Categories
ଆଞ୍ଚଳିକ ଖେଳ

ଆଜିଠାରୁ ନନ୍ଦକିଶୋର ମେମୋରିଆଲ ଭାଗ ନେଲେ ୬ଟି ଦଳ

ଭୁବନେଶ୍ୱର: ସିଟି କ୍ଲବ ଏବଂ କିଟ୍ ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆୟୋଜନ ହେବାକୁ ଯାଉଛି ପ୍ରଥମ ନନ୍ଦକିଶୋର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ କିଟ୍ ଫୁଟବଲ ଷ୍ଟାଡ଼ିୟମଠାରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି। ସେମାନେ ହେଲେ ୟୁନିଟ୍‌-୬ ଆଥଲେଟିକ ଆସୋସିଏସନ, ନିତା ଅମ୍ବାନୀ ଫୁଟବଲ ଏକାଡ଼େମୀ, କିଟ୍ ୟୁନିଭରସିଟି, ଓଡ଼ିଶା ପୋଲିସ୍‌, ବିଡ଼ାନାସୀ ଏଫ୍‌.ସି. ଏବଂ ମନୋରମା କ୍ଲବ ଦେବଗଡ଼।

ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଦିନ ଦୁଇଗୋଟି ମ୍ୟାଚ ଖେଳ ହେବ। ସକାଳ ୮ଟା ଏବଂ ୩.୩୦ ମିନିଟ୍। ଚମ୍ପିଆନ ଦଳକୁ ଟ୍ରଫି ସହ ୨୦ ହଜାର ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ନଗଦ ଅର୍ଥରାଶି ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରାଶି ଏବଂ ଟ୍ରଫି ରୁଚି ମସଲା ପକ୍ଷରୁ ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟ ସୁଚାରୁ ରୂପେ ପରଚାଳନା ପାଇଁ ଗୋଟିଏ କମିଟି ଗଠନ କରଯାଇଅଛି। ଏଥିରେ ଡଃ ଗଗନେନ୍ଦୁ ଦାଶ ଅଧ୍ୟକ୍ଷ ଥବାବେଳେ ଡ଼ାଇରେକ୍ଟର ଡଃ ସୌର୍ଯ୍ୟରଞ୍ଜନ ପରିଜା, ଅର୍ଗାନାଇଜ ସେକ୍ରେଟାରୀ ପ୍ରଦୀପ କୁମାର ରାଉତରାୟ, ଦିଲ୍ଲପୀ ଦାସ, ସହଦେବ ରାଉତ, ମହମ୍ମଦ ସହିଦ ଜବାର, ଭାଗ୍ୟଧର ଜଗଦେବ, କିଟ୍‌ର ରଶ୍ମିିତା ମହାନ୍ତି ପ୍ରମୁଖ ଅଛନ୍ତି। ଫାଇନାଲ ମ୍ୟାଚ୍ ୨୦ ତାରିଖ ୩.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ।

ଏଥିରେ ଅତିଥି ଭାବେ ଭାରତ ପୂର୍ବତନ ଫୁଟବଲ ଅଧିନାୟିକା ପଦ୍ମଶ୍ରୀ ବେନ୍‌ବେମ୍ ଦେବୀ ଉପସ୍ଥିତ ରହିବେ। ଭାରତର ପୂର୍ବତନ ଫୁଟବଲ ମହିଳା ଅଧିନାୟିକା ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହେଉଅଛି। ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସିଟି କ୍ଲବ ପକ୍ଷରୁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି।