥିବା ଅପରାଧୀକୁ ଗିରଫ କରିବା ଦାବିରେ ଶବ ନେବାକୁ ମନାକରି ରାସ୍ତାରେ ବସିରହି ଥିଲେ। ତେବେ କେଉଁ ପରିସ୍ଥିତିରେ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ ଘଟଣାସ୍ଥଳକୁ ନଆସି କିମ୍ବା ତଦନ୍ତ ନକରି ରାତାରାତି ଶବକୁ ନେଇଯିବା ପରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ କଣ ଅନୁସନ୍ଧାନ କରିବେ ବୋଲି ପ୍ରଶ୍ନ କରିଥିଲେ।

ତେବେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ଘଟଣାସ୍ଥଳରେ ଆନ୍ଦୋଳନକାରିଙ୍କୁ ଆସାମୀଙ୍କୁ ଧରାହେବ ଏବଂ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହ ସରକାରଙ୍କ ପକ୍ଷରୁ ଉଚିତ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶୁତି ଦେବାପରେ ଗ୍ରାମବାସୀ ଶବ ନେବାପାଇଁ ରାଜିହୋଇ ଥିଲେ।

ତେବେ ଗଣ୍ଡଗୋଳ ହେବା ଆଶଙ୍କା କରି ଏକ ସେକ୍ସନ ପୋଲିସ ଫୋର୍ସ ସହ ଏସଡିପିଓ ପ୍ରଶାନ୍ତ ମେହେର, ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡି ଧକ୍କାରେ ଭାଲୁ ମୃତ

ରେଢ଼ାଖୋଲ (ସୀତାରାମ ଅଗ୍ରୱାଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତାରୁ ବୁଧବାର ସକାଳୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବନବିଭାଗ।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥ ନାକଟିଦେଉଳ ଅଙ୍ଗାବିରା ରାସ୍ତାର ବିନ୍ଧପୁର ପୋଲ ନିକଟ ଗେଣ୍ଠଣି ଠାରେ ଭାଲୁ ଟି ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ଭାଲୁଟିକୁ ଧକ୍କା ଦେଇଥିଲା। ଆଜି ସକାଳୁ ଏହି ରାସ୍ତାରେ ଯାଉଥିବା କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବାଟଗାଁ ଫରେଷ୍ଟର ଦିଲ୍ଲୀପ କୁମାର ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ମୃତ ଦେହ ଜବତ କରିଥିବା ଜଣାପଡିଛି। ତେବେ ବ୍ୟବଚ୍ଛେଦ ପରେ ଭାଲୁର ମୃତ ଦେହକୁ ପୋତି ଦିଆ ଯାଇଛି ବୋଲି ବନ ବିଭାଗ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିକଅପ ଭ୍ୟାନ ସହ ୯.୦୮ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ୨ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବାରମ୍ବାର ଏମିତି କେନ୍ଦୁପତ୍ର ଚାଲାଣ ହେଉଥିବାରୁ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ହେଉଛି। ବନ ବିଭାଗ ବୁଧବାର ରାତି ୧୨.୩୦ରେ ରେଢ଼ାଖୋଲ ବନଖଣ୍ଡ ଶିମିଳିପାଳ ଛକ ନିକଟରେ ଚଢାଉ କରି ପିକ ଅପ ଗାଡ଼ି( ଓଡି୨୮ଡି୩୯୩୭)ସହ ୧୯୨ବଣ୍ଡଲ ( ୯.୦୮ କ୍ଵିଣ୍ଟାଲ) କେନ୍ଦୁପତ୍ର ଜବ କରିଛି।

କେନ୍ଦୁପତ୍ର ଚୋରା ଚାଲାଣ ଅଭିଯୋଗରେ ବନ ବିଭାଗ ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଘୁଣ୍ଟେଲିପଶି ଗ୍ରାମର ଦୁଶ୍ମନ୍ତ ବଘାର (୨୭) ଓ କୃଷ୍ଣ ସାହୁ (୨୭) ଙ୍କୁ ଗିରଫ କରିଛି ବନବିଭାଗ। ପିକଅପ ଗାଡ଼ିରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଶିମିଳିପାଳ ଗ୍ରାମ ଛକ ନିକଟରେ ଛକି ରହିଥିଲା। ପିକଅପକୁ ଅଟକାଇ କେନ୍ଦୁପତ୍ର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ବନବିଭାଗ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଘଟଣା ସ୍ଥଳରେ ଛାନବିନ କରୁଛି ପୋଲିସ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା, ସାହେବି ଗାଁର ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଶିଶିର ବେହେରା (ହରି )କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟ ରୁ ଅନୁମତି ମାଗି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ କରିଛି। ପୋଲିସ କୋର୍ଟକୁ ୫ ଦିନିଆ ରିମାଣ୍ଡ ପାଇଁ ପ୍ରାର୍ଥନା କରିଥିବା ବେଳେ, କୋର୍ଟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡ ଅବଧି ଦେଇଛି। କଡ଼ା ସୁରକ୍ଷାରେ ଅଭିଯୁକ୍ତକୁ ସାହେଵି ଗାଁର ଘଟଣା ଘଟିଥିବା ସ୍ଥାନକୁ ନେଇ କ୍ରାଇମ୍ ସିନ୍ ତଦନ୍ତ କରିଥିଲା।

ଅଭିଯୁକ୍ତ ଘଟଣା ସ୍ଥଳରୁ ମୃତକାଙ୍କ କଳା ରଙ୍ଗର ସାୟା ଜବତ କରିବା ସହ ମାରିଥିବା ନାଳରେ ଏବଂ ଶବକୁ ଫିଙ୍ଗିଥିବା ଜଙ୍ଗଲକୁ ନେଇ ଅଧିକ ତଦନ୍ତ କରିଥିଲା। ଘଟଣା ସ୍ଥଳରେ ଆଡିସିନାଲ ଏସପି ଏଲବିନୁଷ କେରକେତା, ଏସଡିପିଓ ପ୍ରଶାନ୍ତ କୁମାର ମେହେର, ଵିଡିଓ ଧନେଇ ଚରଣ ଟୁଡୁ, ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ, ନାକଟିଦେଉଳ, ରେଢ଼ାଖୋଲ, କିସିଣ୍ଡା ଓ ଚାରମାଳ ଥାନାର ଥାନାଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋସ ଉପସ୍ଥିତ ଥିଲେ।

ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇ ନଥିବା ବେଳେ ତାକୁ ଅଭିଯୁକ୍ତ ହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡିଥିବା ଆଡିଶନାଲ ଏସପି ଏଲବିନୁଷ କେରକେଟା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅପରପକ୍ଷେ ପୋଲିସ ର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ ଜଣେ ଯୁବତୀ ନିଖୋଜ ହେବାର ତିନି ଦିନ ପରେ ରବିବାର ସକାଳୁ ଉଲଗ୍ନ ଅବସ୍ଥାରେ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ସାହେବୀ ଗ୍ରାମ ମନ୍ଦିର ସାହିର ସ୍ୱପ୍ନା ମାଟିଆରୀଙ୍କ ସାନ ଝିଅ ସୁବାସିନୀ ମାଟିଆରୀ (୨୫)।

ପ୍ରାପ୍ତ ସୂଚନା ଅନୁସାରେ, ସୁବାସିନୀ ମାଟିଆରୀ ଗତ ୩୦ ତାରିଖ ଦିନ ପ୍ରାୟ ୧୦ଟା ସମୟରେ ଘର ନିକଟ ସୁଆଗି ଝରଣ ନାଳକୁ ଏକାକୀ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ସେଠାକୁ ଯାଇଥିବାବେଳେ ନାଳ ଖଣ୍ଡିରେ ସୁବାସିନୀଙ୍କ ଚପଲ, ପୋଷାକ ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥି ସହିତ ଅଖପାଖ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନ ମିଳିବାରୁ ସେହିଦିନ ଅପରାହ୍ନରେ ତାଙ୍କ ଝିଅ ନିଖୋଜ ଥିବା ନେଇ ସୁବାସିନୀଙ୍କ ବାପା ନାକଟିଦେଉଳ ଥାନାରେ ଅଭିଯୋଗ କରି ତାଙ୍କ ଘର ପାଖ ହରି ବେହେରା ନାମକ ଯୁବକ ଝିଅକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଫେରି ଆସିଥିଲା। ଏଣେ ଝିଅକୁ ତିନି ଦିନ ହେଲା ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇଯାଇଥିବାବେଳେ ରବିବାର ସକାଳୁ ନିକଟସ୍ଥ ଝାରବେଡା ପାଣ୍ଡରିପଶି ସାହିର କିଛି ମହିଳା ନିକଟସ୍ଥ କାଉଁଶଗୁଜ ଜଙ୍ଗଲ ପାଖରେ ଥିବା ଧାନ ଜମିକୁ ଘାସ ବାଛିବାକୁ ଯାଇଥିବାବେଳେ ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ।

ତେବେ ସେମାନେ ଦୁର୍ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଏକ ଖାଲ ଭିତରେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ଏବଂ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପହଂଚି ଥିଲେ। ସନ୍ଧlନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ପହଂଚି ତଦନ୍ତ ଚଳାଇଛନ୍ତି। ସାହେବି ଗ୍ରାମ ଝାରବେଡା ଗାଁ ଛକ ନିକଟରେ ରାସ୍ତା ରୋକ କରିଥିଲେ ଗ୍ରାମ ବାସୀ।

Categories
ଆଜିର ଖବର ରାଜ୍ୟ ଖବର

ଡଇଁଚାରେ ଖୋଲିଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରବେଶ ଉତ୍ସବରେ ନୂତନ ଛାତ୍ରଛାତ୍ରଙ୍କ ଯୋଗଦାନ

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବରେ ସରକାରୀ କଲେଜ ଖୋଲିବା ସହ ପ୍ରବେଶ ଉତ୍ସବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରୋଦ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରବେଶ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡଇଁଚା ଭଳି ଏକ ଗ୍ରାମରେ ସରକାର ପ୍ରଥମ ଥର ପାଇଁ କଲେଜ ଖୋଲିବା ଏ ଅଂଚଳ ପାଇଁ ଖୁସିର ଖବର। ଗରୀବ ଶ୍ରେଣୀର ଛାତ୍ରଛାତ୍ରୀ ଏହି ସରକାରୀ କଲେଜରେ ପାଠ ପଢିବାର ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଘୋଷରାମାଳ ସମିତି ସଭ୍ୟ ତଥା ନାକଟିଦେଉଳ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ , ଶିମିଳିପାଳ ସମିତି ସଭ୍ୟ ଜିତେନ୍ଦ୍ର କୁମାର ପ୍ରଧାନ ,ଡଇଁଚା ସରପଂଚ ସୌଦାମିନୀ ପ୍ରଧାନ , ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ ,ଶିମିଳିପାଳ ସରପଂଚ ଶଶ୍ମିତା ପ୍ରଧାନ , ଘୋଷରାମାଳ ସରପଂଚ ପ୍ରେମଶିଳା ସ୍ୱାଇଁ , ଗୋଗୁଆ ସରପଂଚ ଧନେଶ୍ୱର ସାହୁ , ଗୋଗୁଆ ସମିତିସଭ୍ୟ ଅମୂଲ୍ୟ ପ୍ରଧାନ, ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ସହ ବେଦମନ୍ତ୍ର ପାଠ କରାଯାଇଥିଲା।

ନୂତନ ଭାବରେ ଯୋଗଦେଇଥିବା ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ହଳଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାତିରେ ଶୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା: କାରଣ ଅସ୍ପଷ୍ଟ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଶୋଇଥିବା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ କରୁଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପାଣ୍ଡୁରିଶିଲା ଗ୍ରାମର ଆବ୍ରାହମ କୁଜୁର (୩୫) ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର (୨୫) ରାତିରେ ଖିଆପିଆ ସାରି ଶୋଇ ଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଶୋଇ ପଡ଼ିଥିଲେ। ଆବ୍ରାହମ ଘରର ବାହାର ବାରଣ୍ଡାରେ ଶୋଇ ଥିବା ବେଳେ ଝିଅ ଓ ପତ୍ନୀ ଭିତର ବାରଣ୍ଡାରେ ଶୋଇ ଥିଲେ। କିନ୍ତୁ ବଡ ଭାଇ ଓ ଭାଉଜ ଓ ବୁଢ଼ୀ ମା’ ଘରର ଅନ୍ୟ କୋଠରୀରେ ଶୋଇଥିଲେ।

ତଦନ୍ତରୁ ଯାହା ଜଣାପଡୁଛି ହତ୍ୟାକାରି ପ୍ରଥମେ ଆବ୍ରାହାମଙ୍କୁ କୌଣସି ମାରଣାସ୍ତ୍ରରେ ମୁଣ୍ଡ ଓ ବେକରେ ଆକ୍ରମଣ କରି ହତ୍ୟା କରିଥିଲା। ଏହା ପରେ ପତ୍ନୀ ଜାଣିପାରିବାରୁ ଜୀବନକୁ ବଞ୍ଚାଇବା ପାଇଁ ଖସିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅନୁମାନ କରାଯାଉଛି।

ମୃତକ କୁଆଁରୀର ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି।

ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି।