Categories
ଆଜିର ଖବର ରାଜ୍ୟ ଖବର

କୁନ୍ଦେଇଜୋରୀ ଗ୍ରାମ ନିକଟରୁ ମୃତ ହାତୀ ଉଦ୍ଧାର

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନଖଣ୍ଡ ସାଲେଭଟା ପଂଚାୟତ କୁନ୍ଦେଇଜୋରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମୃତ ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ରବିବାର ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା। ତେବେ ଘଟଣା ସମ୍ପର୍କରେ ନାକଟିଦେଉଳ ଏସିଏଫ୍ ଅଶ୍ବିନୀ ବେହେରାଙ୍କୁ ପଚାରିବାରୁ ହାତୀର ଆନୁମାନିକ ବୟସ ୧୪ବର୍ଷ ହେବ ଏବଂ ହାତୀର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ମୃତ୍ୟୁର କାରଣ ଜଣା ପଡ଼ିନାହିଁ।

ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ।  ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାଲେଭଟା ସେବା ସମବାୟ ସମିତିର ଦୁର୍ନୀତି ବିରୁଦ୍ଧରେ ଚାଷୀଙ୍କ ବିରାଟ ସମାଗମ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ସାଲେଭଟା ପଂଚାୟତରେ ହୋଇଥିବା ଦୁର୍ନିତି ଓ ସଂପାଦକ ନିଯୁକ୍ତି ବିଜ୍ଞାପନକୁ ରଦ୍ଦ କରିବା ପ୍ରତିବାଦରେ ସାଲେଭଟା ପଂଚାୟତର ୧୯ ଖଣ୍ଡ ଗ୍ରାମର ଶତାଧିକ ଚାଷୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା।

ଅଟଳ କୃଷକ ସଂଗଠନର ଚାଷୀ ମୁରଲୀଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାଷୀ ସମାବେଶରେ ଚାଷୀମାନେ ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନିତୀ, ସଂପାଦକ ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବାତିଲ, ୨୦୦୫ ରୁ ୨୦୧୮ ମଧ୍ୟରେ ଚାଷୀମାନେ ନେଇଥିବା ରବି ଓ ଖରିଫ ଫସଲର ଲୋନ୍ ର ହିସାବ, କ୍ୟାଡର ସଂପାଦକ ନିଯୁକ୍ତି, ଚାଷୀମାନେ ଲୋନ୍ ନନେଇ ଲୋନ୍ ହୋଇଥିବା ସଂପର୍କରେ ତଦନ୍ତ, ମୃତ୍ୟୂବରଣ ହୋଇଥିବା ଚାଷୀ ନାମରେ ଲୋନ୍ ପ୍ରଦାନର ତଦନ୍ତ କରିବା, ଅଳ୍ପ ଲୋନ୍ ନେଇ ଅଧିକ ଲୋନ୍ ପକାଇବାର ତଦନ୍ତ କରିବା, ଚାଷୀମାନଙ୍କୁ ଇନ୍‌ସୁରାନ୍‌ସ ପ୍ରଦାନ, ଚାଷୀ ବ୍ୟାଙ୍କ କୁ ନ ଯାଇ ତା ନାମରେ ଟଙ୍କା କିପରି ଉଠାଣ ହେଲା ତାର ତଦନ୍ତ କରିବା, ଅଧିକ ଏକର ପକାଇ ଲୋନ୍ ମଜୁର କରିବାର ତଦନ୍ତ କରିବାକୁ ଚାଷୀମାନେ ଦାବୀ କରିଥିଲେ। ସରକାର ଏହାର ଏକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଶତାଧିକ ଚାଷୀ ଦାବୀ କରିବା ସହ ଏହାର ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବାକୁ ଏହି ସମାବେଶରେ ଚାଷୀମାନେ ମତାମତ ଦେଇଥିଲେ।

ଏହି ସମାବେଶରେ ଚାଷୀ ସୁରେଶ କୁମାର କିସାନ୍, ପାଣ୍ଡବ ପ୍ରଧାନ, ଧନଞୟ ନନ୍ଦ, ପ୍ରଫୁଲ୍ଲ ଶତପଥି, ଉଷା ସାହୁ, ଉଗ୍ରେସନ ପ୍ରଧାନ ପ୍ରମୁଖ ଚାଷୀ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସରକାର ଚାଷୀ ମାନଙ୍କର ଦାବୀକୁ ନ ଶୁଣିଲେ ଆଗାମୀ ଦିନରେ ସାଲେଭଟା ପଂଚାୟତର ୧୯ ଖଣ୍ଡ ଗ୍ରାମର ଚାଷୀମାନେ ଆନ୍ଦୋଳନକୁ ତିବ୍ରତର କରିବେ ବୋଲି ଚାଷୀମାନେ ପ୍ରକାଶ କରିଥିଲେ।