Categories
ଆଜିର ଖବର ଧର୍ମ

ଜାଣିଛନ୍ତି କି, ଆଜି ହେଉଛ ବକୁଳ ଅମବାସ୍ୟା, ଶ୍ରୀମନ୍ଦିରରେ ହେବ ଗଇଁଠା ଭୋଗ

ଭୁବନେଶ୍ବର: ଆଜି ହେଉଛି ବକୁଳ ଅମବାସ୍ୟା। ପୌଷମାସର ଅମବାସ୍ୟା ତିଥିକୁ ବକୁଳ ଅମବାସ୍ୟା ଭାବେ ପାଳିତ ହୋଇଥାଏ। ମୁଖ୍ୟତଃ ଏହି ସମୟରେ ଆମ୍ବଗଛରେ ବଉଳ ଧରେ। ସେଥିପାଇଁ ଆମ୍ବ ବଗିଚାରେ ଏହି ପୂଜା ବିଧି ରହିଛି। ଏଥିରେ ପହଁରା କାଠିରେ ଗଇଁଠା ଲଗାଇ ପୂଜା କରାଯାଇଥାଏ।

ଗଇଁଠା ହେଉଛି ଚାଉଳ ଚୂନାରେ ପ୍ରସ୍ତୁତି ଏକ ପ୍ରକାରର ଗୋଟାଳି ପରି ଖାଦ୍ୟ ପଦାର୍ଥ। ଯାହା ରସଗୋଲା ପରି ଗୋଲଗୋଲ ଦେଖାଯାଇଥାଏ। ଏହାକୁ ପକାଇ ଗଇଁଠା ଖିରୀ ମଧ୍ୟ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥାଏ। ତେବେ ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ବିଶେଷ ନୀତି ପାଳିତ ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ନିକଟରେ ଗଇଁଠା ପ୍ରସ୍ତୁତ ହୋଇ ପୂଜା କରାଯାଇଥାଏ।

ଏହି ପୂଜା ପରେ ଶ୍ରୀନାରାୟଣଙ୍କ ନିକଟକୁ ଆଜ୍ଞାମାଳ ଅସେ। ଏହି ଆଜ୍ଞାମାଳ ପାଇ ଶ୍ରୀନାରାୟଣ ପାଲିଙ୍କିରେ ବିଜେକରି ସାଗର ବିଜେ କରନ୍ତି।  ସେ ସିଂହ ଦ୍ୱାର ଦେଇ ସମୁଦ୍ରକୂଳ ସ୍ୱର୍ଗଦ୍ୱାରକୁ ବିଜେ କଲା ପରେ ସେଠାରେ ଠାକୁରଙ୍କୁ ଜଳଲାଗି କରାଯାଏ। ଏହି ପରମ୍ପରାକୁ ‘ସାଗରବିଜେ’ ନୀତି କୁହାଯାଇଥାଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବକୁଳ ଅମାବାସ୍ୟାରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଶ୍ରୀନାରାୟଣ କରନ୍ତି ସାଗର ବିଜେ, ଜାଣନ୍ତୁ କଣ ହୁଏ

ପୁରୀ, ପୌଷମାସ ଅମାବାସ୍ୟାକୁ ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହିଦିନ ସାଧାରଣତଃ ଆମ୍ବ ଗଛରେ ବଉଳ ହୋଇଥାଏ। ତେଣୁ ଏହାକୁ ବଉଳ ବା ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହି ଅମାବାସ୍ୟାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ବତନ୍ତ୍ର ପୂଜା ନୀତି। ଠାକୁରଙ୍କ ସକାଳ ଧୂପ ଉଠିବା ସମୟରେ ଏହିଦିନ ସ୍ବତନ୍ତ୍ର ଭାବେ ବଉଳ ଗଁଇଠା ପୂଜା ହୋଇଥାଏ। ସକାଳ ଧୂପ ସହିତ ରୋଷଘରୁ ଏହି ବଉଳ ଗଁଇଠା ତାଟ ଛାମୁକୁ ଆସିଥାଏ। ପୂଜାପଣ୍ଡା ଷୋଢଷ ଉପାଚାରରେ ଏହି ଭୋଗ ଲାଗି କରନ୍ତି।

ଏହି ଦିନ ଶ୍ରୀନାରାୟଣ ସାଗର ବିଜେ କରିବାର ପରଂପରା ମଧ୍ୟ ରହିଛି। ମହାପ୍ରସାଦ କଢାଯାଇ ପାଣି ପଡିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀନାରାୟଣଙ୍କୁ ସିଂହାସନକୁ ବିଜେ କରାଯାଏ। ପୂଜା ପଣ୍ଡା ଶ୍ରୀଜୀଉଙ୍କର ଆଜ୍ଞାମାଳ ଆଣି ନାରାୟଣଙ୍କୁ ଦିଅନ୍ତି। ଏହାପରେ ଶ୍ରୀମନ୍ଦିରର ନାରାୟଣ ପାଲିଙ୍କିରେ ବସି ସାଗର ବିଜେ କରିଥାନ୍ତି। ସିଂହଦ୍ବାରରୁ ବାହାରି ଶ୍ରୀନାରାୟଣ ସମୁଦ୍ରକୂଳରେ ସ୍ବର୍ଗଦ୍ବାରକୁ ବିଜେ କରନ୍ତି। ସେଠାରେ ଠାକୁରଙ୍କୁ ଜଳଲାଗି କରାଯାଇଥାଏ।