ସାଲେଭଟା ସେବା ସମବାୟ ସମିତିର ଦୁର୍ନୀତି ବିରୁଦ୍ଧରେ ଚାଷୀଙ୍କ ବିରାଟ ସମାଗମ

Published: Feb 21, 2021, 7:37 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ସାଲେଭଟା ପଂଚାୟତରେ ହୋଇଥିବା ଦୁର୍ନିତି ଓ ସଂପାଦକ ନିଯୁକ୍ତି ବିଜ୍ଞାପନକୁ ରଦ୍ଦ କରିବା ପ୍ରତିବାଦରେ ସାଲେଭଟା ପଂଚାୟତର ୧୯ ଖଣ୍ଡ ଗ୍ରାମର ଶତାଧିକ ଚାଷୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା।

ଅଟଳ କୃଷକ ସଂଗଠନର ଚାଷୀ ମୁରଲୀଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାଷୀ ସମାବେଶରେ ଚାଷୀମାନେ ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନିତୀ, ସଂପାଦକ ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବାତିଲ, ୨୦୦୫ ରୁ ୨୦୧୮ ମଧ୍ୟରେ ଚାଷୀମାନେ ନେଇଥିବା ରବି ଓ ଖରିଫ ଫସଲର ଲୋନ୍ ର ହିସାବ, କ୍ୟାଡର ସଂପାଦକ ନିଯୁକ୍ତି, ଚାଷୀମାନେ ଲୋନ୍ ନନେଇ ଲୋନ୍ ହୋଇଥିବା ସଂପର୍କରେ ତଦନ୍ତ, ମୃତ୍ୟୂବରଣ ହୋଇଥିବା ଚାଷୀ ନାମରେ ଲୋନ୍ ପ୍ରଦାନର ତଦନ୍ତ କରିବା, ଅଳ୍ପ ଲୋନ୍ ନେଇ ଅଧିକ ଲୋନ୍ ପକାଇବାର ତଦନ୍ତ କରିବା, ଚାଷୀମାନଙ୍କୁ ଇନ୍‌ସୁରାନ୍‌ସ ପ୍ରଦାନ, ଚାଷୀ ବ୍ୟାଙ୍କ କୁ ନ ଯାଇ ତା ନାମରେ ଟଙ୍କା କିପରି ଉଠାଣ ହେଲା ତାର ତଦନ୍ତ କରିବା, ଅଧିକ ଏକର ପକାଇ ଲୋନ୍ ମଜୁର କରିବାର ତଦନ୍ତ କରିବାକୁ ଚାଷୀମାନେ ଦାବୀ କରିଥିଲେ। ସରକାର ଏହାର ଏକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଶତାଧିକ ଚାଷୀ ଦାବୀ କରିବା ସହ ଏହାର ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବାକୁ ଏହି ସମାବେଶରେ ଚାଷୀମାନେ ମତାମତ ଦେଇଥିଲେ।

ଏହି ସମାବେଶରେ ଚାଷୀ ସୁରେଶ କୁମାର କିସାନ୍, ପାଣ୍ଡବ ପ୍ରଧାନ, ଧନଞୟ ନନ୍ଦ, ପ୍ରଫୁଲ୍ଲ ଶତପଥି, ଉଷା ସାହୁ, ଉଗ୍ରେସନ ପ୍ରଧାନ ପ୍ରମୁଖ ଚାଷୀ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସରକାର ଚାଷୀ ମାନଙ୍କର ଦାବୀକୁ ନ ଶୁଣିଲେ ଆଗାମୀ ଦିନରେ ସାଲେଭଟା ପଂଚାୟତର ୧୯ ଖଣ୍ଡ ଗ୍ରାମର ଚାଷୀମାନେ ଆନ୍ଦୋଳନକୁ ତିବ୍ରତର କରିବେ ବୋଲି ଚାଷୀମାନେ ପ୍ରକାଶ କରିଥିଲେ।

Related posts