Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୁଟିନଙ୍କ ଘନିଷ୍ଠ ସର୍ଗେଈ ଶୋଏଗୁଙ୍କୁ ହୃଦଘାତରେ ମୃତ୍ୟୁ!: ସନ୍ଦେହରେ ୨୦ ଜେନେରାଲ ଗିରଫ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ ଖବର ଆସୁଛି। ରିପୋର୍ଟ ଅନୁଯାୟୀ, ଋଷର ପ୍ରତିରକ୍ଷା ମନ୍ତ୍ରୀ ତଥା ପୁଟିନଙ୍କ ଘନିଷ୍ଠ ବନ୍ଧୁ ସର୍ଗେଈ ଶୋଏଗୁ (୬୬ ବର୍ଷ) ଗୁରୁତର ହୃଦଘାତର ଶିକାର ହୋଇଛନ୍ତି ଏବଂ ଏହା ପ୍ରାକୃତିକ କାରଣରୁ ନୁହେଁ ବୋଲି ସନ୍ଦେହ କରାଯାଉଛି। ଏଭଳି ପରିସ୍ଥିତିରେ ୨୦ ଜଣ ଜେନେରାଲଙ୍କୁ ସନ୍ଦେହ ଆଧାରରେ ଗିରଫ କରାଯାଇଛି। କୁହାଯାଉଛି ଯେ, କିଛି ଭୁଲ ପଦ୍ଧତି ହେତୁ ଶୋଏଗୁଙ୍କର ଏହି ହୃଦଘାତ ହୋଇଥିଲା। ଋଷ-ଇସ୍ରାଏଲ୍ ବ୍ୟବସାୟୀ ଲିଓନିଡ୍ ନେଭଜଲିନ୍ ଏହି ଦାବି କରିଛନ୍ତି।

୨୦୧୨ ମସିହାରୁ ଶୋଏଗୁ ପୁଟିନଙ୍କର ଘନିଷ୍ଠ ସହଯୋଗୀ ଅଟନ୍ତି। ସେ ଆକ୍ରମଣର ପ୍ରାରମ୍ଭରେ ଏକ ମୁଖ୍ୟ ସ୍ଥାନ ହୋଇଥିଲେ ମଧ୍ୟ ସପ୍ତାହେ ଧରି ନିଖୋଜ ଥିଲେ। ବ୍ୟବସାୟୀ ଲିଓନିଡ ନେଭଜଲିନଙ୍କ ଏହି ଦାବିକୁ ନେଇ ଉତ୍ତେଜନା ଦେଖାଯାଇଛି। ଯଦି ତାଙ୍କର ଦାବି ସତ୍ୟ ହୋଇଯାଏ, ତେବେ ଏହା ବିଚ୍ଛିନ୍ନ ଋଷର ରାଷ୍ଟ୍ରପତି ଏବଂ ତାଙ୍କର ଘନିଷ୍ଠ ପରାମର୍ଶଦାତା ଏବଂ ସାମରିକ ନେତାଙ୍କ ମଧ୍ୟରେ ଏକ ବଡ଼ ମତଭେଦ ନିଶ୍ଚିତ କରିବ।  ନେଭଜଲିନ୍ ଏକଦା ଋଷର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। କିନ୍ତୁ ୨୦୦୩ ରେ ପୁଟିନ ଏବଂ କ୍ରେମଲିନ୍ ତାଙ୍କ ତୈଳ କମ୍ପାନୀକୁ ଜବତ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ସେ ଦେଶ ଛାଡି ଚାଲିଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଏହି ଦାବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ନେଭଜଲିନ୍ କହିଛନ୍ତି ଯେ, ଏକ ଦଶନ୍ଧି ଧରି ଶୋଏଗୁ ପୁଟିନଙ୍କ ଡାହାଣ ହାତ ଏବଂ ଋଷ ସେନାର ନେତା ହୋଇଆସୁଛନ୍ତି। ସେ ୟୁକ୍ରେନରେ ଯୁଦ୍ଧର ପ୍ରଥମ ସପ୍ତାହରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ନିୟମିତ କ୍ରେମଲିନ୍ ବୈଠକରୁ ସେ ଅଦୃଶ୍ୟ ହୋଇଯାଇଥିଲେ।

କୁହାଯାଉଛି ଯେ ,ମାର୍ଚ୍ଚ ଶେଷରେ ଆକ୍ରମଣର ଧୀର ଅଗ୍ରଗତି ହେତୁ ପୁଟିନ ଏବଂ ଶୋଏଗୁଙ୍କ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପ୍ରାକୃତିକ କାରଣରୁ ହୋଇ ନ ପାରେ ବୋଲି ଶୋଏଗୁଙ୍କ ହୃଦଘାତ ଉପରେ ନେଭାଜଲିନ୍ ସନ୍ଦେହ ସୃଷ୍ଟି କରିଛନ୍ତି। ସେ ଏହାକୁ ହତ୍ୟାର ବିଷୟ ବୋଲି କହିଛନ୍ତି। ଗତକାଲି ପୁଟିନ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହ ଆର୍କଟିକର ବିକାଶ ବିଷୟରେ ଏକ ଭିଡିଓ କନଫରେନ୍ସରେ ଶୋଏଗୁଙ୍କୁ ଗତଥର ଦେଖିବାକୁ ମିଳିଥିଲା, କିନ୍ତୁ ସେ ଏ ବିଷୟରେ କଥାବାର୍ତ୍ତା କରିନଥିଲେ। ଏଭଳି ପରିସ୍ଥିତିରେ ଏହା ମଧ୍ୟ ଆଲୋଚନା ହୋଇଛି ଯେ, ଏହି ଭିଡିଓ ପୂର୍ବରୁ ରେକର୍ଡ ହୋଇସାରିଛି ଏବଂ ଏହି ଫୁଟେଜ ଲୋକମାନଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ବ୍ୟବହୃତ ହେଉଛି।