Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା ଠାରେ ହେବ ଆଥିଆ-ରାହୁଲଙ୍କ ବିବାହ, ସାମ୍ନାକୁ ଆସିଲା ତାରିଖ

ମୁମ୍ବାଇ: ଆଜିକାଲି ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଉଭୟଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ଯଦିଓ ବିବାହ ତାରିଖ ଘୋଷଣା ହୋଇନାହିଁ, ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ଏବଂ ଆଥିଆ ଶେଟ୍ଟୀ ଏହି ମାସରେ ବିବାହ କରିପାରନ୍ତି। ଏଥି ସହିତ, ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଥିଆ ଏବଂ କେ.ଏଲ୍ ରାହୁଲ ଜାନୁଆରୀ ୨୦ ପରେ ବିବାହ କରିବେ।

ଗଣମାଧ୍ୟମ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିବାହ ପରେ କେ.ଏଲ୍ ରାହୁଲ-ଆଥିଆ ଶେଟ୍ଟୀଙ୍କ ଘର ବାନ୍ଦ୍ରାସ୍ଥିତ ରଣବୀର-ଆଲିଆଙ୍କ ଘରଠାରୁ ଦୁଇଟି କୋଠା ଦୂରରେ ରହିବ। ରିପୋର୍ଟ ଅନୁଯାୟୀ, ଖଣ୍ଡାଲାର ସୁନୀଲ ଶେଟ୍ଟୀଙ୍କ ଲେଭିସ ବଙ୍ଗଳା ଠାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ପ୍ରାକାଶ ଥାଉ କି ଖଣ୍ଡାଲାର ପାହାଡ ମଧ୍ୟରେ ନିର୍ମିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଏକ ରିସୋର୍ଟଠାରୁ କମ୍ ନୁହେଁ। କେ.ଏଲ୍ ରାହୁଲ ଏବଂ ଆଥିଆଙ୍କ ବିବାହ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ।

ରିପୋର୍ଟ ଅନୁଯାୟୀ, ଏହି ବିବାହରେ କେବଳ ଘନିଷ୍ଠ ବ୍ୟକ୍ତି ଯୋଗଦେବେ, ସୁନୀଲ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପରିବାର ଏପ୍ରିଲରେ ମନୋରଞ୍ଜନ, କ୍ରୀଡା, ବ୍ୟବସାୟ ତଥା ରାଜନୈତିକ କ୍ଷେତ୍ରର ଲୋକମାନଙ୍କ ପାଇଁ ଏକ ବିଶାଳ ରିସେପ୍ସନ୍ ଯୋଜନା କରିଛନ୍ତି।

ରାହୁଲ ଏବଂ ଆଥିଆ ଶେଟ୍ଟୀ ସୋସିଆଲ ମିଡିଆରେ ପରସ୍ପର ସହିତ ମଜାଳିଆ ଚିତ୍ର ସେୟାର କରନ୍ତି। ପ୍ରଶଂସକମାନେ ଉଭୟଙ୍କ ଚିତ୍ର ମଧ୍ୟ ବହୁତ ପସନ୍ଦ କରନ୍ତି। ନିକଟରେ ଉଭୟ ନୂଆ ବର୍ଷ ପାଳନ କରିବାକୁ ଦୁବାଇରେ ପହଞ୍ଚିଥିଲେ। ଏହାର ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।