Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ବିଦ୍ୟାଳୟ ଫାଟକରେ ଧାରଣାରେ ବସିଲେ ଗ୍ରାମବାସୀ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କୁଞ୍ଜାମୁରା ରାଜସ୍ବ ଗ୍ରାମରେ ଥିବା ସାଲେଢ଼ିପ ଉଚ୍ଚ ବିଦ୍ୟାଳୟର ନିଯୁକ୍ତିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି। ରାତ୍ର ଜଗୁଆଳୀ ଓ ଝାଡ଼ୁଦାର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବାକୁ ନେଇ ଆଜି ବିଦ୍ୟାଳୟ ଫାଟକରେ କୁଞାମୁରା ଗ୍ରାମବାସୀ ଧାରଣାରେ ବସିଛନ୍ତି। ଏବଂ ଏହି ନିଯୁକ୍ତିକୁ ବାତିଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରଙ୍କ ନିୟମଅନୁଯାୟୀ ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ହୋଇ ଏହି ପଦବୀ ପାଇଁ ୨ ଜଣଙ୍କୁ ନିଯିକ୍ତି ଦିଆଯିବାକୁ ନିୟମ ରହିଛି। ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏ ସଂପର୍କରେ ଜାଣିବାର ଆବଶ୍ୟକତା ରହିଛି। ହେଲେ ବାଟଗଁ ଗୋବିନ୍ଦପୁର ଗ୍ରାମର ଓମ୍ ଶାନ୍ତି ମହିଳା ଗ୍ରୁପ୍ ତରଫରୁ କୃଷ୍ଣ ଚନ୍ଦ୍ର ଧଳଙ୍କୁ ରାତ୍ରଜଗୁଆଳୀ ଓ ଆଉ ଜଣଙ୍କୁ ଝାଡ଼ୁଦାର ଭାବରେ ନିଯୁକ୍ତି ଦେଇଛନ୍ତି ପ୍ରଧାନ ଶିକ୍ଷକ।

ଗ୍ରାମବାସୀଙ୍କ ଅଭିଯୋଗ ଯେ, କୁଞ୍ଜାମୁରା ଗ୍ରାମରେ ୨୫ ଟି ମିଳା ଗୋଷ୍ଠି ରହିଥିଲେ ମଧ୍ୟ ଅନ୍ୟ ଗାଁରୁ ନିଯୁକ୍ତି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଗ୍ରାମବାସୀ ଓ ମହିଳା ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟ ଫାଟକରେ ଧାରଣାରେ ବସିଥିଲେ। ଗତ ଫେବ୍ରୁଆରୀ ୭ ତାରିଖରେ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିଙ୍କୁ ଲିଖିତାକାରରେ ଜଣାଇଥିଲେ।