Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସିନେମା ଷ୍ଟାଇଲରେ ମାଉଜର ଦେଖାଇ ଦୁଇ ଭାଇଙ୍କୁ ଅପହରଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଥାନା ନିକଟସ୍ଥ ପୁଇଁତଳା ଗ୍ରାମ ଛକରେ ଥିବା ଏକ ଢ଼ାବା ପାଖରୁ ଚା’ ପାନ ଦୋକାନ କରିଥିବା ଦୁଇ ଭାଇ ପଞ୍ଚାନନ ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ମାଉଜର ଦେଖାଇ ଅପହରଣ କରିନେଇଛନ୍ତି। ଚାରିଜଣ ଯୁବକ ଦୁଇଟି କାର୍ ରେ ଆସି ଉକ୍ତ ଦୋକାନ ସମ୍ମୁଖରେ ପହଞ୍ଚି ଥିଲେ ଓ କିଛି କଥାବାର୍ତ୍ତା ନକରି ଦୁଇ ଭାଇଙ୍କ ମୁଣ୍ଡରେ ମାଉଜର ଲଗାଇ ଗାଡ଼ିରେ ବସିବାକୁ କହି ଅପହରଣ କରି ନେଇଥିବା ଜଣାପଡିଛି।

ଅପହରଣର କାରଣ ଜଣାପଡୁନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳର କିଛି ଲୋକ ଓ ଦୋକାନୀ ଆସି ମିଳିତ ଭାବେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଟିମ୍ ଗଠନ କରି ଅପହରଣ ହୋଇଥିବା ଦୁଇ ଭାଇ ଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି।