Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସିନେମା

ସୁଟିଙ୍ଗ ସମୟରେ ଶାହାରୁଖ ଖାନ ହେଲେ ଦୁର୍ଘଟଣାର ଶିକାର, କରିବାକୁ ପଡିଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବେ ଆମେରିକାର ଲସ ଏଞ୍ଜେଲସରେ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି। ସୁଟିଙ୍ଗ ଚାଲିଥିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବର ଅନୁଯାୟୀ, ଏହା ପରେ ତାଙ୍କୁ ମଧ୍ୟ ସେଠାରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଶାହାରୁଖଙ୍କ ନାକରେ ଆଘାତ ଲାଗି ରକ୍ତସ୍ରାବ ଆରମ୍ଭ ହୋଇଥିଲା, ପରେ ତାଙ୍କୁ ସାମାନ୍ୟ ଅପରେସନ୍ କରିବାକୁ ପଡିଥିଲା।

ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଶାହାରୁଖ ଖାନ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ, ଯେଉଁଠାରେ ତାଙ୍କର ନାକରେ ଆଘାତ ଲାଗିଥିଲା। ତାଙ୍କ ନାକରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନିଆଯାଇଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଛୋଟ ଅସ୍ତ୍ରୋପଚାର ଆବଶ୍ୟକ ହେବ ବୋଲି ସେଠାରେ ଡାକ୍ତର କହିଥିଲେ। ଶାହାରୁଖ ବର୍ତ୍ତମାନ ଭାରତ ଫେରିଛନ୍ତି ଏବଂ ଏହି ଆଘାତରୁ ସୁସ୍ଥ ଅଛନ୍ତି।