Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିବଣପୁର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ବିକଳାଙ୍ଗଙ୍କ ପତ୍ନୀ
ଆଜିର ଖବର

ତ୍ରିବଣପୁର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ବିକଳାଙ୍ଗଙ୍କ ପତ୍ନୀ

July 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତ୍ରିବଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ମୁଖ୍ୟଫାଟକରେ ତାଲା ପକାଇଲେ ଜୈନିକ ବିକଳାଙ୍ଗଙ୍କ ପତ୍ନୀ।

ଖବରରୁ ପ୍ରକାଶ ଯେ, ଗ୍ରାମର ସୌଦାମିନୀ ବେହେରା ସ୍କୁଲରେ ଅସ୍ଥାୟୀ ରୂପରେ ମଧ୍ୟାହ୍ନ ଭୋଜନ ପାଚିକା ରୂପେ ତିନିମାସ ପୂର୍ବରୁ ରହି ଆଜିଯାଏ କାର୍ଯ୍ୟ ତୁଲାଇ ଆସୁଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁନଃ ନିଯୁକ୍ତି ଦେଇ ତାଙ୍କୁ ହଟାଇ ନୁତନ ଦୁଇଜଣଙ୍କ ସମେତ ଜଣେ ଆଗରୁ ଥିବା ପୁରୁଣା ପାଚିକାଙ୍କୁ ନିଯୁକ୍ତି ଦେଇଛନ୍ତି। ସୌଦାମିନୀଙ୍କ ଦୁଇଟି ଝିଅ ଓ ସ୍ୱାମୀ ୯୦ ଶତକଡା ବିକଳାଙ୍ଗ ଥିବାବେଳେ ସବୁ ପରିବାର ନିର୍ଭରଶୀଳ ସୌଦାମିନୀଙ୍କ ଉପରେ।

ଏହାକୁ ନେଇ ସ୍କୁଲ ଫାଟକରେ ତାଲା ପକାଇ ସୌଦାମିନି ପ୍ରତିବାଦ କରିଥିଲେ। ଯା’ଫଳରେ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଫାଟକ ବାହାରେ ଛିଡା ହୋଇ ରହିଥିଲେ। ଖବର ପାଇ ଘଟଣା ସ୍ଥଳକୁ ରେଢ଼ାଖୋଲ ବିଇଓ ପହଁଞ୍ଚି ଲୋକଙ୍କୁ ବୁଝାଇଥିଲେ। ଉତ୍ତେଜନା ଅଧିକ ଜଟିଳ ହେବାରୁ ରେଢ଼ାଖୋଲ ପୋଲିସ ପହଞ୍ଚିଥିଲେ।

ବିଇଓ ସୌଦାମିନୀଙ୍କୁ ବୁଝାଇବାପରେ ଅସ୍ଥାୟୀ ଭାବରେ ପାଚିକା ଭାବରେ ରହିବାକୁ ପ୍ରତିଶୃତି ଦେବା ପରେ ଫାଟକର ତାଲା ଖୋଲା ଯାଇଥିଲା। ଏଥିରେ ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ।

ରେଢ଼ାଖୋଲ ବ୍ଲକ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.