Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରତ୍ନଭଣ୍ଡାରର ଜିନିଷ ରଖିବା ପାଇଁ ଆସିଲା ଶାଗୁଆନ କାଠରେ ନିର୍ମିତ ୬ଟି ସିନ୍ଧୁକ

ପୁରୀ: ଆଜି ଖୋଲାଯିବ ରତ୍ନ ଭଣ୍ଡାର। ଏହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ଜଣିଆ କମିଟ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେମାନେ ସମସ୍ତ ପ୍ରସ୍ତୁତି ଦେଖିବା ପରେ ଠିକ ଦିନ ୧ ଟା ୨୮ ମିନଟ ପରେ ଏହା ଖେଲିଯିବ। ଯଦି ଚାବିରେ ନ ଖୋଲେ ତେବେ ସେହି ତାଲା ଖୋଲା ଯିବ ବୋଲି ନିଷ୍ପତି କରାଯାଇଛି।

ରତ୍ନଭଣ୍ଡାର ଖୋଲିଯିବା ପରେ ସେଠାରେ ଥିବା ଜିନିଷଗୁଡିକ ବାହାରକୁ ବାହାର କରାଯିବ। ସେଗୁଡିକ ମନ୍ଦିର ଗୋଟିଏ ସ୍ଥାନରେ ରଖାଯିବ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ୬ ଟି ସିନ୍ଧୁକ ନିର୍ମାଣ କରାଯାଇଛି। ଶାଗୁଆନ କାଠରେ ଭୁବନେଶ୍ବର ନୟାପଲ୍ଲୀର ଏକ କାରୀଗର ତିଆରି କରିଛନ୍ତି। ଏହାର ଉପରେ ପିତ୍ତଳ ପାତିଆ ଦିଆଯାଇଛି। ଏ ଗୁଡିକ ଭୁବନେଶ୍ବରରୁ ଟ୍ରକରେ ଆସିବା ପରେ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିବାର ଜଣାପଡିଛି।