Categories
ଆଜିର ଖବର ଜାତୀୟ ଖବର

ଏସପି ନେତା ଆଜମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟ: ସାର୍ ଗଙ୍ଗାରାମ ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଏବଂ ସେ ଡାକ୍ତରଙ୍କ ତଦାରଖରେ ଅଛନ୍ତି।

ସୂଚନାନୁସାରେ, ଆଜମ ଖାନଙ୍କୁ ରାତି ୩ ଟାରେ ସାର୍ ଗଙ୍ଗା ରାମ ଡାକ୍ତରଖାନାର ଅସ୍ତ୍ରୋପଚାର ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାର ସଦସ୍ୟ ମଧ୍ୟ ଆଜମଙ୍କ ସହ ଉପସ୍ଥିତ ଅଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ, ଗତ ସନ୍ଧ୍ୟାରେ ରୋଜା ଇଫତାର ପରେ ଆଜାମ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।