Categories
ଆଜିର ଖବର ଧର୍ମ ବ୍ୟବସାୟ ରାଜ୍ୟ ଖବର

ସାବିତ୍ରୀଙ୍କୁ ସନ୍ତୁଷ୍ଠ କରିବା ପାଇଁ କରୋନା ନିୟମ ଭାଙ୍ଗିଲେ ସତ୍ୟବାନମାନେ

ଭୁବନେଶ୍ବର, ଆାସନ୍ତାକାଲି ଗୁରୁବାରରେ ସାବିତ୍ରୀ ବ୍ରତ। ପ୍ରତିଟି ସଧବାମାନେ ଏହି ସାବିତ୍ର ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର ଫଳମୂଳ। ହେଲେ ଲକଡାଉନ ଯୋଗୁଁ ଓଡିଶାରେ ମାତ୍ର ଦିନ 11ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବେଶ ଭିଡ ପରିଲକ୍ଷିତ ହୋଇଛି। ସାବିତ୍ରୀମାନେ ଅସନ୍ତୁଷ୍ଠ ନ ହେବା ପାଇଁ ସତ୍ୟବାନମାନେ କରୋନା ନିୟମ ଭାଙ୍ଗି ବିଭିନ୍ନ ପୂଜା ସାମଗ୍ରୀ କିଣୁଥିବାର ପରିଲକ୍ଷିତ ହୋଇଛି। ଭିଡ ଏପରି ହୋଇଛି ଯେ ସେଠାରେ ଶାରୀରିକ ଦୂରତା, ସାଇନିଟାଇଜେନ ଏବଂ ମାସ୍କ ପିନ୍ଧା ନିୟମ କୁଆଡେ ଉଡିଯାଇଛି। କେତେକ ସ୍ଥାନରେ ପୋଲିସ ଚଢାଉ କରି ଜବତ କରିବା ପାଇଁ ଚେଷ୍ଠା କରିଥିବାର ଦେଖାଯାଇଥିଲା।

Categories
ଆଞ୍ଚଳିକ

କରୋନା ଦ୍ବାରା ଗଭୀର ଭାବରେ ପ୍ରଭାବିତ ସାବିତ୍ରୀ ବଜାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ସବୁଠାରୁ ସଙ୍କଟମୟ ସ୍ଥିତିରେ ସାରା ବିଶ୍ୱ ଗତି କରୁଥିବା ବେଳେ ଭାରତର କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଛି । ଓଡ଼ିଶାରେ ମଧ୍ୟ ବିଗତ କିଛି ଦିନ ଭିତରେ ରେକର୍ଡ଼ ପରିମାଣର ରୋଗୀ ବୃଦ୍ଧି ପାଇଛି ଯାହାକି ଚିନ୍ତାର କାରଣ ରହିଛି । କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ସାବିତ୍ରୀ ବଜାର ମଧ୍ୟ ମାନ୍ଦା ରହିଛି । ଶାଢୀ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ବେଳେ ଫଳ ବ୍ୟବସାୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି ।  ବ୍ରହ୍ମପୁର ସହରର ବିଭିନ୍ନ ଶାଢୀ ଦୋକାନରେ ଗ୍ରାହକ ନଥିବା ବେଳେ ବାଟଘାଟରେ ନଡ଼ିଆ, ତାଳ, ପଣସ, ଅଙ୍ଗୁର, କଦଳୀ, ଆମ୍ବ, ଖଜୁରୀ କୋଳି ବିକ୍ରେତା ମଧ୍ୟ ଖାଲି ବସିଥିବା ଦେଖିବାକୁ ମିଳୁଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଘରେ ସାବିତ୍ରୀ ବ୍ରତ କରିବାକୁ ପରାମର୍ଶ, ଭିଡ ଏଡାଇବା ପାଇଁ କେତେକ ମନ୍ଦିରରେ ଲାଗୁ ହେଲା144 ଧାରା

ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ ଘରେ ଏହି ବ୍ରତ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। କାରଣ ଲକଡାଉନ କଟକଣାର ନିୟମ ଅନୁସାରେ ବର୍ତ୍ତମାନ କୌଣସି ଧର୍ମ ଅନୁଷ୍ଠାନରେ ଭକ୍ତମାନେ ଏକାଠି ହୋଇପାରିବ ନାହିଁ। ସେଥିପାଇଁ ମନ୍ଦିରରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି।

ଏ ନେଇ ଦେବଗଡ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିଛି। ମହିଳାମାନେ କୌଣସି ମନ୍ଦିରରେ ଭିଡ ନ କରି ଘରେ ପୂଜା କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରରେ 144 ଧାର ଲାଗୁ କରାଯାଇଛି। ଭିଡ ଆଶଙ୍କା କରି ସ୍ଥାନୀୟ ଉପଜିଲ୍ଲାପାଳ ଏହି କଟକଣା କରିଛନ୍ତି। ଫଳରେ ସେଠାରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ବିରଜା ମନ୍ଦିରରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି।

ସାଧାରଣତଃ ଏହି ସାବିତ୍ର ବ୍ରତ କରିବା ପାଇଁ ଦେବୀ ପିଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ସେଠାରେ ପୂଜା କରିବା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ବର୍ତ୍ତମାନ ସାମାଜିକ ଦୂରତା ପାଇଁ ବିଭିନ୍ନ ମନ୍ଦିର ତରଫରୁ ଏପରି କଟକଣା ନିଆଯାଇ ମନ୍ଦିରର ନିତିଦିନିଆ ପୂଜାପାଠ ବ୍ୟତିତ ଅନ୍ୟ କାହାକୁ ବାରଣ କରାଯାଇଛି।