Categories
ଆଜିର ଖବର ଜାତୀୟ ଖବର

ଫେବୃଆରୀ ୧୭ ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ।

ଏନଟିଏଲଏଫ ବିଷୟରେ

ଏନଟିଏଲଏଫର ୨୯ ତମ ଅଧିବେଶନ ୧୭ ରୁ ୧୯ ଫେବୃଆରୀ ୨୦୨୧ ମଧ୍ୟରେ ଆୟୋଜିତ ହେଉଛି। ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ [ଏନଏଏସଏସସିଓଏମ(ନାସକମ)] ଗୁଡିକର ଫ୍ଲାଗସିପ କାର୍ଯ୍ୟକ୍ରମ। ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା’। ଏହି କାର୍ଯ୍ୟକ୍ରମରେ ୩୦ ରୁ ଅଧିକ ଦେଶରୁ ୧୬୦୦ ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ତିନି ଦିନିଆ ଆଲୋଚନା ସମୟରେ ୩୦ ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ।