Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଆଜି ପାତ୍ରପଡାସ୍ଥିତ ଏକ ପୋଖରୀରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଗତକାଲି ସେ ତାଙ୍କର ଚନ୍ଦ୍ରଶେଖରପୁର ବାସଭବନରୁ କୁଆଡେ ନିଖୋଜ ଥିଲେ। ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।

ନବୀନ ଦାସ ହେଉଛନ୍ତି ନିର୍ଭୟ ଖବରକାଗଜର ମୁଖ୍ୟ ସଂପାଦକ। ଏଥିସହିତ ସେ ୟୁଟୁୟୁବରେ ତାଙ୍କର ନିର୍ଭୟ ଗୁମର କଥା ବେଶ ଲୋକପ୍ରିୟ ହୋଇପାରିଛି। ମନୀଷ ପାଠପଢା ପରେ ସେ ବାପାଙ୍କ ଖବରକାଗଜରେ ସହାୟତା ପ୍ରଦାନ କରୁଥିଲେ। ଏ ନେଇ ପୋଲିସ ଅଧିକ ପଚରାଉଚୁରା ଜାରୀ ରଖିଛି।