Categories
ଅପରାଧ ଆଜିର ଖବର ଜାତୀୟ ଖବର

ଯୋଗୀ ସରକାରର ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କୁ ବ୍ଲେଡରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ

ଲକ୍ଷ୍ନୌ: ପ୍ରୟାଗରାଜରେ ଯୋଗୀ ସରକାରର ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏକ ବ୍ଲେଡ୍ ସହିତ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ଅଭିଯୁକ୍ତ ଯୁବକଙ୍କୁ ସୁରକ୍ଷା କର୍ମୀ ଧରି ପୋଲିସକୁ ହସ୍ତାନ୍ତର କରିଛି। ପୋଲିସ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି। ସିଦ୍ଧାର୍ଥ ନାଥ ସିଂ ମୁଣ୍ଡେରାର ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟନା ଧୁମଙ୍ଗଞ୍ଜ ଅଞ୍ଚଳର ଘଟିଥିଲା।

ଦସିଦ୍ଧାର୍ଥ ନାଥ ସିଂ ଆହ୍ଲାବାଦ ପଶ୍ଚିମରୁ ନିର୍ବାଚନ ଲଢୁଛନ୍ତି। ସାତୋଟି ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ। ଭୋଟ୍ ଗଣନା ମାର୍ଚ୍ଚ ୧୦ ତାରିଖରେ ହେବ।