Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ହେବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ବିଶିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଜଣେ ପ୍ରତିଷ୍ଠିତ ତଥା ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଭାବେ ସାତକୋଡି ହୋତାଙ୍କ ସୁନାମ ରହିଥିଲା।

ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା ମାଧ୍ଯମରେ ଓଡିଆ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି। ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ୟ ତାଙ୍କର ସୁନାମ ରହିଥିଲା। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାହିତ୍ୟିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ସାତକୋଡି ହୋତାଙ୍କର ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗରେ ସାରା ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ ସାତକୋଡିଙ୍କ କୃତିତ୍ବ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, “ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ସ୍ୱନାମଧନ୍ୟ ସୁସାହିତ୍ୟିକ, ପ୍ରଶାସକ ଓ ସମ୍ପାଦକ ଭାବେ ସଫଳତା ହିଁ ତାଙ୍କ ପ୍ରତିଭାର ଅନନ୍ୟ ପରିଚୟ। ଓଡ଼ିଆ ସାରସ୍ଵତ ଜଗତକୁ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଓଡିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ ସାତକୋଡି ହୋତାଙ୍କ ପରଲୋକ

ଭୁବନେଶ୍ବର: ଓଡିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ ସାତୋକଡି ହୋତାଙ୍କ ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା।

ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହେଉଛନ୍ତି ସାତକୋଡି ହୋତା। ସେ ଏକାଧାରରେ ସାହିତ୍ୟିକ, ସାହିତ୍ୟ ସଂଗଠକ ଏବଂ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ଦୈନିକ ସମୟ ଖବର କାଗଜର ସଂପାଦକ ମଧ୍ୟ ଥିଲେ। ସେ ଅଦ୍ୟାବଧି ୨୭ଟି ଗଳ୍ପ ଏବଂ ୨୧ଟି ଉପନ୍ୟାସ ରଚନା କରିଛନ୍ତି।

ସେ ଭୁବନେଶ୍ବର ପୁସ୍ତକ ମେଳାର ମୁଖ୍ୟ ପୁରଧା ଥିଲେ। ଏଥି ସହିତ ସେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଅଶାନ୍ତ ଅରଣ୍ୟ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ମୁକ୍ତିମନ୍ତ୍ର ଏବଂ ଜନନୀ ଜନଭୂମି ପାଇଁ ସାରଳା ପୁରସ୍କାର ହାସଲ କରିଛନ୍ତି।