Categories
ଆଜିର ଖବର ଜାତୀୟ ଖବର

ଏନଡ଼ିଏ ମେଣ୍ଟରୁ ଓହରିଲା ବିଜେପିର ଆଉ ଏକ ସହଯୋଗୀ ଦଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟରୁ ଗୋଆ ଫରୱାର୍ଡ ପାର୍ଟି ଅଲଗା ହୋଇଯାଇଛି। ବିଜେପି ସରକାର “ଗୋଆ ବିରୋଧୀ ନୀତି” ଆପଣାଉଥିବା ଅଭିଯୋଗ କରି ଜିଏଫପି ଦଳ ମେଣ୍ଟରୁ ବାହାରିଯାଇଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଜିଏଫପି ଦଳର ତିନି ଜଣ ବିଧାୟକ ରହିଛନ୍ତି। ତେବେ ଏଥିରେ ପ୍ରମୋଦ ସାବତ ସରକାରକୁ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ବିଜୟ ସରଦେଶାଇଙ୍କ ଦଳ ଗୋଆ ସରକାରରେ ଅଂଶୀଦାର ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ମସିହାରେ ଜିଏଫପି ଦଳ ମନୋହର ପାରିକରଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ ପାଇଁ ସମର୍ଥନ ଦେଇଥିଲା। କିନ୍ତୁ ୨୦୧୯ ମସିହାରେ ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ଵରେ ନୂଆ ସରକାର ଗଠନ ହୋଇଥିଲା। ନୂଆ ସରକାରରେ ଜିଏଫପି ଦଳର ତିନି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା। ଫଳରେ ଦୁଇ ଦଳ ମଧ୍ୟରେ ସେବେଠାରୁ ସମ୍ପର୍କ ଖରାପ ଚାଲିଥିଲା।