Categories
ଆଜିର ଖବର ରାଜ୍ୟ ଖବର

ସାବିତ୍ରୀ ବ୍ରତ ପୂଜା ସମୟରେ ଶାଢ଼ୀରେ ଲାଗିଲା ନିଆଁ, ମହିଳା ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ସାବିତ୍ରୀ ବ୍ରତରେ ମନ୍ଦିରରେ ପୂଜା କରୁଥିବା ସମୟରେ ଅଘଟଣ ଘଟିଛି। କଦଳୀଗଡ଼ ଗ୍ରାମରେ ଜନୈକା ମହିଳାଙ୍କର ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା କଦଳୀଗଡ଼ ଗ୍ରାମର ସସ୍ମିତା ଗଡତ୍ୟା (୪୦ବର୍ଷ) ଗାଁ ଜଗନ୍ନାଥ ମନ୍ଦିରରେ ସାବିତ୍ରୀ ବ୍ରତର ପୂଜା କରୁଥିଲେ। ସେହି ସମୟରେ ଅସାବଧାନତା ଯୋଗୁଁ ନିଜ ଶାଢ଼ୀରେ ଜଳୁଥିବା ଦୀପରୁ ନିଆଁ ଲାଗିଯାଇଥିଲା। ଫଳରେ ତାଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଯାଇଥିଲା। ସସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ମହିଳା ଜଣଙ୍କ ବର୍ତ୍ତମାନ ସୁସ୍ଥଥିବା ପରିବାରସୂତ୍ରରୁ ଜଣାପଡ଼ିଛି।