Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବରର ସୁପରସ୍ପ୍ରେଡର 61 ନମ୍ବର ଆକ୍ରାନ୍ତ : 7 ଜଣଙ୍କୁ କରିଛନ୍ତି ସଂକ୍ରମିତ

ଭୁବନେଶ୍ୱର: ଆଜି ଆକ୍ରାନ୍ତ ନମ୍ବରଙ୍କ ଯାତ୍ରା ବିବରଣୀରୁ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି । ଏହି ବିବରଣୀରୁ ବାଲେଶ୍ବରରୁ ସୁପରସ୍ପ୍ରେଡର ଠାବ ହୋଇଛନ୍ତି ।  ବାଲେଶ୍ବରର ନେଳିଆବାଗର ସୁପରସ୍ପ୍ରେଡର 61 ନମ୍ବର ଆକ୍ରାନ୍ତ ଜଣକ ମୋଟ 7ଜଣଙ୍କ ସଂକ୍ରମିତ କରାଇଛନ୍ତି । 61 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ 75ରୁ 79ଜଣ ଆକ୍ରାନ୍ତ ହୋଇଥିଲେ । ଆଜି ଆଉ 88 ଓ 89 ନମ୍ବର ଆକ୍ରାନ୍ତ ବି ତାଙ୍କର ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ ହୋଇଛି । 61 ନମ୍ବର ଆକ୍ରାନ୍ତ ଜଣକ 58 ବର୍ଷୀୟ ପୁରୁଷ ଏବଂ ସେ ଝାଡ଼ଖଣ୍ଡରୁ ଫେରି 5ଟି ହସ୍ପିଟାଲ ବୁଲିଥିଲେ।

ଅପରପକ୍ଷରେ କୋଲକାତା ଫେରନ୍ତା ଯାଜପୁର ବାସୁଦେବପୁରର 73 ନମ୍ବର ଆକ୍ରାନ୍ତ ବି ତିନି ଜଣଙ୍କୁ ସଂକ୍ରମିତ କରିଥିବା ଆଜି ସ୍ପଷ୍ଟ ହୋଇଛି। 85 ନମ୍ବର ଆକ୍ରାନ୍ତ ତାଙ୍କ ସହ କୋଲକାତାରୁ ଫେରିଥିଲେ ଏବଂ 86 ଓ 87 ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ବୋଲି ସୂଚନା ରହିଛି ।